ETV Bharat / bharat

ପରିବର୍ତ୍ତନର ସୂତ୍ରଧର ଇନାଡୁକୁ 50 ବର୍ଷ, ସୁବର୍ଣ୍ଣ ଜୟନ୍ତୀରେ ମନେ ପଡ଼ନ୍ତି ମହାନାୟକ - Eenadu Golden Jubilee - EENADU GOLDEN JUBILEE

EENADU 50 Years Celebrations : ଯୁଗ ବଦଳିବା ସହ ତାଳ ଦେଇ ପିଢି ପରେ ପିଢି ସମସ୍ତଙ୍କ ବିଶ୍ବାସ ଜିତିପାରିଛି 'ଇନାଡୁ'। ପରିବର୍ତ୍ତନର ସ୍ବପ୍ନ ଦେଖି ଏହାକୁ ବାସ୍ତବ ରୂପ ଦେଇଥିବା ପ୍ରତିଷ୍ଠାତା ରାମୋଜୀ ରାଓ ଆଉ ନାହାନ୍ତି । ହେଲେ ତାଙ୍କର ଏହି ଅବଦାନ ଆଜି ବି ଘରେ ଘରେ ପହଞ୍ଚୁଛି । କେମିତି ଥିଲେ ତେଲୁଗୁର ନମ୍ବର ୱାନ୍ ଖବରକାଗଜ ଇନାଡୁର ଯାତ୍ରା ଜାଣନ୍ତୁ ।

EENADU 50 Years Celebrations
EENADU 50 Years Celebrations (RKC)
author img

By ETV Bharat Odisha Team

Published : Aug 8, 2024, 6:01 AM IST

ହାଇଦ୍ରାବାଦ: ବଦଳୁଛି ଯୁଗ । ଆଉ ତାଳ ଦେଇ ବଦଳୁଛି ଟ୍ରେଣ୍ଡ । କହିବାକୁ ଗଲେ ପ୍ରତି 30ବର୍ଷରେ ଗୋଟିଏ ଗୋଟିଏ ପିଢିର ପରିବର୍ତ୍ତନ ହେଉଛି । ପରିବର୍ତ୍ତନର ସୂତ୍ରଧର ସାଜି ଯିଏ ଏହାକୁ ଆଗକୁ ନିଅନ୍ତି ତାଙ୍କୁ ଇଂରାଜୀରେ ଟ୍ରେଣ୍ଡସେଟର (Trendsetters) ବୋଲି କୁହାଯାଏ । ଏହାର ଉଦାହରଣ ହେଉଛି ତେଲୁଗୁ ଗଣମାଧ୍ୟମ ଜଗତକୁ ଆଲୋକିତ କରିଥିବା 'ଇନାଡୁ'। ସୂଚନା ପ୍ରଦାନ କ୍ଷେତ୍ରରେ ବଡ଼ ଧରଣର ବିପ୍ଳବ ଆଣିଥିଲା ଇନାଡୁ। 4 ହଜାର 500ରୁ ଆରମ୍ଭ ହୋଇଥିବା ବିତରଣ କ୍ରମାଗତ ଭାବେ ବୃଦ୍ଧି ପାଇ 13ଲକ୍ଷରୁ ଊର୍ଦ୍ଧ୍ବ ହେଲାଣି । ଏହା ଏକ ଗର୍ବର ବିଷୟ ଯେ, ତେଲୁଗୁ ଦୈନିକ ଖବରକାଗଜ ଭାବେ ସବୁଠୁ ଅଧିକ ଜନାଦୃତ ହେବାରେ ସୌଭାଗ୍ୟ ଅର୍ଜନ କରିଛି ଇନାଡୁ ।

EENADU 50 Years Celebrations
EENADU 50 Years Celebrations (RKC)

ଇନାଡୁର ଉତ୍ପତି:

1974 ମସିହା ଅଗଷ୍ଟ 10 ତାରିଖ ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ସୀତାମ୍ମାଧାରାରେ ଆରମ୍ଭ ହୋଇଥିଲା ସଂସ୍ଥା। ଇନାଡୁର ଆର୍ବିଭାବ ସହ ଭାସିଆସିଲା ମୁଦ୍ରିତ ସମୟର ଶବ୍ଦ (Printing Sound)। ହେଲେ ଏହି ଶବ୍ଦ କ'ଣ ? କାହିଁକି ଆସୁଛି ତାହା କେହି ହଠାତ୍ ବୁଝିପାରିଲେ ନାହିଁ। ଆଉ ସେହି ଶବ୍ଦ ସହ ଜନ୍ମ ନେଲା ତେଲୁଗୁ ଦୈନିକ ଖବର କାଗଜ 'ଇନାଡୁ'। ବିଭିନ୍ନ ରକମର ଖବର ନେଇ ଲୋକଙ୍କ ପାଖରେ ପହଞ୍ଚିଲା ଇନାଡୁ ଖବରକାଗଜ। ସେଦିନ ଯାତ୍ରା ଆରମ୍ଭ କରିଥିବା ଏହି ଦୈନିକ ଖବର କାଗଜ ଆଜି ତେଲୁଗୁରେ ସବୁଠୁ ଅଧିକ ବିତରଣ ହେଉଥିବା ଖବରକାଗଜ ଭାବେ ସୁନାମ ଅର୍ଜନ କରିଛି । ଅନ୍ଧକାରର ବୁକୁ ଚିରି ପ୍ରତିଦିନ ଖବର ବ୍ରେକ୍ କରି ପାଠକଙ୍କ ପାଖରେ ପହଞ୍ଚୁଥିବା ଇନାଡୁ ଏବେ ସଫଳତାର ଶିଖର ଛୁଇଁବା ସହ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ।

