ETV Bharat / bharat

Rains Havoc: ଆନ୍ଧ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ, 10 ମୃତ: ରେଡ୍ ଆଲର୍ଟରେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା - Andhra Pradesh And Telangana Rains

author img

By ETV Bharat Odisha Team

Published : Sep 1, 2024, 12:33 PM IST

Updated : Sep 1, 2024, 4:40 PM IST

Heavy Rainfall in AndhraPradesh And Telangana: ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ବେହାଲ ଆନ୍ଧ୍ରପ୍ରଦେଶ । ବିଭିନ୍ନ ସ୍ଥାନ ଜଳବନ୍ଦୀ ଥିବାବେଳେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବର୍ଷା ବିତ୍ପାତ ଯୋଗୁ 10 ଜଣଙ୍କ ଜୀବନ ଗଲାଣି । ତେଲେଙ୍ଗାନାରେ ମଧ୍ୟ ବେହାଲ କରିଛି ଲଗାଣ ବର୍ଷା । ଏହି ଦୁଇଟି ରାଜ୍ୟର ପାଣିପାଗ ଅପଡେଟ୍ ଜାଣନ୍ତୁ ।

Rains Effect
Rains Effect (ETV Bharat AP and Telangana)

ଅମରାବତୀ/ହାଇଦ୍ରାବାଦ: ବେହାଲ କଲାଣି ବର୍ଷା । ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି । ଏପରିକି ଆନ୍ଧ୍ରପ୍ରଦେଶରେ ଭୂସ୍ଖଳନ ହୋଇଥିବା ଖବର ମଧ୍ୟ ଆସିଛି । ବର୍ଷା ବିତ୍ପାତ ଯୋଗୁ 10 ଜଣଙ୍କ ଜୀବନ ଗଲାଣି । ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ:

Rains Effect
Rains Effect (ETV Bharat AP)

ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚୁଛି ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ 10 ଜଣଙ୍କ ଜୀବନ ଗଲାଣି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ କାର୍ ଭାସିଯିବାରୁ ହୋଇଛି । ମୃତକଙ୍କ ପରିବାକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏଭଳି ସ୍ଥିତିରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମୁକାବିଲା ପାଇଁ ରିଭ୍ୟୁ ମିଟିଂ ଡାକିବା ସହ ସମସ୍ତଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୂସ୍ଖଳନରେ ବହୁ କ୍ଷୟକ୍ଷତି:

ବିଜୟୱାଡା ସହରରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି । ମାଟି ଅତଡା ଧସିବା ଫଳରେ କଲୋନୀରେ ଥିବା ଘର ଉପରେ ପଡିଥିବା କୁହାଯାଉଛି । ଫଳରେ ପାଖାପାଖି ୩ଟି ଘର ନଷ୍ଟ ହୋଇଯାଇଛି ।

Rains Effect
Rains Effect (ETV Bharat AP)

ଚାଲିଛି ଉଦ୍ଧାରକାର୍ଯ୍ୟ:

ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ ବିଜୟୱାଡା, ମଛଲିପାଟନମ, କାଇଲୁରୁ, ଅମରାବତୀ, ନନ୍ଦିଗାମା ଆଦି ଅଞ୍ଚଳ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଛି । ପ୍ରଭାବିତ ଅଞ୍ଚଳକୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

ତେଲେଙ୍ଗାନାକୁ ଆଲର୍ଟ:

ତେଲେଙ୍ଗାନାରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମେହବୁବାବାଦ, ନାରାୟଣପେଟ, ଖମାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହାସହ ଅତି ପ୍ରବଳ ବର୍ଷା ହେବାକୁ ଥିବା ସ୍ଥାନକୁ ରେଡ୍ ଆଲର୍ଟ ଓ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି IMD ।

Rains Effect
Rains Effect (ETV Bharat AP)

ଏହା ବି ପଢନ୍ତୁ...Rain Water On Bridge : ବର୍ଷାରେ ବେହାଲ ମାଲକାନଗିରି; ପୋଲ ଉପରେ ୨ ଫୁଟ ଉଚ୍ଚ ପାଣି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ - Heavy rain in Malkangiri

Last Updated : Sep 1, 2024, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.