ETV Bharat / bharat

ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ଏହା ସଠିକ ସମୟ: ବିଜେପି ସାଂସଦ - ସାଂସଦ ନିଶିକାନ୍ତ ଦୁବେ

Hemant Sorens wife may take over as Jharkhand CM: ବିଜେପି ସାଂସଦ ନିଶିକାନ୍ତ ଦୁବେ ଆହୁରି କହିଛନ୍ତି ମୁଁ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲି । ମୋ ଅଭିଯୋଗ ଆଧାରରେ ସିବିଆଇ ମଧ୍ୟ ଏହାର ପ୍ରାରମ୍ଭିକ ଯାଞ୍ଚ କରିଥିଲା । ମୁଁ ତଥ୍ୟ ପ୍ରମାଣ ସହ ସୋରେନ ପରିବାର ସମ୍ପତ୍ତି ତାଲିକା ଲୋକପାଳଙ୍କୁ ଦେଇ ଅଭିଯୋଗ କରିଥିଲି । ଶିବୁ ସୋରେନ ତାଙ୍କ ପତ୍ନୀ, ହେମନ୍ତ ସୋରେନ ତାଙ୍କ ପତ୍ନୀଙ୍କ ନାରେ ମୋଟ 82 ଟି ସମ୍ପତ୍ତି ଏମିତି ରହିଛି । ଅଧିକ ପଢନ୍ତୁ

ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ଏହା ସଠିକ ସମୟ: ବିଜେପି ସାଂସଦ

author img

By ETV Bharat Odisha Team

Published : Jan 30, 2024, 8:26 PM IST

ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ଏହା ସଠିକ ସମୟ: ବିଜେପି ସାଂସଦ

ରାଞ୍ଚି: ଝାଡଖଣ୍ଡରେ ଲାଗିବ କି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିଶ କରିବେ କି ରାଜ୍ୟପାଳ? ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିଖୋଜ ଭିତରେ ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ରାଜଭବନ ତଲବ କରି ରିପୋର୍ଟ ମାଗିଛନ୍ତି । ଯାହାକୁ ନେଇ ରାଜନୀତି ସରଗରମ ଥିବାବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦାବି ଚର୍ଚ୍ଚାକୁ ଆହୁରି ବଳ ଯୋଗାଉଛି। ସାଂସଦ ଦୁବେ କହିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ 40 ଘଣ୍ଟା ଧରି ନିଖୋଜ ଅଛନ୍ତି । ନିଜ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ କରିବାର ଏହା ସଠିକ ସମୟ ।

ଅଧିକ ପଢନ୍ତୁ- ସୋରେନଙ୍କ ନିଖୋଜ ସସପେନ୍ସ ଶେଷ: ସାମ୍ନାକୁ ଆସିଲେ-ବୈଠକ କଲେ, କାଲି EDରେ ହାଜର

ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ‘‘ମୁଁ ରାଜ୍ୟପାଳ ମହୋଦୟଙ୍କୁ ଅନୁରୋଧ କରୁଛି ସମ୍ବିଧାନର ଧାରା ଅନୁଚ୍ଛେଦ 355 ଆଧାରରେ ରାଷ୍ଟ୍ରପତିଙ୍କୁ ଏକ ରିପୋର୍ଟ ପଠାନ୍ତୁ । ହେମନ୍ତ ସୋରେନଙ୍କ ଭାଇ ଓ ଭାଉଜ ମୋର ସମ୍ପର୍କରେ ଅଛନ୍ତି । ମୋ ସହ କଥା ହୋଇଛନ୍ତି । ହେମନ୍ତ ସୋରେନଙ୍କ ଏଭଳି ପଦକ୍ଷେପରେ ସେମାନେ ଦୁଃଖୀ ଅଛନ୍ତି । କାରଣ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଗଠନ ଶିବୁ ସୋରେନ ଓ ଦୁର୍ଗା ସେନ କରିଥିଲେ । ଏବେ କିନ୍ତୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ନିଜ ପତ୍ନୀ କଳ୍ପନା ସୋରେନଙ୍କୁ କରିବାକୁ ଚାହୁଁଛନ୍ତି । ହେମନ୍ତଙ୍କ ଏହି ପଦକ୍ଷେପରେ କେହି ବି ସହମତି ହେଉନାହାଁନ୍ତି । ଆମେ ଭାବୁଛୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଏହା ହେଇଛି ସଠିକ ସମୟ ।’’

