ETV Bharat / bharat

ISIS ଲିଙ୍କ୍ ସନ୍ଦେହ, ଗୌହାଟୀ IIT ଛାତ୍ରଙ୍କୁ ଗିରଫ ପରେ ପଚରାଉଚରା - IIT STUDENT ISIS LINK - IIT STUDENT ISIS LINK

ISIS link Guwahati IIT Student Arrested: ଗୌହାଟୀ ଆଇଆଇଟିରେ ପଢୁଥିବା ବାୟୋଟେକ୍ନୋଲୋଜି ବିଭାଗ ଛାତ୍ରକୁ ଗିରଫ କରିଲା ଏସଟିଏଫ । ISIS ସହିତ ଲିଙ୍କ୍ ରହିଥିବା ସନ୍ଦେହ । ଅଧିକ ପଢନ୍ତୁ

Guwahati IIT Student Arrested
Guwahati IIT Student Arrested
author img

By ETV Bharat Odisha Team

Published : Mar 25, 2024, 12:53 PM IST

ଗୌହାଟୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ISIS) ସହ ସଂପର୍କ ସନ୍ଦେହରେ ଆଇଆଇଟି ଗୌହାଟୀର ଛାତ୍ର ଗିରଫ । ଆସାମ ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ଛାତ୍ରକୁ ଗିରଫ କରି ପଚରାଉଚରା କରୁଛି । ଆଇଆଇଟି ଗୌହାଟୀର ବାୟୋଟେକ୍ନୋଲୋଜିର ଚତୁର୍ଥ ସେମିଷ୍ଟାରର ଛାତ୍ର ଆଇଏସଆଇଏସ ସହିତ ସଂପୃକ୍ତ ରହିଥିବା ନେଇ ଏସଟିଏଫର ଅତିରିକ୍ତ ପୋଲିସ ଅଧୀକ୍ଷକ କଲ୍ୟାଣ ପାଠକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଯୁବକଙ୍କ ନାମ ତୌସିଫ ଅଲି ଫାରୁକ ବୋଲି ଜଣାପଡିଛି ।

ଗିରଫ ଛାତ୍ର ତୌସିଫ ଅଲି ଫାରୁକ ବାୟୋଟେକ୍ନୋଲୋଜିର ଚତୁର୍ଥ ସେମିଷ୍ଟାରର ଛାତ୍ର ରହିଥିଲେ । ତେବେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ISIS) ସହିତ ସେ ଯୋଗାଯୋଗରେ ରହିଥିବା ନେଇ ସେ ଖୋଦ ଘୋଷଣା କରିଛନ୍ତି । ଶନିବାର ଅପରାହ୍ନରେ ଦିଲ୍ଲୀ ପୋଲିସ ଏବଂ ଆସାମ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଇମେଲ ମାଧ୍ୟମରେ ଏବଂ ଲିଙ୍କଡଇନ ପେଜ୍‌ରେ ଅପଡେଟ କରି ଫାରୁକ ଏହି ଘୋଷଣା କରିଥିଲେ । ନିଜ ଜୀବନକୁ ଆଲ୍ଲାଙ୍କୁ ସମର୍ପିତ କରିବା ପାଇଁ ସେ ଆଇଏସଏସରେ ଯୋଗ ଦେଇଥିବା ନେଇ ଘୋଷଣା କରିଥିଲେ । ତେବେ ଏହାପରେ ତୌସିଫ ଅଲି ଫାରୁକଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆତଙ୍କୀ ସଂଗଠନ ISISର ଭାରତ ମୁଖ୍ୟ ଗିରଫ

ତୌସିଫ ଅଲି ଫାରୁକକୁ ଗିରଫ କରାଯାଇଥିବା ନେଇ ଏସଟିଏଫର ଅତିରିକ୍ତ ପୋଲିସ ଅଧୀକ୍ଷକ କଲ୍ୟାଣ ପାଠକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଥିଲେ, "ପୋଲିସ ଏନେଇ ପୂର୍ବରୁ ଅନେକ ସୂଚନା ପାଇ ସାରିଥିଲା । ତେବେ ଫାରୁକ ଯେଉଁ ହଷ୍ଟେଲରେ ରହୁଥିଲେ ସେଠାରେ ଚଢାଉ କରିଥିବା ଏସଟିଏଫ ଟିମ୍‌ । ହଷ୍ଟେଲରୁ ଏକ ପତାକା ଉଦ୍ଧାର କରାଯାଇଥିବା ବେଳେ ଛାତ୍ରଜଣକ ସର୍ବଦା ଏକାକୀ ରହିବା ପାଇଁ ପସନ୍ଦ କରୁଥିବା ନେଇ ସହପାଠୀମାନେ କହିଛନ୍ତି । ସେ ଅନ୍ୟ ସହପାଠୀଙ୍କ ସହ ମେଳାପୀ ନଥିବା ବେଳେ ଶନିବାର ଅପରାହ୍ନରୁ ନିଖୋଜ ରହିଥିଲେ । ତୌସିଫ ଅଲି ଫାରୁକ ଦିଲ୍ଲୀର ବାସିନ୍ଦା । "

ପ୍ରକାଶଥାଉକି, ଗତ 21 ତାରିଖରେ ଆସାମର ଧୁବ୍ରି ଅଞ୍ଚଳରୁ ISISର ଭାରତ ମୁଖ୍ୟ ହରୀଶ ଆଜମଲ ଫାରୁକି ଏବଂ ତା'ର ଜଣେ ସହଯୋଗୀକୁ ଗିରଫ କରିଥିଲା ଆସାମ ସ୍ପେଶାଲ ଟାସ୍କ ଫୋର୍ସ (STF) । ଏକ ବଡ ଅପରେସନ ଚଳାଇ ଏହି ଦୁଇ ଟପ୍ ISIS ନେତାଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.