ରାଞ୍ଚି: ହଟିଲା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନିଖୋଜ ସସପେନ୍ସ । ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ । ନିଖୋଜ ପୋଷ୍ଟର ଲଗାଇବାର କିଛି ସମୟ ପରେ ବାସଭବନରେ ପହଞ୍ଚିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଜଡ଼ିତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ଥିବା ନେଇ ଚର୍ଚ୍ଚା ହେବା ପରେ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଏହାରି ମଧ୍ୟରେ ରାଞ୍ଚିସ୍ଥିତ ନିଜ ବାସଭବନରେ ଆସି ପହଞ୍ଚିଛନ୍ତି । ବାସଭବନରେ ପହଞ୍ଚିବା ସମୟରେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନଦେଇ କେବଳ ହାତ ହଲାଇଛନ୍ତି ।
ବାସଭବନରେ ପହଞ୍ଚୁ ପହଞ୍ଚୁ ଆକ୍ଟିଭ୍ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ବାସଭବନରେ ଶାସକ ଦଳର ବିଧାୟକମାନଙ୍କ ସହ ଏକ ବୈଠକ କରୁଥିବା ସୂଚନା ରହିଛି । 40 ଘଣ୍ଟାର ଲୁଚକାଳି ପରେ ଆଜି ରାଞ୍ଚିରେ ସାମ୍ନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ସେରେନ। କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଉଥିବା ଆଶା କରାଯାଉଛି । ତାଙ୍କ ସହିତ ପତ୍ନୀ କଳ୍ପନା ସୋରେନ ଉପସ୍ଥିତ ରହିଛନ୍ତି । ବୈଠକରେ କଂଗ୍ରେସ ଏବଂ ସିପିଆଇ ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗିରଫ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏହି ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି ।
-
#WATCH | Jharkhand CM Hemant Soren arrives at his residence in Ranchi
— ANI (@ANI) January 30, 2024 " class="align-text-top noRightClick twitterSection" data="
He is being probed by ED in money laundering case linked to an alleged land scam pic.twitter.com/8GZuSVz2Hk
">#WATCH | Jharkhand CM Hemant Soren arrives at his residence in Ranchi
— ANI (@ANI) January 30, 2024
He is being probed by ED in money laundering case linked to an alleged land scam pic.twitter.com/8GZuSVz2Hk#WATCH | Jharkhand CM Hemant Soren arrives at his residence in Ranchi
— ANI (@ANI) January 30, 2024
He is being probed by ED in money laundering case linked to an alleged land scam pic.twitter.com/8GZuSVz2Hk
ଏହା ମଧ୍ୟ ପଢନ୍ତୁ : ଇଡିକୁ ହେମନ୍ତ ସୋରେନଙ୍କ ଚିଠି, 'ଆସନ୍ତାକାଲି ହେବେ ହାଜର'
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ନେଇ ଖବର ପ୍ରଚାର ହେବା ପରେ ବିଜେପି ନେତା ବାବୁଲାଲ ମରାଣ୍ଡି ଏକ ନିଖୋଜ ପୋଷ୍ଟର ସେୟାର କରିଥିଲେ। ପୋଷ୍ଟରରେ ଲେଖାଥିଲା,"ମୁଖ୍ୟମନ୍ତ୍ରୀ ଇଡି ଭୟରେ ସୋରେନ ନିଖୋଜ ହୋଇଯାଇଛନ୍ତି । ଶେଷ ଥର ପାଇଁ ରାତି 2 ଟାରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେହି ସମୟରେ ତାଙ୍କ ସହିତ ସୁରକ୍ଷାକର୍ମୀ ଉପସ୍ଥିତ ରହିଥିଲେ । ଯଦି କୌଣସି ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ସୂଚନା ଦେବେ ତାଙ୍କୁ 11 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ନିଖୋଜ ବ୍ୟକ୍ତିଙ୍କ ନାମ ହେମନ୍ତ ସୋରେନଙ୍କ ଉଚ୍ଚତା ୫ ଫୁଟ 2 ଇଞ୍ଚ, ରଙ୍ଗ ଶ୍ୟାମଳ । " ପୋଷ୍ଟର ଲଗାଯିବାର କିଛି ସମୟ ମଧ୍ୟରେ ବାସଭବନକୁ ପହଞ୍ଚିଛନ୍ତି ସୋରେନ ।
-
Jharkhand CM Hemant Soren holds a meeting of the state's ministers and ruling side's MLAs at CM residence in Ranchi. pic.twitter.com/OVM4ig3qZ0
— ANI (@ANI) January 30, 2024 " class="align-text-top noRightClick twitterSection" data="
">Jharkhand CM Hemant Soren holds a meeting of the state's ministers and ruling side's MLAs at CM residence in Ranchi. pic.twitter.com/OVM4ig3qZ0
— ANI (@ANI) January 30, 2024Jharkhand CM Hemant Soren holds a meeting of the state's ministers and ruling side's MLAs at CM residence in Ranchi. pic.twitter.com/OVM4ig3qZ0
— ANI (@ANI) January 30, 2024
ପ୍ରକାଶଥାଉକି, ଜମି ଦୁର୍ନୀତି ମାମଲାରେ ଜଡିତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଇଡି 10ଥର ସମନ ପଠାଇବା ସତ୍ତ୍ବେ ସେ ହାଜର ହୋଇନଥିଲେ । ଜେରା ହେବା ଲାଗି ସ୍ଥାନ ଏବଂ ସମୟ ନିର୍ଦ୍ଦାରଣ କରିବା ପାଇଁ ଆଦେଶ ଦେବା ସତ୍ତ୍ବେ ଅବମାନନା କରିଥିଲେ ମୁଖ୍ଯମନ୍ତ୍ରୀ । ଗତାକାଲି(ସୋମବାର) ଇଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିବା ବେଳେ ସେ ଉପସ୍ଥିତ ନଥିଲେ । ସେ କେଉଁଆଡେ ଫେରାର ହୋଇଯାଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା । ଏହାରି ଭିତରେ ଇଡି ତାଙ୍କ ବାସଭବନକୁ ବିମଡବ୍ଲୁ କାର ସହିତ 36 ଲକ୍ଷ ଟଙ୍କା ଜବତ କରିଥିଲା । ଅନ୍ୟପଟେ ବୁଧବାର ବାସଭବନରେ ଜେରା କରିବାକୁ ଇଡିକୁ ଚିଠି ଲେଖିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