50ବର୍ଷ ପୂର୍ତ୍ତି କରି ଅର୍ଦ୍ଧଶତକ ହାସଲ କରିଛି ଇନାଡୁ । "ଏସବୁ ସଫଳତାର ଚେୟାରମ୍ୟାନଙ୍କ ଶୃଙ୍ଖଳାକୁ ଗୁରୁତ୍ବ ଦେବା ଯୋଗୁ ମିଳିପାରିଛି । କାରଣ କମ୍ପାନୀର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଏହି ଶୃଙ୍ଖଳିତ ଆଚରଣ ମୁଁ ଦେଖିବାକୁ ପାଇଛି " ବୋଲି କହିଛନ୍ତି ଇନାଡୁର ମ୍ୟାନେଜିଂ ଡାଇରେକ୍ଟର ସିଏଚ କିରଣ ।

EENADU 50 Years Celebrations
EENADU 50 Years Celebrations (RKC)

ଶବ୍ଦର ବାଦଶାହ ରାମୋଜୀ ରାଓ:

ଏହି ଖବରକାଗଜ ଆରମ୍ଭ କରିବା ସମ୍ପର୍କରେ ଚେୟାରମ୍ୟାାନଙ୍କର କୌଣସି ଧାରଣା ନଥିଲା। ଏହା ଥିଲା ଏକ ଅପ୍ରତ୍ୟାଶିତ ଯାତ୍ରା। ରାମୋଜୀ ରାଓଙ୍କର ଜଣେ ପରିଚିତ ବ୍ୟକ୍ତି ଥିଲେ, ଯାହାଙ୍କ ନାଁ ଥିଲା ଟି ରାମଚନ୍ଦ୍ର ରାଓ। ସେ ବିଜ୍ଞାପନ କ୍ଷେତ୍ରରେ କାମ କରୁଥିଲେ। ତାଙ୍କୁ ଦେଖିବା ପରେ ରାମୋଜୀ ରାଓଙ୍କର ଏଥିପ୍ରତି ଆଗ୍ରହ ବଢିଥିଲା। ତେଣୁ ବିଜ୍ଞାପନ ସହ ଜଡିତ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ରାମୋଜୀ ରାଓ। ଅଧ୍ୟୟନ ଶେଷ ହେବା ପରେ ରାମୋଜୀ ରାଓ ଜଣେ କଳାକାର ଭାବରେ ଦିଲ୍ଲୀର ଏକ ବିଜ୍ଞାପନ ଏଜେନ୍ସିରେ ଯୋଗ ଦେଲେ । ସେଠାରେ ସେ 3 ବର୍ଷ କାମ କରିବା ପରେ ହାଇଦ୍ରାବାଦ ଫେରିଆସିଥିଲେ। ସେହିଦିନ ଗୋଏଙ୍କାର ଆନ୍ଧ୍ରପ୍ରଭା ତେଲୁଗୁ ଗଣମାଧ୍ୟମରେ ସର୍ବାଧିକ ପ୍ରସାରିତ ହୋଇଥିଲା। ଏହାପରେ ରାମୋଜୀ ଭାବିଥିଲେ ଯେ, କାହିଁକି ଜଣେ ତେଲୁଗୁ ବ୍ୟକ୍ତି ନିଜ ଖବରକାଗଜ କରିପାରିବେ ନାହିଁ?

EENADU 50 Years Celebrations
EENADU 50 Years Celebrations (RKC)

