ETV Bharat / bharat

ଆସିଲେନି ଦଳର ତୁଙ୍ଗ ନେତା, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ କଂଗ୍ରେସ ସରକାରର ମନ୍ତ୍ରୀ - Ram Mandir Inauguration Ceremony

Vikramaditya Singh attended Ayodhya Ram Mandir Inauguration Ceremony: ଦଳର ବୟକଟ ସତ୍ତ୍ବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ କଂଗ୍ରେସର ଏହି ନେତା । ଜଣାନ୍ତୁ ତାଙ୍କ ସମ୍ପର୍କରେ

ଆସିଲେନି ଦଳର ତୁଙ୍ଗ ନେତା, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ହିମାଚଳ କଂଗ୍ରେସ ସରକାରର ମନ୍ତ୍ରୀ

author img

By ETV Bharat Odisha Team

Published : Jan 22, 2024, 9:40 PM IST

  • " class="align-text-top noRightClick twitterSection" data="">

ଶିମଲା/ଅଯୋଧ୍ୟା: ଅଯୋଧ୍ୟାରେ ବହୁପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ଏଥିରେ ବିଶ୍ବବ୍ୟାପୀ ବିଭିନ୍ନ ବର୍ଗରୁ ପ୍ରମୁଖ ଅତିଥିମାନେ ସାମିଲ ହୋଇଥିଲେ ସୁଦ୍ଧା ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନେତା ଏଥିରେ ଅଂଶଗ୍ରହଣ କରିନାହାନ୍ତି । ଦଳର ଏକାଧିକ କେନ୍ଦ୍ରୀୟ ତଥା ତୁଙ୍ଗନେତା ସାମିଲ ହେବା ପାଇଁ ନିମନ୍ତ୍ରଣ ପାଇଥିଲେ ସୁଦ୍ଧା ଏହାକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ଅଭିଯୋଗ କରି ସେମାନେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ହେଲେ କଂଗ୍ରେସ ଶାସନରେ ଥିବା ହିମାଚଳ ପ୍ରଦେଶର ଜଣେ ଯୁବମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି । ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ତମାମ ଦଳୀୟ ନେତାଙ୍କ କାର୍ଯ୍ୟକ୍ରମ ବର୍ଜନ ମଧ୍ୟରେ ବିକ୍ରମାଦିତ୍ୟ ସିଂ ବେଶ ଉତ୍ସାହର ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ସେ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।

ତେବେ ଏବେ ସୁଦ୍ଧା ମିଳିଥିବା ରୋଚକ ତଥ୍ୟ ଅନୁସାରେ, ବିକ୍ରମାଦିତ୍ୟ ସିଂ ହେଉଛନ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିଥିବା ଏକମାତ୍ର କଂଗ୍ରେସ ନେତା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ପୂର୍ବତନ ଅଧ୍ୟକ୍ଷା ତଥା ଭେଟେରାନ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯାଇଥିଲା । ଶେଷ ମୁହୂର୍ତ୍ତରେ କଂଗ୍ରେସ ନେତାଏଁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳ ଏକ ପ୍ରେସରିଲିଜ ଜାରି କରି ସ୍ପଷ୍ଟ କରିଥିଲା । ଏହି ଧାର୍ମିକ କାର୍ଯ୍ୟକ୍ରମକୁ ବିଜେପି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି । ବିଜେପି ଓ ଆରଏସଏସ ଏହାକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିସାରିଥିବା ଅଭିଯୋଗ କରି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଥିଲା ।

ଅନ୍ୟ କେହି କଂଗ୍ରେସ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲେ ସୁଦ୍ଧା ହିମାଚଳର ଏହି ଯୁବମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିକ୍ରମାଦିତ୍ୟଙ୍କ ଅଂଶଗ୍ରହଣ ନେଇ ଦଳ ଏପର୍ଯ୍ୟନ୍ତ କିଛି କହିନି । ଅନ୍ୟ ଦଳୀୟ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିନାହାନ୍ତି ।

ବର୍ଜନ କଲା କଂଗ୍ରେସ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ହିମାଚଳ କଂଗ୍ରେସ ସରକାରର ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ :- ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ନବୀନ, ଟ୍ବିଟ କରି କହିଲେ ମୁଁ ଆନନ୍ଦିତ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବିଧି ଶେଷ ହୋଇଛି । ଦେଶ ଓ ବିଦେଶର ପ୍ରାୟ 7 ହଜାର ବିଶିଷ୍ଟ ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନ୍ୟପଟେ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ସମଗ୍ର ଦେଶବାସୀ ଦେଖିଛନ୍ତି । ଏଥିପାଇଁ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଏକଦିବସୀୟ ଛୁଟି ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ହାଫ-ଡେ ଘୋଷଣା କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଏହି ଭବ୍ୟ ଉତ୍ସବର ସିଧା ପ୍ରସାରଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.