ETV Bharat / bharat

ଜେଲରେ ହେମନ୍ତ, ଆଜି ଇଡିର ରିମାଣ୍ଡ ଆବେଦନ ଶୁଣାଣି

Hemant Soren Sent To Jail For A Day: ଜେଲ ଗଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ଇଡିର ରିମାଣ୍ଡ ଆବେଦନ ଶୁଣାଣି ହେବ । ଅଧିକ ପଢନ୍ତୁ

ଜେଲ ଗଲେ ହେମନ୍ତ, ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ଶୁଣାଣି

author img

By ETV Bharat Odisha Team

Published : Feb 1, 2024, 7:01 PM IST

Updated : Feb 2, 2024, 7:03 AM IST

ରାଞ୍ଚି: ବହୁଚର୍ଚ୍ଚିତ ଜମି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡିଛି । ତାଙ୍କୁ ଗତକାଲି ଅପରାହ୍ନରେ ପିଏମଏଲଏ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ଜେରା ପାଇଁ ‘ଇଡି’ 10 ଦିନିଆ ରିମାଣ୍ଡ ମାଗିଥିଲା । ତେବେ କୋର୍ଟ ରିମାଣ୍ଡ ଆବେଦନର ଶୁଣାଣି ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ହେମନ୍ତଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି । ଆଜି(ଶୁକ୍ରବାର) ଅପରାହ୍ନରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ । ଆଜିର ଶୁଣାଣି ହେମନ୍ତଙ୍କ ପାଇଁ ନିର୍ଣ୍ଣାୟକ ହେବାକୁ ଯାଉଛି ।

ତେବେ ସେ କୋର୍ଟରେ ହାଜର ହେବା ପୂର୍ବରୁ ଇଡିର ଗିରଫଦାରୀ ବିରୋଧରେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ହେମନ୍ତ । ଏହି ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ ଓ କେନ୍ଦ୍ରୀୟ ସଂସ୍ଥା ନିଜର କ୍ଷମତାର ଅପବ୍ୟବହାର କରି ତାଙ୍କୁ ଗିରଫ କରିଥିବା ସେ ପିଟିସନରେ ଦର୍ଶାଇଛନ୍ତି । ଇଡିର ଅଧିକାରୀଙ୍କ ଟିମ ବିରୋଧରେ ଏସସି-ଏସଟି ଆକ୍ଟରେ ହେମନ୍ତ ଏହି ମାମଲା କରିଛନ୍ତି । ଯାହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଜି ରାଞ୍ଚି ପିଏମଏଲଏ କୋର୍ଟ ମଧ୍ୟ ଇଡିର ରିମାଣ୍ଡ ମାମଲାର ଶୁଣାଣି କରିବ । ହେମନ୍ତ ବେଲ ପାଇବେ, ଜେଲ ଯିବେ ନା ଇଡି ରିମାଣ୍ଡରେ ଯିବେ, ତାହା ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ :- ଅନ୍ତରୀଣ ବଜେଟ 2024: ଏଥର ସୀତାରମଣଙ୍କ ଛୋଟ ଭାଷଣ, 58 ମିନିଟରେ ବଜେଟ ଭାଷଣ ଶେଷ

ଅନ୍ୟପଟେ ରାଞ୍ଚିରେ ଜେଏମଏମ ନେତୃତ୍ବାଧୀନ ମେଣ୍ଟ ବିଧାୟକମାନେ ଚାର୍ଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯିବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ମଧ୍ୟରେ ରାଜ୍ୟପାଳ ମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଚମ୍ପାଇ ସୋରେନଙ୍କୁ ଭେଟିବା ପାଇଁ ବିଳମ୍ବ କରିଥୁବା ଅଭିଯୋଗ ହୋଇଛି । ଅନ୍ୟପଟେ ସମର୍ଥନପତ୍ର ସହ ସେ ସରକାର ଗଠନ କରିବାକୁ ବିଧିବଦ୍ଧ ଦାବି ମଧ୍ୟ କରିଛନ୍ତି । ହେଲେ ରାଜ୍ୟପାଳ ତାଙ୍କୁ କେବେ ଶପଥ ପାଠ କରାଇବେ, ସେ ନେଇ କିଛି ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 2, 2024, 7:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.