ETV Bharat / bharat

ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ କଳ୍ପନା ସୋରେନ - Kalpana Soren Meets Sunita Kejriwal

author img

By ETV Bharat Odisha Team

Published : Mar 30, 2024, 8:43 PM IST

Hemant Soren's Wife Kalpana Meets Sunita Kejriwal in Delhi: ଦିଲ୍ଲୀରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ । ସୋନିଆ ଗାନ୍ଧୀଙ୍କୁ ମଧ୍ୟ କଲେ ସାକ୍ଷାତ । ଅଧିକ ପଢନ୍ତୁ

ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ କଳ୍ପନା ସୋରେନ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଙ୍କୁ ସାକ୍ଷାତ କରିଛନ୍ତି । ଅପରାହ୍ନରେ କଳ୍ପନା କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲେ । ସୁନିତାଙ୍କୁ ସାକ୍ଷାତ କରି ଆଲିଙ୍ଗନ କରିଥିଲେ । କେଜ୍ରିଓ୍ବାଲଙ୍କ ଗିରଫଦାରୀ ସମ୍ପର୍କରେ ସେ ସୁନିତାଙ୍କୁ ସମବେଦନା ମଧ୍ୟ ଜଣାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ 15 ରୁ 20 ମିନିଟ ଧରି ଆଲୋଚନା ହୋଇଥିଲା । ଏବେ ଉଭୟ ହେମନ୍ତ ସୋରେନ ଓ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ।

ସୁନିତାଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଳ୍ପନା । କହିଛନ୍ତି, କିଛି ଦିନ ପୂର୍ବରୁ ଝାଡଖଣ୍ଡରେ ଯାହା ଘଟିଥିଲା, ତାହା ଏବେ ଦିଲ୍ଲୀରେ ଘଟିଛି । ଝାଡଖଣ୍ଡରେ ତାଙ୍କ ସ୍ବାମୀ ହେମନ୍ତଙ୍କୁ ଗିରଫ କରାଯାଇଥିଲା । ଏବେ ଦିଲ୍ଲୀରେ ସମାନ ଢଙ୍ଗରେ କେଜ୍ରିଓ୍ବାଲଙ୍କ ଗିରଫଦାରୀ ମଧ୍ୟ ହୋଇଛି । ତେଣୁ ସେ ସୁନିତାଙ୍କ ସହ ସାକ୍ଷାତ କରିବାକୁ ଆସିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢେଇ ଜାରି ରହିବ । କଳ୍ପନା ଏହା ମଧ୍ୟ କହିଛନ୍ତି ଯେ, ଆଜି ସଂଧ୍ୟାରେ ସେ କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବେ । ଆସନ୍ତାକାଲି ରାମଲିଳା ମୈଦାନରେ ‘ଇଣ୍ଡିଆ’ ମେଣ୍ଟ ଦ୍ବାରା ଆୟୋଜନ କରାଯାଉଥିବା ମହାରାଲିରେ ମଧ୍ୟ ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ :- ଆସନ ନପାଇ ମଧ୍ୟ NDA ଛାଡିବନି RLJP, ପାରସ କହିଲେ ମୋଦି ଆମର ନେତା - RLJP to be a part of NDA

ତେବେ ଝାଡଖଣ୍ଡ ଓ ଦିଲ୍ଲୀରେ ସମାନ ଢଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଜମି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକାଧିକ ଥର ସମନ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିଥିଲା । ଏହା ପରେ ହେମନ୍ତଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ ମଧ୍ୟ କରିଥିଲା । ଗିରଫଦାରୀ ପୂର୍ବରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାର କିଛି ସପ୍ତାହ ମଧ୍ୟରେ ସମାନ ଢଙ୍ଗରେ ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ଇଡି । ସେ ଏବେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଅଛନ୍ତି । ମାତ୍ର ହେମନ୍ତଙ୍କ ପରି କେଜ୍ରିଓ୍ବାଲ ଇସ୍ତଫା ଦେଇନାହାନ୍ତି । ସେ ଏବେ ମଧ୍ୟ ଜେଲରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ସରକାରୀ କାମ କରୁଛନ୍ତି । ଆସନ୍ତାକାଲି ‘ଇଣ୍ଡିଆ’ ମେଣ୍ଟର ତମାମ ସହଯୋଗୀ ଦଳ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ କେଜ୍ରିଓ୍ବାଲ ଗିରଫଦାରୀ ବିରୋଧରେ ବିଜେପି ବିରୋଧରେ ପ୍ରତିବାଦ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.