ETV Bharat / bharat

ସୋରେନଙ୍କୁ 'ସୁପ୍ରିମ' ଝଟକା: ଶୁଣାଣି ଆବେଦନ ଖାରଜ, ଝାଡ଼ଖଣ୍ଡ ହାଇକୋର୍ଟ ଯିବାକୁ ପରାମର୍ଶ - ସୁପ୍ରିମକୋର୍ଟରେ ସୋରେନ

Hemant Soren petition: ଇଡିର ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ କରିଥିଲେ ଆବେଦନ । ଝାଡ଼ଖଣ୍ଡ ହାଇକୋର୍ଟ ଯିବାକୁ ସୋରେନଙ୍କୁ କହିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରେ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି

author img

By ETV Bharat Odisha Team

Published : Feb 2, 2024, 10:11 AM IST

Updated : Feb 2, 2024, 11:28 AM IST

ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଆବେଦନ ଉପରେ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସୋରେନ । ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଗୁରୁବାର ଦିନ ଏହି ଆବେଦନ କରିଥିଲେ । ତେବେ ଏହାର ଶୁଣାଣି ପାଇଁ ମନା କରିବା ସହ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ୩ ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଏମଏମ ସୁନ୍ଦରେଶ, ଜଷ୍ଟିସ ବେଲା ଏମ. ତ୍ରିବେଦୀ ଥିଲେ । ଆଜି ଦିନ ସାଢେ ୧୦ଟାରେ ଆବେଦନ ଉପରେ ଶୁଣାଣି ହୋଇଥିଲା । ଗୁରୁବାର ସୋରେନଙ୍କ ଓକିଲ କପିଲ ଶିବଲ ଆବେଦନ ଦାୟର କରି ସର୍ବୋଚ୍ଚ କୋର୍ଟକୁ କହିଥିଲେ ଯେ, ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । କିନ୍ତୁ ଉକ୍ତ ମାମଲାକୁ ଫେରାଇ ନିଆଯିବ । ଏହାପରେ କୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା; ମୁଁ କେବେ ହାର୍ ମାନିବିନି, ଡରିବିନି

ଏହା ମଧ୍ୟ ପଢନ୍ତୁ: ଜେଲରେ ହେମନ୍ତ, ଆଜି ଇଡିର ରିମାଣ୍ଡ ଆବେଦନ ଶୁଣାଣି

ପ୍ରକାଶ ଥାଉକି, ଜମି ଦୁର୍ନୀତି ମାମଲାରେ ଗତ ସୋମବାର ଦିନ ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ କରିଥିଲା । ସେଠାରେ ଲକ୍ଷାଧିକ ଟଙ୍କା ସହିତ ଏକ ବିଏମଡବ୍ଲୁ କାର ଜବତ କରିଥିଲା । ଏହାପରେ ଗତ ବୁଧବାର ଇଡି ଅଧିକାରୀମାନେ ସୋରେନଙ୍କୁ ପ୍ରାୟ ୬ ଘଣ୍ଟା କାଳ ମାରାଥନ ଜେରା କରିଥିଲେ । ତାଙ୍କୁ ଗିରଫ କରାଯିବା ସମ୍ପର୍କରେ ସୂଚନା ପାଇଁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇ ରାଜଭବନରୁ ଫେରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ଏହାପରେ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସୁପ୍ରିମକୋର୍ଟରେ ଆବେଦନ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ହଜାର ହଜାର ଲୋକେ ଇଡି ଦ୍ବାରା ଗିରଫ ହୋଇଛନ୍ତି । ହେଲେ ସମସ୍ତେ ସୁପ୍ରିମକୋର୍ଟ ଆସୁନାହାନ୍ତି । ଏହାକୁ ନେଇ ଶିବଲ କହିଥିଲେ, ନିର୍ବାଚନ ପୂର୍ବରୁ ସମସ୍ତେ ଗିରଫ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2024, 11:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.