ମେଷ: ଆଜି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ଆଜି ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍ନ ବେଳକୁ ଆପଣ କ୍ଷତିରେ ପଡିପାରନ୍ତି । ଏଥିସକାଶେ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ । ଏଣୁ ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।
ବୃଷ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ । କିଛି ଦୀର୍ଘସ୍ଥାୟୀ ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବା ପାଇଁ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ ।
ମିଥୁନ: ଆଜି ଆପଣଙ୍କ ଜୀବନ ସମ୍ପର୍କର ବହୁ ଘଟଣାରେ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣ ଅପରାହ୍ନରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ । ସଂଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତାଇବା ସହ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି ।
କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନୂଆ ଘର କିଣିବାକୁ ଯୋଜନା କରୁଥିଲେ ଆଜି ଆପଣଙ୍କ ପାଇଁ ଶୁଭ ସମୟ ଅଟେ । ଅର୍ଥ ଉପାର୍ଜନ, ପୁଞ୍ଜି ଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆଜିର ଦିନଟି ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ ।
ସିଂହ: ସବୁଦିନ ସମାନ ଯାଏନି କିମ୍ୱା ମାନବ ଜୀବନ ଏକ ଗୋଲାପର ଶଯ୍ୟା ନୁହେଁ । ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଦସ୍ୟାମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ସାଜିପାରେ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ମଧ୍ୟ ଯୁକ୍ତିତର୍କ ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ ।
କନ୍ୟା: ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ । ଦିନର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ଵିତୀୟାର୍ଦ୍ଧ ଆପଣଙ୍କୁ ବିଚଳିତ କରିପାରେ । କିଛି ଘଟଣାଗୁଡିକ ବିଷୟକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ । ସେପରି ଚିନ୍ତା ପରିହାର କରନ୍ତୁ । ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ ।
ତୁଳା: ଆପଣଙ୍କ ଆଖିରେ ବିଳମ୍ବରେ ନଜର ଆସିଥିବା କୌଣସି ଜିନିଷ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ୱପୂର୍ଣ୍ଣ ଦିନ । ଆଜି ଆପଣଙ୍କ ପାଇଁ ପ୍ରତି ସେକେଣ୍ଡ ମୂଲ୍ୟବାନ ହେବ । ସବୁ ଠିକ ଠାକ କରିବା ପାଇଁ ପୁରୁଣା ସମୟ ଭଳି ଆଜି ଆପଣ ଯୋଜନା କରିପାରନ୍ତି ।
ବିଛା: କାର୍ଯ୍ୟସ୍ଥଳରେ ଆପଣ ନିଜର ଅଦ୍ଵିତୀୟ କାର୍ଯ୍ୟଦକ୍ଷତା ପାଇଁ ଧ୍ୟାନର କେନ୍ଦ୍ର ହୋଇ ରହିବେ । ବ୍ୟବସାୟ ଆପଣଙ୍କ ପାଇଁ ମଜାଦାର ଓ ଚିତ୍ତାକର୍ଷକ ହେବ ।
ଧନୁ: ଆଜି ଆପଣ ଆମୋଦପ୍ରମୋଦରେ ଦିନଟିକୁ କାଟିବେ । ଆପଣଙ୍କ ପ୍ରିୟଜନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଆପଣଙ୍କୁ ଉତ୍ତରଦାୟିତ୍ଵ ବହନ କରିବାକୁ ପଡିପାରେ । ଅପରାହ୍ନରେ ଏକ ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି । ଖର୍ଚ୍ଚ ହେବାର ସମ୍ଭାବନା ଅଛି ।
ମକର: ଆଜି ସାମାଜିକ , ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀମାନେ ଉନ୍ନତି କରିବେ । କାମ କରିବା ଓ ନିଜର ଦାବିଗୁଡିକ ପୂରଣ କରିବାରେ ଆଜିର ଦିନ ଆପଣଙ୍କ ଶେଷ ହୋଇଯିବ । ଏଥିରେ ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହ ଅଧିକ ସମୟ ବିତାଇବେ ।
କୁମ୍ଭ: ଆଜି ଆପଣଙ୍କ ଦିନଟି ଭଲରେ କଟିବ । ଆପଣ ବିଭିନ୍ନ ଧାରଣାଗୁଡିକୁ ଆଜି କାର୍ଯ୍ୟକାରୀ କରିବେ ଓ କୌଶଳରେ ଲଗାଇବେ ଏବଂ ପ୍ରଶଂସାରପାତ୍ର ସାଜିବେ । ଆପଣ ଆଜି ଜୀବନର ମୂଲ୍ୟ ବୁଝିପାରିବେ । ଆଜି ଆପଣ ସକ୍ରିୟ ଆଲୋଚନା ଏବଂ ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।
ମୀନ: ଆଶା କରିନଥିବା ଘଟଣା ଘଟିପାରେ । ଚାପଯୁକ୍ତ କାମ ଗୁଡିକରୁ ଦୂରରେ ରୁହନ୍ତୁ । ଆଜି ଆପଣ ଦ୍ଵନ୍ଦ୍ଵରେ ରହିବେ । ଯାହା ଫଳରେ ଆପଣ ଏକ ଦୃଢ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ । ଆପଣଙ୍କ ମନରୁ ଦ୍ଵନ୍ଦ୍ଵ ନ ବାହାରିବା ପର୍ଯ୍ୟନ୍ତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।