ମେଷ: ଅଳ୍ପ ସମୟ ଭିତରେ ଅଧିକା ଲାଭ ପାଇଁ ଆପଣ ଲୋଭି ନ ହେବା ପାଇଁ ପରାମର୍ଶ ଦିଆଯାଇଛି । କିମ୍ବା ଆପଣ ଅସୁବିଧାରେ ପଡିପାରନ୍ତି । ସମସ୍ତ ପ୍ରକାର ଆଇନ୍ଗତ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର କରିବାବେଳେ ସାବଧାନତା ଅବଲମ୍ବନ କରିବେ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କର କାର୍ଯ୍ୟର ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନପାରନ୍ତି ।
ବୃଷ: ଆଜି ଆପଣଙ୍କୁ ଦୁଇପ୍ରକାରର ସ୍ୱାଦ ଚାଖିବାକୁ ପଡିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟୀ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ବେଶେଷତଃ ପିଲାମାନଙ୍କ ସହ ମିଶି ଆପଣ ଅଧିକ ଉତ୍ଫୁଲ୍ଳିତ ହେବେ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କର ଶୁଭଫଳ ଅଭାବରୁ ଆପଣଙ୍କର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଆପଣ ନିଜକୁ ଦୁର୍ବଳ ଓ ଶିଥିଳ ଅନୁଭବ କରିବେ ।
ମିଥୁନ: ଆଜି ଦିନଟି ଉତ୍ତମ ଫଳାଫଳ ସହିତ ଘଟଣାପୂର୍ଣ୍ଣ ରହିବ । କାର୍ଯ୍ୟସ୍ଥଳରେ ସିନିଅର୍ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି; ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ କେବଳ ଯେ ଲାଭ ବଢିବ ତାହା ନୁହେଁ ଏହା ଆପଣଙ୍କର ବାକିପଡିଥିବା ପଇସାକୁ ରିକଭର୍ କରିବ ।
କର୍କଟ: ଦିନର ପ୍ରଥମ ଅଧକରେ ଆପଣ ଅଧିକ ଚିନ୍ତାରେ ରହି ପାରନ୍ତି । ଆପଣ କାର୍ଯ୍ୟ କ୍ଷେତ୍ରରେ ଅସ୍ଥାୟୀ ଭାବରେ ଅସୁବିଧାରେ ପଡି ପାରନ୍ତି ଏବଂ ଏହା ଆପଣଙ୍କୁ ବିରକ୍ତିକର କରିଦେଇପାରେ । କାହାରି ସହିତ ବିଶେଷ କରି ଆପଣଙ୍କ ସିନିଅର୍ଙ୍କ ସହ କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇ କଥାବାର୍ତ୍ତା କରନ୍ତୁ ନାହିଁ, ଆପଣ ଆପଣ ପେଶାଗତ ସଂପର୍କ ହରାଇ ପାରନ୍ତି । ଅବଶ୍ୟ ଦିନର ଶେଷ ଆଡକୁ ଏହି ପରିସ୍ଥିତି ବଦଳିଯାଇପାରେ ।
ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି; ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍ କରନ୍ତୁ । ଯଦି ସମ୍ଭବ, ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇଥାଏ ।
କନ୍ୟା: ଆପଣ ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ ଏବଂ ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମୟ କାଟିବେ । ଏହାଦ୍ୱାରା ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସହିତ ସ୍ୱୀକୃତି ମିଳିପାରେ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀ ମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ ଏବଂ ଆପଣ ଅର୍ଥଲାଭ କରିବେ । ଆଜି ଆପଣ ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି ।
