ମେଷ: ଆଜିର ଦିନଟି ଆପଣ ଖୁସି ଏବଂ ସନ୍ତୁଷ୍ଟ ରହିବେ । ଆପଣଙ୍କ ମନ ଆନନ୍ଦ ଭରା ରହିବ । ଘରର ସୌନ୍ଦର୍ଯ୍ୟ ଏବଂ ଭିତରର ସାଜସଜ୍ଜାକୁ ବୃଦ୍ଧି କରି ଏକ ନୂତନ ରୂପ ଦେବାକୁ ଇଚ୍ଛା କରିବେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସବୁ ଜିନିଷ ଆଶା ଅନୁରୂପ ଆଗକୁ ବଢିବାର ସମ୍ଭାବନା ରହିଛି । ଭ୍ରମଣ ଯୋଗ ରହିଛି । କୌଣସି ଏକ ଧାର୍ମିକସ୍ଥଳକୁ ଯାଇପାରନ୍ତି ।
ବୃଷ: ଆପଣ ଆଜି ଆପଣଙ୍କ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ଅଭିନବ କୌଶଳ ଏବଂ ଉନ୍ନତ ଶିଳ୍ପ କଳା ଆପଣଙ୍କ ବ୍ୟବସାୟକୁ ଉଚିତ ଦିଗରେ ଆଗେଇ ନେବାକୁ ପ୍ରୋତ୍ସାହନ ଦେବାର ସମ୍ଭାବନା ଅଛି । ବ୍ୟବସାୟ ପାଇଁ ଭ୍ରମଣ ମଧ୍ୟ କରି ପାରନ୍ତି । ଆପଣଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ଥିବାରୁ ଆପଣ ଏକ ପଦୋନ୍ନତି ଆଶା କରିପାରନ୍ତି । ଆପଣଙ୍କ ପିତା ଏବଂ ଗୁରୁଜନମାନଙ୍କ ପକ୍ଷରୁ ଲାଭାନ୍ୱିତ ହେବାର ସମ୍ଭାବନା ରହିଛି ।
ମିଥୁନ: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ନକାରାତ୍ମକ ବିଚାର ଠାରୁ ଦୂରେଇ ରହନ୍ତୁ ନଚେତ ଏହା ଆପଣଙ୍କୁ ନିରାଶ ଓ ଉଦାସ କରି ଛାଡିବ । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇପାରେ । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ, ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁବିଧା କରିପାରେ । ତଥାପି ସନ୍ଧ୍ୟା ସମୟରେ ଜିନିଷ ଗୁଡିକ ଭଲ ଆଡକୁ ପରିବର୍ତ୍ତନ ହୋଇପାରେ ।
କର୍କଟ: ଆପଣ ସମ୍ପର୍କକୁ ନେଇ ଭାବୁକ ହେବେ ଏବଂ ମନରେ ଏହାର ଦୃଢ ବନ୍ଧନ ହୋଇପାରେ । ବନ୍ଧୁମାନଙ୍କ ସହ ମିଶି ଆନନ୍ଦିତ ହେବା, ଖୁସି ମନେଇବାର ସମୟ, ସିନେମା ଦେଖିବା, ଖେଳିବା ପରି ମନୋରଞ୍ଜନ କାର୍ଯ୍ୟ ଖୋଜନ୍ତୁ ଯାହା ଆପଣଙ୍କ ଅବକାଶର ମଜ୍ଜାକୁ ଦ୍ଵିଗୁଣିତ କରିବ । ତଥାପି, ସନ୍ଧ୍ୟା ସମୟରେ ଏହା ଆପଣଙ୍କୁ ଉତ୍ତେଜିତ କରିପାରେ, ତେଣୁ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।
