ETV Bharat / bharat

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜିତନଙ୍କ ପ୍ରେସର ପଲିଟିକ୍ସ, ୨ଟି ମନ୍ତ୍ରୀ ପଦ ଦାବି

author img

By ETV Bharat Odisha Team

Published : Feb 2, 2024, 9:49 PM IST

Bihar Cabinet Expansion:ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ହାମ ମୁଖ୍ୟ ଜିତନ ମାଞ୍ଝୀଙ୍କ ପ୍ରେସର ପଲିଟିକ୍ସ ଆରମ୍ଭ । ଦାବି କଲେ ୨ଟି ମନ୍ତ୍ରୀ ପଦ । ଅଧିକ ପଢନ୍ତୁ

Jitan Ram Manjhi
Jitan Ram Manjhi

ପାଟନା: ନୀତିଶ କୁମାର ପୁଣି ଥରେ ଏନଡିଏ ସହ ମେଣ୍ଟ ସରକାର ଗଠନ କରିବା ପରେ ଖୁବଶୀଘ୍ର ବିହାରରେ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୫ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଏହାପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା (HAM) ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କ ପ୍ରେସର ପଲିଟିକ୍ସ ଆରମ୍ଭ ହୋଇଛି । ହାମକୁ ୨ଟି ମନ୍ତ୍ରୀ ପଦ ପ୍ରଦାନ କରିବା ଲାଗି ସେ ଦାବି କରିଛନ୍ତି ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିତନ ଶୁକ୍ରବାର କହିଛନ୍ତି, " ଫେବୃଆରୀ ୫ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ଏହି ଦିନ ବିଭାଗ ବଣ୍ଟନ ମଧ୍ୟ ହେବ । ମୁଁ ଏହା ପ୍ରଥମରୁ କହିଆସିଛି ଯେ ଯଦି ସ୍ବାଧୀନ ବିଧାୟକଙ୍କୁ ବିଭାଗ ବଣ୍ଟନ କରାଯାଉଛି, ତେବେ ହାମ ନିକଟରେ ୫ ଜଣ ବିଧାୟକ ରହିଛନ୍ତି । ଏଣୁ ଅତିକମରେ ହାମକୁ ୨ଟି ବିଭାଗ ପ୍ରଦାନ କରିବା ଉଚିତ । ଏ ନେଇ ଆମେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନିତ୍ୟାନନ୍ଦ ରାଏ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରିଛୁ । ତେବେ ସେମାନେ ଏହି ଦାବି ନା ଗ୍ରହଣ କରିଛନ୍ତି ନା ଖଣ୍ଡନ କରିଛନ୍ତି । ଏଣୁ ଆମେ ଆଶାବାଦୀ ଆମର ଦାବି ପୂରଣ ହେବ ।"

ଏହା ବି ପଢନ୍ତୁ- ‘ନୀତିଶ ସବ କେ ହେଁ’: 9ମ ଥର ନେବେ ମୁଖ୍ୟମନ୍ତ୍ରୀ ଶପଥ, ବିଜେପି ଖାତାକୁ 2 ଉପମୁଖ୍ୟମନ୍ତ୍ରୀ

ଏହାପୂର୍ବରୁ ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଥିବା ନେଇ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସଙ୍କେତ ଦେଇସାରିଛନ୍ତି । ଏ ନେଇ ସେ କହିଥିଲେ, " କ୍ୟାବିନେଟ ସମ୍ପ୍ରସାରଣ ଖୁବଶୀଘ୍ର ହେବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ନେଇ ନିଷ୍ପତ୍ତି ନେବେ ।" ସୂଚନା ଥାଉ କି ଗତ ଗତ ଜାନୁଆରୀ ୨୮ ତାରିଖରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନୀତିଶ କୁମାର ଏନଡିଏ ମେଣ୍ଟ ସହିତ ସରକାର ଗଠନ କରିଥିଲେ । ବିରୋଧୀ ମହାମେଣ୍ଟ ଇଣ୍ଡିଆ ଓ ଆରଜେଡି ସହ ଗଠନ କରିଥିବା ମହାଗଠବନ୍ଧନ ସହ ମେଣ୍ଟ ସରକାର ଭଙ୍ଗ କରିଥିଲେ ।

ଏହା ବି ପଢନ୍ତୁ- ସାମାନ୍ୟ ଚାପ ପଡିଲେ ୟୁ-ଟର୍ଣ୍ଣ ମାରନ୍ତି ନୀତିଶ: ରାହୁଲ

ଏହାପରେ ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନୀତିଶ କୁମାର । ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ । ମାତ୍ର ୭ ଦିନରେ ତାଙ୍କ ସରକାରର ପତନ ହୋଇଥିଲା । ୨୪ ନଭେମ୍ବର ୨୦୦୫ ଦ୍ୱିତୀୟ ଥର ଓ ୨୬ ନଭେମ୍ବର ୨୦୧୦ ମସିହାରେ ୩ୟ ଥର ମୁଖ୍ୟମନ୍ତ୍ରୀ ସେ ହୋଇଥିଲେ । ଏହା ପରେ ମଧ୍ୟ ଏହି ଧାରା ବଜାୟ ରହିଥିଲା । ପୁଣି ୨୨ ନଭେମ୍ବର ୨୦୧୫ ମସିହାରେ ୪ର୍ଥ ଥର, ୨୦ ଜାନୁଆରୀ ୨୦୧୫ ପଞ୍ଚମ ଥର, ୨୭ ଜୁଲାଇ ୨୦୧୭ରେ ଷଷ୍ଠ ଥର, ୧୬ ନଭେମ୍ବର ୨୦୨୦ ସପ୍ତମ ଥର, ୧୦ ଅଗଷ୍ଟ ୨୦୨୨ରେ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.