ETV Bharat / bharat

ଆଜି ସରୁଛି ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି, କୋର୍ଟରେ ହାଜର ପରେ ହୋଇପାରେ ଜେଲ୍ - ଝାଡଖଣ୍ଡ ଜମି ଦୁର୍ନୀତି

Hemant Will Appear In Court: ଆଜି ଶେଷ ହେଉଛି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି । ପିଏମଏଲଏ କୋର୍ଟରେ ହାଜର ହେବେ ହେମନ୍ତ ସୋରେନ । ଅଧିକ ପଢନ୍ତୁ

Hemant Will Appear In Court
Hemant Will Appear In Court
author img

By ETV Bharat Odisha Team

Published : Feb 15, 2024, 11:28 AM IST

ରାଞ୍ଚି: ଆଜି କୋର୍ଟରେ ହାଜର ହେବେ ହେମନ୍ତ ସୋରେନ । ଆଜି ଶେଷ ହେଉଛି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି । ଗତ ଶୁଣାଣିବେଳେ କୋର୍ଟ ଇଡି କରିଥିବା ରିମାଣ୍ଡ ଆବେଦନକୁ ମଞ୍ଜୁର କରିଥିଲେ । ହେମନ୍ତଙ୍କୁ 3 ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ଆଜି ହେମନ୍ତଙ୍କୁ କୋର୍ଟରେ ହାଜର କରାଯିବ ।

ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ହେମନ୍ତ ସୋରେନ । 13 ଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିଥିଲା । ଆଜି ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ତେବେ ହେମନ୍ତଙ୍କ ସହଯୋଗୀ ବିନୋଦ କୁମାର ସିଂଙ୍କୁ ମଧ୍ୟ ସ୍କାନରକୁ ନେଇ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ବିନୋଦ ଏକ ପ୍ରମୁଖ ପ୍ରମାଣ ସାଜିପାରନ୍ତି ।

ଜମି ଦୁର୍ନୀତି ମାମଲାରେ ଖୋଳତାଡ଼ ପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିଛି । ବିନୋଦଙ୍କ ହ୍ବାଟସଆପ୍ ଚାଟରୁ ତଦନ୍ତକାରୀ ସଂସ୍ଥା କିଛି ସୁରାକ ପାଇଥିବା କୁହାଯାଉଛି । ଗତ 12 ତାରିଖରେ ବିନୋଦ କୁମାର ସିଂଙ୍କ ବାସଭବନରେ ଚଢାଉ କରାଯାଇଥିଲା । ଏହା ପୂର୍ବରୁ ବି ଚଢାଉ ହୋଇଥିବାବେଳେ ଦ୍ବିତୀୟ ଥର ପାଇଁ ପୁନର୍ବାର ରେଡ୍ କରିଥିଲା ଇଡି । ଆଜି ତାଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ...ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ହେମନ୍ତ ସୋରେନ

ଏହା ମଧ୍ୟ ପଢନ୍ତୁ...କେଜ୍ରିୱାଲଙ୍କ ପିଛା ଛାଡୁନି ଇଡି: ଜାରି କଲା ଷଷ୍ଠ ସମନ, 19ରେ ହେବେ ହାଜର

ଏହା ମଧ୍ୟ ପଢନ୍ତୁ...ଜେରା ଆଳରେ ନିର୍ଯାତନା ! ED ବିରୋଧରେ ଏତଲା ଦେଲେ ହେମନ୍ତ

ଆଜି ପିଏମଏଲଏ କୋର୍ଟରେ ଶୁଣାଣି ପରେ ନ୍ୟାୟିକ ହେପାଜତକୁ ଯାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ତାଙ୍କୁ ରାଞ୍ଚି ସ୍ଥିତ ବିର୍ଷା ମୁଣ୍ଡା ସେଣ୍ଟ୍ରାଲ ଜେଲ କିମ୍ବା କ୍ୟାମ୍ପ ଜେଲକୁ ପଠାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ବିନୋଦଙ୍କର 2ଟି ଭିନ୍ନ ଭିନ୍ନ ମୋବାଇଲରୁ 539 ଓ 210 ପେଜର ଚ୍ୟାଟ୍ ମିଳିଛି । ଗତ 12 ତାରିଖର ରେଡ୍ ପରେ ଇଡି ପକ୍ଷରୁ ବିନୋଦଙ୍କୁ ପୁଣି ଥରେ ସମନ ଜାରି କରାଯାଇଥିଲା । ଅବୈଧ ଖନନ ଏବଂ ସାକ୍ଷ ପ୍ରମାଣ ନଷ୍ଟ କରିବା ତଥା ସାକ୍ଷୀଙ୍କୁ ପ୍ରଭାବିତ କରିବା ଭଳି ମାମଲାକୁ ନେଇ ସେ ଇଡି ସ୍କାନରକୁ ଆସିଛନ୍ତି । ପ୍ରଥମ ଥର ପାଇଁ ଜାନୁଆରୀ 3 ତାରିଖରେ ଇଡି ରାଡାରକୁ ଆସିଥିଲେ ବିନୋଦ । ଆଜି ତାଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.