ETV Bharat / bharat

ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ - Howrah Express Derails

author img

By ETV Bharat Odisha Team

Published : Jul 30, 2024, 7:15 AM IST

Updated : Jul 30, 2024, 11:31 AM IST

Howrah-CSMT Express Derails: ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଝାଡଖଣ୍ଡରେ ଲାଇନଚ୍ୟୁତ । 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିନୋଟି ଟ୍ରେନ ବାତିଲ । ଅଧିକ ପଢନ୍ତୁ

Howrah Mumbai Express Derails
Howrah Mumbai Express Derails (ETV BHARAT ODISHA)

ରାଞ୍ଚି: ଝାଡଖଣ୍ଡରେ ଟ୍ରେନ ଦୁର୍ଘଟଣା । ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ । 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । 12810 ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଆଜି ଭୋର ସମୟରେ ରାଜଖରସୁଆଁ ଓ୍ବେଷ୍ଟ ଆଉଟର ଓ ବାରାବାମ୍ବୋ ମଧ୍ୟରେ ଥିବା ଚକ୍ରଧରପୁରରେ ଲାଇନଚ୍ୟୁତ ହୋଇଥିଲା । 18ଟି ବଗି ଟ୍ରାକ ତଳକୁ ଖସିଯାଇଥିଲା । କେଉଁ କାରଣରୁ ରେଳ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସମସ୍ତ ଆହତଙ୍କୁ ରେଲଓ୍ବେ ମେଡିକାଲ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆହତ ଓ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଭୋର 3ଟା 45 ମିନିଟ ସମୟରେ ଟ୍ରେନ୍‌ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା । ଓଡ଼ିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି ହୋଇଛି ।

ଦୁର୍ଘଟଣା ଘଟିଥିବା ଟ୍ରାକରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା ମାଲବାହୀ ଟ୍ରେନ: ଆଜି ଭୋର ସମୟରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ୍ ଭୋର ସମୟରେ ଲାଇନଚ୍ୟୁତ ହୋଇଥିଲା । ଯେଉଁ ଟ୍ରାକରୁ ଟ୍ରେନ ବଗି ଲାଇନଚ୍ୟୁତ ହୋଇଥିଲା ସେହି ଟ୍ରାକରେ ଏକ ମାଲବାହୀ ଟ୍ରେନ ମଧ୍ୟ ପୂର୍ବରୁ ଲାଇନଚ୍ୟୁତ ହୋଇଥିଲା । ଲାଇଚ୍ୟୁତ ହୋଇଥିବା ଟ୍ରେନଟି ଘଣ୍ଟାପ୍ରତି 120 କିଲୋମିଟର ବେଗରେ ଚାଲୁଥିଲାବୋଲି କହିଛନ୍ତି ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ଟ୍ରେନ୍ ମ୍ୟାନେଜର ।

TRAIN ACCIDENT
TRAIN ACCIDENT (ETV BHARAT)

ଟ୍ରେନ ଦୁର୍ଘଟଣା ପରେ ରେଲଓ୍ବେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ନଜର ପକାନ୍ତୁ ହେଲ୍ପଲାଇନ ନମ୍ବର ଉପରେ...

ଟାଟାନଗର: 06572290324

ଚକ୍ରଧରପୁର: 06587 238072

ରାଉରକେଲା:06612501072, 06612500244

ହାଓ୍ବଡା: 9433357920, 03326382217

ରାଞ୍ଚି: 0651-27-87115

ଏଚଡବ୍ଲୁଏଚ ହେଲ୍ପଡେକ୍ସ:033-26382217, 9433357920

TRAIN ACCIDENT
TRAIN ACCIDENT (ETV BHARAT)

ଓଡିଶାରେ ରେଳ ଚଳାଚଳ ବାଧାପ୍ରାପ୍ତ: ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଝାଡ଼ଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ପରେ ଓଡିଶାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୋଟ 5ଟି ଟ୍ରେନ ବାତିଲ ହୋଇଥିବା ବେଳେ ସେଥି ମଧ୍ୟରୁ 3ଟ୍ରେନ ଓଡିଶାରେ ବାତିଲ ହୋଇଛି । ସେହିପରି 4ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।

ବାତିଲ ଟ୍ରେନ-

ହାୱଡ଼ା-କଣ୍ଟାବାଞ୍ଜି ଏକ୍ସପ୍ରେସ

ଖଡଗପୁର-ଧାନବାଦ

ହାୱାଡ଼ା- ବଡବିଲ ଏକ୍ସପ୍ରେସ

ଟାଟାନଗର-ଇତଓ୍ବାରୀ ଏକ୍ସପ୍ରେସ

ସାଲିମାର-ଏଲଟିଟି ଏକ୍ସପ୍ରେସ

ଦିଗ ପରିବର୍ତ୍ତନ ହୋଇଥିବା ଟ୍ରେନ:

ବିଳାଶପୁର-ଟାଟାନଗର

ଏରାକୁଲମ-ଟାଟାନଗର ଏକ୍ସପ୍ରେସ

ହାଓ୍ବଡା-ଚକ୍ରଧରପୂର ଏକ୍ସପ୍ରେସ

ଅତଓ୍ବାରୀ-ଟାଟାନଗର ଓକ୍ସପ୍ରେସ

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବରରେ ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ପ୍ରଭାବିତ - Goods train derail

ଉଦ୍ଧାର କାର୍ଯ୍ୟ ଜାରି: ଟ୍ରେନର 18ଟି ବଗି ଲଇନଚ୍ୟୁତ ହୋଇଥିବା ବେଳେ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆରପିଏଫ ଓ ରୋଲଓ୍ବେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସରାଇକେଲା-ଖରସୁଆଁ ଡେପୁଟି କମିଶନର ରବି ଶଙ୍କର ଶୁକ୍ଲା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୁର୍ଘଟଣା ସମୟରେ ଶୋଇଥିଲେ ରେଳଯାତ୍ରୀ: ହାଓ୍ବଡା ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ସମୟରେ ଅଧିକାଂଶ ରେଳ ଯାତ୍ରୀ ଶୋଇଥିଲେ । ଟ୍ରେନ ଲାଇନଚ୍ୟୁତ ହେବା ପରେ ଅନେକ ଯାତ୍ରୀ ଭୟରେ ବାହାରକୁ ପଳାଇ ଆସିଥିବା ବେଳେ କିଛି ଯାତ୍ରୀ ବାହାରୁ ଆସିନପାରି ଟ୍ରେନରେ ଫସି ରହିଥିଲେ ।

ଚକ୍ରଧରପୁର ଡିଭିଜନ ପିଆରଓ ତରଫରୁ କୁହାଯାଇଛି, ''ଚକ୍ରଧରପୁରର ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । 5 ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ । ଚକ୍ରଧରପୁର ଷ୍ଟେସନରେ ଅତିରିକ୍ତ ଟ୍ରେନର ବ୍ୟବସ୍ଥା କରାଯାଇଛି । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.