ETV Bharat / bharat

ମଦ ହେଲା କାଳ: ବିଷାକ୍ତ ମଦ ପିଇ ଚାଲିଗଲା ୪ ଜୀବନ

author img

By ETV Bharat Odisha Team

Published : Mar 20, 2024, 11:22 AM IST

Updated : Mar 20, 2024, 11:46 AM IST

Punjab Hooch Tragedy: ପଞ୍ଜାବ ଦିର୍ବା ଅଞ୍ଚଳରେ ମଦମୃତ୍ୟୁ । ଏଠାରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଚଣ୍ଡିଗଡ: ବିଷାକ୍ତ ମଦ ହେଲା କାଳ । ମଦ ପିଇ ଚାଲିଗଲା ୪ ଜଣଙ୍କ ଜୀବନ । ପଞ୍ଜାବ ସଙ୍ଗାରୁର ଜିଲ୍ଲା ଦିର୍ବା ଥାନା ଅଞ୍ଚଳରେ ଏହି ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକମାନେ ହେଲେ ସ୍ଥାନୀୟ ଗୁଜରାନ ଗ୍ରାମର ଭୋଳା ସିଂହ (୫୦), ନିର୍ମାଲ ସିଂହ (୪୨), ପ୍ରୀତ ସିଂହ (୪୨) ଓ ଲଗଜିତ ସିଂହ (୩୦) । ସମସ୍ତେ ଦଳିତ ପରିବାରର । ବିଷାକ୍ତ ମଦ ପିଇବା ଯୋଗୁଁ ସେମାନଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦିର୍ବା ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ଚୀମାଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏହି ମଦମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୋଲିସ ଏହି ଘଟଣାରେ ଜୋରଦାର ଛାନଭିନ୍ ଚଳାଇଛି

ଯାହା ସୂଚନା ମିଳିଛି, ଗୁଜରାନ ଗାଁରେ କିଛି ବ୍ୟକ୍ତି ମଦପାନ କରିଥିଲେ । ମଦ ପିଇବା ପରେ ୬ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେଥିମଧ୍ୟରୁ ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଙ୍କଟାପନ୍ନ ଥିବାବେଳେ ଏହି ଘଟଣା ନେଇ ସେମାନଙ୍କ ସମ୍ପର୍କୀୟ କହିଛନ୍ତି ଯେ, ବିଷାକ୍ତ ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇ ପଡିଥିବା ଆମେ ସନ୍ଦେହ କରୁଛୁ । ୬ ଜଣ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିହାରରେ ପୁଣି ମଦମୃତ୍ୟୁ, ବିଷାକ୍ତ ମଦ ନେଲା 6 ଜଣଙ୍କ ଜୀବନ !

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁରେ ବିଷାକ୍ତ ମଦ ପିଇ 12 ମୃତ, 24ରୁ ଅଧିକ ଗୁରୁତର

ଏହା ପୂର୍ବରୁ ମଧ୍ୟ ପଞ୍ଜାବରେ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳିଥିଲା । ତରତ ତାରାନ ଜିଲ୍ଲାରେ ବିଷାକ୍ତ ମଦପାନ କାରଣରୁ ଅନେକ ଲୋକଙ୍କୁ ମୃତ୍ୟୁ ହୋଇଥିଲା । ଏବେ କିଛି ଦିନର ବ୍ୟବଧାନ ପରେ ସଙ୍ଗରୁର ଦିର୍ବା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଏହି ଖବର ପାଇବା ମାତ୍ରକେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଅନେକ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଏହି ମଦ ମୃତ୍ୟୁ ସାମ୍ନାକୁ ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2024, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.