ସିଂହ: ଆର୍ଥିକ ସାଧନ ବ୍ୟବସ୍ଥା କରିବା ପାଇଁ ଏବଂ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ । ବ୍ୟବସାୟୀମାନଙ୍କ ପାଇଁ ଆପଣଙ୍କ ଦଳ, ବିଶେଷ କରି ଆପଣଙ୍କ କନିଷ୍ଠ ଏବଂ ଅଧିନସ୍ଥ କର୍ମଚାରୀମାନେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି । ସୁଧ ଏବଂ ନିବେଶରୁ ଆର୍ଥିକ ଲାଭ ପାଇବାର ମଜଭୁତ ସଂକେତ କାର୍ଡରୁ ମିଳୁଛି । ଏହା ଆପଣଙ୍କ ଆର୍ଥିକ ଅଭାବ ସମ୍ବନ୍ଧୀୟ ସମସ୍ତ ଅସୁବିଧାକୁ ବିଲୋପ କରିଦେବ । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଏକ ଛୋଟ ଭ୍ରମଣ ର ଆୟୋଜନ କରନ୍ତୁ ।
କନ୍ୟା: ଆଜି ନୂଆ ପୋଷାକ କିଣି ପାରନ୍ତି । କଳାତ୍ମକ ବସ୍ତୁ ଏବଂ କଳାକୃତି ଆଡକୁ ଆଗ୍ରହୀ ହେବେ । ବ୍ୟବସାୟୀ ଏବଂ ପେଶାଦାର ଉଭୟଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଅଟେ । ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦୀମାନଙ୍କ ଠାରୁ ଉନ୍ନତ ପ୍ରମାଣିତ ହେବା କାରଣରୁ ଆଜି ଦିନର ବାକି ସମୟ ଆପଣଙ୍କୁ ଖୁସି କରିବ । ଆପଣଙ୍କ ପାଇଁ ଏହା ଏକ ଅତ୍ୟୁତମ ଦିନ ଅଟେ ।
ତୁଳା: ଏହା ଆପଣଙ୍କ ପାଇଁ ଏକ ସାଧାରଣ ଦିନ ଅଟେ । ପରିବାରରେ ଛୋଟ-ଛୋଟ ବିବାଦରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ । ଆଜି ଶରୀର ଅସୁସ୍ଥ ହୋଇପାରେ, ତେଣୁ ସ୍ଵାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଭୂମି କିମ୍ବା ସଂପତ୍ତି ସମ୍ପର୍କିତ ଆଇନ୍ ଘଟଣା ବିଷୟରେ କଥା ବାର୍ତ୍ତା କଲାବେଳେ ସାବଧାନତାର ସହ କାର୍ଯ୍ୟ କରନ୍ତୁ । ସଂଗୀତ ଶୁଣିବା କିମ୍ବା ନିଜ ପାଇଁ ଏକ ଗୀତ ଗାଇବା ପରି କିଛି ରଚନାତ୍ମକ କାର୍ଯ୍ୟ ଦ୍ୱାରା ଆପଣ ନିଜକୁ ମୁକ୍ତ କରିବାର ସମ୍ଭାବନା ଅଛି । ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଉପଭୋଗ କରିବେ ।
ବିଛା: ଆଜି ସମସ୍ତ ପ୍ରଶ୍ନର ଉତ୍ତର ପାଇବେ । ହୁଏତ ଏହା ଆପଣଙ୍କ ବ୍ୟକ୍ତିଗତ ବିଷୟ କିମ୍ବା ଆପଣଙ୍କ ସମ୍ପତ୍ତି ସମ୍ବନ୍ଧୀୟ ହୋଇପାରେ, ଆପଣଙ୍କ ଦ୍ୱାରା ଆଜି ଏ ସବୁର ସମାଧାନ ହେବାର ସମ୍ଭାବନା ଅଛି । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମୀକରଣ ଆଜି ବହୁତ ଭଲ ରହିବ । ଦିନର ଦ୍ୱିତୀୟାର୍ଦ୍ଧରେ ଆପଣ ଚିଡି ଚିଡା ଏବଂ ଉତ୍ତେଜିତ ହୋଇପାରନ୍ତି । ପରିବାର ସହିତ ବିବାଦ ଏବଂ ଖର୍ଚ୍ଚ ଆପଣଙ୍କ କାର୍ଡରେ ରହିଛି ।
