ETV Bharat / bharat

ଚାଷୀ-ସରକାରଙ୍କ ମଧ୍ୟରେ 4ର୍ଥ ପର୍ଯ୍ୟାୟ ବୈଠକ ଶେଷ, MSP ଉପରେ ସରକାର ରଖିଲେ ପ୍ରସ୍ତାବ

Government and Farmers Meeting ends: ଏମଏସପି ଗ୍ୟାରେଣ୍ଟି ଭଳି ବିଭିନ୍ନ ଦାବିରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଏହା ମଧ୍ୟରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ପାଞ୍ଚ ବର୍ଷ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP)ରେ ଡାଲି, ମକା, ଏବଂ କପା ଫସଲ କିଣିବା ନେଇ ସରକାର ପ୍ରସ୍ତାବ ଦେଇଥିବା ବେଳେ ଚାଷୀମାନେ କଣ ନିଷ୍ପତ୍ତି ନେବେ ତାକୁ ଅପେକ୍ଷା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 19, 2024, 8:29 AM IST

ଚାଷୀ- ସରକାରଙ୍କ ମଧ୍ୟରେ 4ର୍ଥ ପର୍ଯ୍ୟାୟ ବୈଠକ ଶେଷ

ଚଣ୍ଡିଗଡ: ପାଞ୍ଚ ବର୍ଷ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP)ରେ ଡାଲି, ମକା, ଏବଂ କପା ଫସଲ କିଣିବେ କେନ୍ଦ୍ର ସରକାର । ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷୀ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଓ ନିତ୍ୟାନନ୍ଦ ରାଏଙ୍କର ଆଲୋଚନା ହୋଇଥିଲା । ତେବେ ଏହି ବୈଠକରେ ଚାଷୀମାନଙ୍କ ସହ ଆଲୋଚନା ସରକାତ୍ମକ ରହିଛି କହିବା ସହ ପାଞ୍ଚ ବର୍ଷ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP)ରେ ଡାଲି, ମକା, ଏବଂ କପା ଫସଲ କିଣାଯିବା ନେଇ ପ୍ରସ୍ତାବ ଦିଆଯାଇଥିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ।

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ଆଇନ ଓ କୃଷି ଋଣ ଛାଡ ଭଳି ପାଖାପାଖି 12ଟି ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହା ମଧ୍ୟରେ ସରକାର ଓ ଚାଷୀଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଏହି ବେଠକରେ 3 ଜଣ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଓ ନିତ୍ୟାନନ୍ଦ ରାଏ କୃଷକ ସଂଗଠନର ମୁଖ୍ୟମାନଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସାମିଲ ହୋଇଥିଲେ । ରବିବାର ରାତି 8.15ରୁ ଆରମ୍ଭ ହୋଇଥିବା ଏହି ବୈଠକ ପାଖାପାଖି 4 ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ନେତା ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ଚାଷୀ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ସୀମାନ୍ତରେ ବେପାର ମାନ୍ଦା

ରବିବାର ବିଳମ୍ବିତ ରାତିରେ ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, "ଚାଷୀମାନଙ୍କ ସହ ଆଲୋଚନା ସକରାତ୍ମକ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଚାଷୀମାନଙ୍କ ପାଇଁ ସର୍ବଦା ଚିନ୍ତା କରନ୍ତି । ଆମେ ଭାରତୀୟ କିଷାନ ମଜଦୂର ସଂଘ ଓ ଅନ୍ୟ ଚାଷୀନେତା ମାନଙ୍କ ସହ ଆଲୋଚନା କରିଛୁ ।"

ସେ ଆଉ ମଧ୍ୟ କହିଛନ୍ତି, କିଷାନ ସଂଗଠନ ସହ ଭଲ ଭାବେ ଆଲୋଚନା ହୋଇଛି । ନୂତନ ଚିନ୍ତାଧାରା ଉପରେ ଆମେ ଆଲୋଚନା କରିଛୁ । ଯାହା କୃଷକମାନଙ୍କ ପାଇଁ ହିତକର ଅଟେ । କିସାନ ସଂଘର ପ୍ରତିନିଧିମାନେ କିଛି ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ପଞ୍ଜାବ, ହରିୟାଣା ସମେତ ସାରା ଦେଶର କୃଷକମାନେ ଉପକୃତ ହେବେ । ଏଥିସହ ଏହାର ସକରାତ୍ମକ ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡିବ ।

କେନ୍ଦ୍ରମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, " ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ NCCF ଓ NAFED ଭଳି ସମବାୟ ସମିତି ଏହି ନିଷ୍ପତ୍ତି ଉପରେ କାର୍ଯ୍ୟ କରିବେ । ଏହି ସମବାୟ ସମିତି ଡାଲି ଜାତୀୟ ଫସଲ, ମକା, କପା ଭଳି ଫସଲ କରୁଥିବା ଚାଷୀମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଉତ୍ପାଦକୁ ପାଞ୍ଚ ବର୍ଷ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP)ରେ କ୍ରୟ କରିବେ । ଏହି ଉତ୍ପାଦ କେତେ ପରିମାଣର କିଣାଯିବ ସେନେଇ କୌଣସି ସୀମା ରହିବ ନାହିଁ । ଏଥିପାଇଁ ଏକ ପୋର୍ଟାଲ୍ ବିକଶିତ ହେବ ।

ଅନ୍ୟପଟେ ଚାଷୀ ନେତା ଜଗଜିତ ସିଂହ ଦଲ୍ଲେଓ୍ୱାଲ କହିଛନ୍ତି, " MSP ଆଇନ, ସ୍ୱାମୀନାଥନ ଆୟୋଗର ସୁପାରିଶ ଓ ଚାଷୀ ଋଣ ଛାଡ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।" ଆଉ ମଧ୍ୟ ଚାଷୀ ନେତା ସରଓ୍ବନ ସିଂହ ପାଣ୍ଢେର କହିଛନ୍ତି," କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବ ଉପରେ ଆମେ ସୋମବାର ଓ ମଙ୍ଗଳବାର 2 ଦିନ ଆଲୋଚନା କରିବା ପରେ ନିଷ୍ପତ୍ତି ଶୁଣାଇବୁ । ତେବେ ବର୍ତ୍ତମାନ ଦିଲ୍ଲୀ ଚଲୋ ଆନ୍ଦୋଳନ ସାମୟିକ ସମୟ ପାଇଁ ସ୍ଥଗିତ ରହିଥିବା ବେଳେ ଯଦି ଫେବ୍ରୁଆରୀ 21 (ବୁଧବାର) ଦିନ 11 ସୁଦ୍ଧା ସମସ୍ୟାର ସମାଧାନ ନହୁଏ ତେବେ ଏହି ଆନ୍ଦୋଳନ ପୁଣି ଆରମ୍ଭ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.