ବିଜେପି ସାଂସଦ ନିଶିକାନ୍ତ ଦୁବେ ଆହୁରି କହିଛନ୍ତି ମୁଁ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲି । ମୋ ଅଭିଯୋଗ ଆଧାରରେ ସିବିଆଇ ମଧ୍ୟ ଏହାର ପ୍ରାରମ୍ଭିକ ଯାଞ୍ଚ କରିଥିଲା । ମୁଁ ତଥ୍ୟ ପ୍ରମାଣ ସହ ସୋରେନ ପରିବାର ସମ୍ପତ୍ତି ତାଳିକା ଲୋକପାଳଙ୍କୁ ଦେଇ ଅଭିଯୋଗ କରିଥିଲି । ଶିବୁ ସୋରେନ ତାଙ୍କ ପତ୍ନୀ, ହେମନ୍ତ ସୋରେନ ତାଙ୍କ ପତ୍ନୀଙ୍କ ନାରେ ମୋଟ 82 ଟି ସମ୍ପତ୍ତି ଏମିତି ରହିଛି । ଏହି ସମସ୍ତ ସମ୍ପତ୍ତିର ତଥ୍ୟ ସୋରେନ ପରିବାର ନା ଆୟକର ବିଭାଗକୁ ଦେଇଛନ୍ତି ନା ନିଜ ନିର୍ବାଚନ ପ୍ରାର୍ଥୀ ତାଳିକାରେ ଉଲ୍ଲେଖ କରିଛନ୍ତି । ଲୋକପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ସୋରେନ 2 ବର୍ଷ ହେଲା ଅଟକାଇ ରଖିଛନ୍ତି । ଆସନ୍ତା 15 ତାରିଖ ହେଉଛି ଲୋକପାଳଙ୍କ ଅନ୍ତିମ ଡେଡଲାଇନ । ଯଦି ଏହି ପୁରା ମାମଲାର ଏବେ ତଦନ୍ତ ହେବ ଆଉ ଲୋକପାଳ ସଠିକ ନିଷ୍ପତି ନେବେ 2024 ରେ ସୋରେନ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢିପାରିବେ ନାହିଁ । ଏହି ପୁରା ଘଟଣାକୁ ନେଇ ଏବେ ବିଜେପି ଜେଏମଏମ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ରହିଛି ।

ଜମି ଦୁର୍ନୀତି ମାମଲାରେ ଫସିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳଯ(ଇଡି) ମାମଲାରେ ହେମନ୍ତଙ୍କୁ ଜେରା ପାଇଁ ବାରମ୍ବାର ସମନ ଜାରି କରୁଛି । ବର୍ତ୍ତମାନ ସୁଦ୍ଧା 10 ଥର ସମନ ଜାରି ହୋଇଥିବା ବେଳେ ହେମନ୍ତ ସୋରେନ ଆସନ୍ତାକାଲି ଇଡି ସମ୍ମୁଖରେ ହାଜର ହେବେ ବୋଲି ଇମେଲ ଯୋଗେ ଇଡିକୁ ଜବାବ ଦେଇଛନ୍ତି । ସେପଟେ ହେମନ୍ତ ସୋରେନ ବାରମ୍ବାର ସମନକୁ ଅଣଦେଖା କରୁଥିବାରୁ ଇଡି ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତି ଚଳାଇଛି । ଗତକାଲି ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଚଢାଉ କରିଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ପାଇନଥିଲା । ଦୀର୍ଘ 17 ଘଣ୍ଟାର ଚଢାଉ ପରେ ଇଡି 36 ଲକ୍ଷ ଟଙ୍କା ଓ ସୋରେନଙ୍କ ବିଏମଡବ୍ଲୁକୁ ଜବତ କରିଥିଲା । ଆଜି ସୋରେନ ନିଜ ବାସଭବନରେ ଗଠବନ୍ଧନ ବିଧାୟକଙ୍କ ସହ ବୈଠକ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.