ଧନୁ: ଆପଣଙ୍କ ରାଗ ଏବଂ ଭାଷାକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୂରେଇ ରଖିପାରେ । ଧାର୍ମିକ ଗତି ବିଧିରେ ସଂପୃକ୍ତ ହୋଇ ଏବଂ ଧ୍ୟାନ କରି ନିଜକୁ ଶାନ୍ତ କରିବାକୁ ପଡିବ । ତଥାପି ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଧ୍ୟାନ ଏବଂ ଏକାଗ୍ରତା ରଖିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡିବ । ସନ୍ଧ୍ୟା ସୁଧା ଆପଣ ଆପଣଙ୍କ ଚିନ୍ତା ପାଇଁ ବିଭିନ୍ନ ରାସ୍ତା ପାଇଯିବେ ।
ମକର: ପ୍ରତୀକ୍ଷାରେ ଥିବା ପରି-ଯୋଜନା ଗୁଡିକର ପ୍ରାରମ୍ଭ କରିବାର ଏକ ଉପଯୁକ୍ତ ଦିନ ଅଟେ । ଏହା ଦ୍ୱାରା ଆପଣ କାର୍ଯ୍ୟ କ୍ଷେତ୍ରରେ ଏକ ଭଲ ଛବି ପ୍ରସ୍ତୁତ କରିପାରିବେ । ତଥାପି କିନ୍ତୁ ଘରେ ଜିନିଷ ଗୁଡିକ ଅଳ୍ପ ଚିନ୍ତା ଜନକ ଏବଂ ଚାପ ଯୁକ୍ତ ହେବ । ବିଳମ୍ବରେ କେତେକ ନକାରାତ୍ମକ ବିଚାର ଆପଣଙ୍କ ମନକୁ କିଛି ସମୟ ପାଇଁ ଅପହରଣ କରି ନେଇଯାଇପାରେ । ଏହା ଆପଣଙ୍କ ନିର୍ଣ୍ଣାୟକ ଶକ୍ତିକୁ ପ୍ରଭାବିତ କରିପାରେ । ଆପଣଙ୍କୁ ହୁଏତ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଅର୍ଥ ବହନ କରିବାକୁ ପଡି ପାରେ ।
କୁମ୍ଭ: ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ଫଳ ସ୍ଵରୁପ ଆପଣ ନିଜକୁ ଧାର୍ମିକ ଗତି ବିଧିରେ ବ୍ୟସ୍ତ ରଖିବେ । ଆହୁରି ମଧ୍ୟ ଆପଣ ଏକ ବଡ ପରିମାଣର ଅର୍ଥ ଧାର୍ମିକ ଭ୍ରମଣରେ ଖର୍ଚ୍ଚ କରି ପାରନ୍ତି । ଶେଷରେ ଆଜି ସମସ୍ତ କାନୁନି ଘଟଣାର ସମାଧାନ ହେବାର ସମ୍ଭାବନା ଅଛି । ସନ୍ଧ୍ୟା ସମୟରେ ଆପଣ ସଫଳତା ପାଇବେ ।
ମୀନ: ସେୟାର ବଜାରରେ ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଆପଣଙ୍କୁ ଆର୍ଥିକ ଲାଭ ଦେବାର ସମ୍ଭାବନା ଅଛି । କାର୍ଯ୍ୟର ବୃଦ୍ଧି ଏବଂ ଲାଭ ଆପଣଙ୍କ ପାଇଁ ଭଣ୍ଡାରରେ ଅଛି । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହ ଦର୍ଶନୀୟ ସ୍ଥାନକୁ ଏକ ଭ୍ରମଣର ଆୟୋଜନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ହୋଇପାରେ ।