ETV Bharat / bharat

NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ; NTA DG ପଦରୁ ହଟିଲେ ସୁବୋଧ କୁମାର, ତଦନ୍ତ କରିବ ସିବିଆଇ - NEET PG Exam Postpone

author img

By ETV Bharat Odisha Team

Published : Jun 23, 2024, 7:55 AM IST

NEET-PG Exam Postponed: ଆଜି ହେବାକୁ ଥିବା ନିଟ୍- ପିଜି ପରୀକ୍ଷା ସ୍ଥଗିତ । UGC-NET, NEET-UG ପେପର ଲିକ ଘଟଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହି ମାମଲାରେ ଏବେ ତଦନ୍ତ କରିବ ସିବିଆଇ । ଅଧିକ ପଢନ୍ତୁ

NEET-PG Exam Postponed
NEET-PG Exam Postponed (ETV Bharat English)

ନୂଆଦିଲ୍ଲୀ: ନିଟ- ପିଜି (NEET-PG) ପ୍ରବେଶିକା ପରୀକ୍ଷା ସ୍ଥଗିତ । ସିଏସଆଇଆର-ନିଟ ପରୀକ୍ଷା ପରେ ଆଜି(ରବିବାର) ହେବାକୁ ଥିବା ନିଟ୍‌-ପିଜି (NEET-PG) ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଉ ମଧ୍ୟ ଖୁବଶୀଘ୍ର ନୂଆ ପରୀକ୍ଷା ତାରିଖ ସୂଚୀ ଜାରି କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିବା ବେଳେ ଏହାକୁ ଧ୍ୟାନରେ ରଖି ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ ରଖାଯିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଆଜି ଅର୍ଥାତ 23 ଜୁନ୍ 2024 ରବିବାର ଦିନ ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସତର୍କତାମୂଳକ ପଦକ୍ଷେପ ଭାବରେ ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତ୍ତି କାରଣରୁ ଛାତ୍ରଛାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ମନ୍ତ୍ରଣାଳୟ ଆନ୍ତରିକତାର ସହ ଅନୁତାପ କରୁଥିବା ପ୍ରକାଶ କରାଯାଇଛି ।

ଏହା ବି ପଢନ୍ତୁ- ସ୍ଥଗିତ ହେଲା NEET-PG ପ୍ରବେଶିକା ପରୀକ୍ଷା, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ଅନ୍ୟପଟେ ନିଟ୍(NEET) ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ମହାନିର୍ଦ୍ଦେଶକ (DG) ସୁବୋଧ କୁମାରଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏସ ପ୍ରଦୀପ ସିଂହ ଖରୋଲାଙ୍କୁ ଏହି ଅତିରିକ୍ତ NTA DG ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଦୀପ ସିଂହ ଖରୋଲା କର୍ଣ୍ଣାଟକ କ୍ୟାଡରର ଆଇଏଏସ । ନିକଟରେ ହୋଇଥିହା NEET ଓ UGC-NET ପରୀକ୍ଷାରେ ଅନିୟମିତତା ମାମଲାକୁ ନେଇ ଏନଟିଏକୁ ବିରୋଧର ସାମ୍ନା କରିବାକୁ ପଡିଥିଲା ।

ପେପର ଲିକ୍‌ ମାମଲାରେ ସାରା ଦେଶରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିରୋଧାଭାଷ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧି ଦଳ ମଧ୍ୟ ଏହି ମାମଲାରେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରି ଆସିଛି । ତେବେ ପ୍ରବେଶିକା ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏନଟିଏ ଗଠନ କରାଯାଇଥିବା ବେଳେ ବାରମ୍ବାର ପରୀକ୍ଷାଗୁଡିକରେ ଅନିୟମିତତା ଅଭିଯୋଗ ଆସୁଥିବା ବେଳେ ଏନଟିଏ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ.. NTA ପରୀକ୍ଷାରେ ସ୍ୱଚ୍ଛତା ପାଇଁ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ, ୨ ମାସରେ ଦେବ ରିପୋର୍ଟ

ନିକଟରେ ଜୁନ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖାଯିବା ନେଇ ଜୁନ ୨୧ରେ ଘୋଷଣା ହୋଇଥିଲା । ଅନ୍ୟପଟେ କେନ୍ଦ୍ର ସରକାର ଏହି ମାମଲାରେ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.