ତୁଳା: ଆଜି ଦିନଟି ଶୁଭଫଳ ପ୍ରଦାନ କରିବ । ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଯୋଗୁଁ ସବୁକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ମାତ୍ର ଆପଣ ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ପାରିବାରିକ ପରିବେଶ ଶାନ୍ତ ଓ ପ୍ରୀତିଦାୟକ ହୋଇପାରେ, ମାତ୍ର ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଯେଉଁ ବିଦ୍ୟାର୍ଥୀ ମାନେ ଶିକ୍ଷା ଜଗତରୁ ବିଦାୟ ନେଇସାରିଛନ୍ତି, ସେହି ମାନଙ୍କ ପାଇଁ ଏହା ଶୁଭ ସଂକେତ ଅଟେ । ପୁଞ୍ଜିଲଗାଣକାରୀ ମାନେ ଆଜି ଯାହା କରିବେ ସେଥିରେ ଲାଭ ପାଇବେ । ଦିନତମାମ ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଜି ଆପଣ ଧୈର୍ଯ୍ୟଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।
ଧନୁ: ଆଜି ଆପଣ ନିଜେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପଡିବ । ଆପଣଙ୍କ ମାତାଙ୍କର ଶାରୀରିକ ଅସୁସ୍ଥତା, ପରିବାରରେ ଅଶାନ୍ତ ପରିବେଶ ଆପଣଙ୍କ ମନକୁ ଭାରାକ୍ରାନ୍ତ କରିବ । ତେଣୁ ଧୈର୍ଯଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ । ନଚେତ୍ ଏହାର କୌପ୍ରଭାବ ଆପଣଙ୍କ ମନ ଓ ଶରୀରକୁ ଅସୁସ୍ଥ କରିପାରେ । ଆର୍ଥିକ କ୍ଷତି ସହିବାକୁ ପଡିପାରେ । ମଧ୍ୟାହ୍ନପରେ ପରିବେଶ ଶାନ୍ତ ହୋଇପାରେ ଏବଂ ମାନସିକ ଦୁଃଶ୍ଚିନ୍ତାରୁ ଆପଣ ମୁକ୍ତି ହୋଇପାରନ୍ତି । ଆପଣ ନିଜକୁ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ରହିବାକୁ ଆଗ୍ରହାନ୍ୱିତ ହୋଇପାରନ୍ତି । ଆପଣଙ୍କ ଶାରୀରିକ ସୁସ୍ଥତା ବଜାୟ ରହିବ। ମକର: ଦିବସର ପ୍ରଥମାର୍ଦ୍ଧରେ ଖୁସିର ଲହର ଖେଳିବା ବେଳେ ଦ୍ୱିତୀୟାର୍ଦ୍ଧରେ କିଛି ଅସୁବିଧା ଘଟିପାରେ । ପରିବାରର ପରିବେଶ ଶାନ୍ତ ଓ ପ୍ରୀତିପଦ ଥିବାରୁ ଆପଣ ଥଟ୍ଟା ତମସା ଓ ମୌଜ ମଜଲିସରେ ସେମାନଙ୍କର ସହ ସମୟ କାଟିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ । ବ୍ୟକ୍ତିଗତ ଜୀବନରେ ଆପଣଙ୍କ ଦକ୍ଷତା ଓ କର୍ମ କୁଶଳତା ପ୍ରଦର୍ଶିତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିବେ । ମାତ୍ର ଅପରାହ୍ନରେ ପରିସ୍ଥିତିର ପରିବର୍ତ୍ତନ ଘଟିପାରେ ।
କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ଆଜି ଆପଣ ନିଜର ଉତ୍ତେଜିତ ମନକୁ ନିୟନ୍ତ୍ରଣ ନକଲେ ଆପଣଙ୍କୁ ନିଜ ଗୃହରେ ଏବଂ ଅଫିସ୍ ରେ ଏହାର ପ୍ରଭାବ ଅନୁଭୂତ ହେବ । ବାର୍ତ୍ତାଳାପ କରିବା ପୂର୍ବରୁ ନିଜକୁ ସମିକ୍ଷା କରନ୍ତୁ, କାରଣ କୌଣସି ଅପ୍ରିତିକର ପରିସ୍ଥିତିକୁ ନିଜର ମଧୁର ବଚନରେ ସମାଧାନ କରିପାରିବେ । ଦିବସଟିର ଅସାନ୍ତ ପ୍ରବାହ ଆପଣଙ୍କର ମନକୁ ଭାରାକ୍ରାନ୍ତ କରିପାରେ । ଅପରାହ୍ନରେ ଅବସ୍ଥାରେ ପରିବର୍ତ୍ତନ ଘଟିପାରେ । ଗୃହରେ ଶାନ୍ତ ପରିବେଶ ଜାରିରହିବ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ ।
ମୀନ: ଆଜି ଆପଣଙ୍କର ଅନୁକୂଳ ବାତାବରଣ ଦେଖାଦେବ ତେଣୁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ଆଗ୍ରହୀ ଅନୁଭବ କରିବେ । ଏହା ହେଉଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ମନୋଭାବ ଏବଂ ସମୟ । ଘରେ ଆପଣ ଆପଣଙ୍କ ନିଜ ଲୋକମାନଙ୍କ ସହ ଭଲ ଭାବରେ ସମୟ ବିତାଇବେ । ଆଉ ମଧ୍ୟ ଆପଣ ମନର ଶାନ୍ତି ପାଇଁ କିଛି ଧର୍ମାର୍ଥ କାର୍ଯ୍ୟ କରିପାରନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ଖର୍ଚ୍ଚ ଯେପରି ଅତ୍ୟଧିକ ହୋଇ ନଯାଏ ।