ଯଦି ଆପଣ ଏକ ପତ୍ରିକାର ଆରମ୍ଭ କରିବାକୁ ଯାଉଛନ୍ତି କେଉଁଠୁ ଆରମ୍ଭ କରିବେ? କେମିତି ଆରମ୍ଭ କରିବେ? ଏ ପ୍ରଶ୍ନ ଆସେ। ସେହି ସମୟରେ ତେଲୁଗୁ ଖବରକାଗଜ ବିଜୟୱାଡାରେ ମୁଦ୍ରଣ ହେଉଥିଲା। ସେଠାରୁ ଅନ୍ୟ ସ୍ଥାନମାନଙ୍କୁ ପଠାଯାଉଥିଲା। ଟ୍ରେନ ସାହାଯ୍ୟରେ ବିଜୟୱାଡାରୁ ବିଶାଖାପାଟନମ ଆସୁଥିଲା ଖବର କାଗଜ। ତେଣୁ ଖବରକାଗଜ ପହଞ୍ଚିବାବେଳକୁ ଅପରାହ୍ନ ହୋଇଯାଉଥିଲା। ଏପରିକି ଉତ୍ତର ଆନ୍ଧ୍ରର ପାଠକଙ୍କ ନିକଟରେ ପହଞ୍ଚିବା ବେଳକୁ ସନ୍ଧ୍ୟା ମଧ୍ୟ ହୋଇଯାଉଥିଲା। ତେଣୁ ବିଶାଖାପାଟନମରେ ଯେଉଁ ସମୟରେ କୌଣସି ମୁଦ୍ରଣ ସଂସ୍ଥା ନଥିଲା ସେହି ସମୟରେ ପ୍ରଥମ ପଦକ୍ଷେପ ନେଲେ ରାମୋଜୀ ରାଓ। ଚୀନର ଯୁଦ୍ଧ ରଣନୀତି 'ନୋ ମ୍ୟାନ ଲ୍ୟାଣ୍ଡ' ବିଷୟରେ ରାମୋଜୀ ରାଓ ସବୁବେଳେ ଉଦାହରଣ ଦେଇଆସୁଥିଲେ।

ଏକ ଦୁଃସାହସିକ ଆରମ୍ଭ:

ବିଶାଖାପାଟନମରେ ଏକ ପତ୍ରିକାର ଆରମ୍ଭ କରିବା ଯେତିକି ଦୁସାଃହସିକ ଥିଲା ସେତିକି ସମ୍ବେଦନଶୀଳ ମଧ୍ୟ ଥିଲା। ସେହି ସମୟରେ ସବୁ ଖବରକାଗଜର ନାଁ 'ଆନ୍ଧ୍ର' ନାଁରେ ନାମିତ ଥିଲା। ଆନ୍ଧ୍ର ପତ୍ରିକା, ଆନ୍ଧ୍ର ପ୍ରଭା, ଆନ୍ଧ୍ରଜନତା ଆନ୍ଧ୍ର ଜ୍ୟୋତି, ଭିସାଲଆନ୍ଧ୍ର ଇତ୍ୟାଦି। ରାମୋଜୀ ରାଓ କାହାକୁ ଅନୁସରଣ କରନ୍ତି ନାହିଁ। ତେଣୁ ସେ କିଛି ଭିନ୍ନ କରିବାରେ ପ୍ରୟାସ କରିଥିଲା। ତେଣୁ ଏହି ଖବର କାଗଜର ନାଁ ରଖିଲେ 'ଇନାଡୁ'। 'ନାଡୁ'ର ଦୁଇ ପ୍ରକାର ଅର୍ଥ ଅଛି ସ୍ଥାନ ଏବଂ ଦିନ। ଇନାଡୁ ଅର୍ଥ ଏହି ସ୍ଥାନ ବା ଏହି ଦିନ। ଏହି ନାଁ ସହିତ ଖବରକାଗଜ ଦିନକୁ ଦିନ କ୍ଷମତା ବିସ୍ତାର କରିବାରେ ଲାଗିଲା।

ବିଶାଖାପାଟନମର ସୀଥାମଧରା ଅଞ୍ଚଳର ନାକ୍କାଭାନିପାଲେମ ଠାରେ ଏକ ଷ୍ଟୁଡିଓ ଥିଲା। ଯାହା ସେତି ସମୟରେ ବନ୍ଦ ହୋଇଯାଇଥିଲା। ଖବରକାଗଜକୁ ମୁଦ୍ରଣ କରିବା ପାଇଁ ମୁମ୍ବାଇର ଦ ନଭହିନ୍ଦ ଟାଇମ୍ସ (The Navhind Times) ରୁ ଅଣାଯାଇଥିବା ଏକ ସେକେଣ୍ଡ ହ୍ୟାଣ୍ଡ ଡୁପ୍ଲେକ୍ସ ଫ୍ଲାଟବେଡ୍ ରୋଟାରୀ ପ୍ରିଣ୍ଟିଂ ପ୍ରେସ କରାଯାଇଥିଲା । ସେତେବେଳେ ଏହାର ମୂଲ୍ୟ 1 ଲକ୍ଷ 5 ହଜାର ଟଙ୍କା ଥିଲା। ପ୍ରାୟ 5 କିମ୍ବା 6 ଦିନ ପୂର୍ବରୁ ଟ୍ରାଏଲ ରନ୍ କରାଯାଇଥିଲା । ଯୋଜନା ଅନୁସାରେ ସବୁକିଛି ପ୍ରସ୍ତୁତ କରାଯାଇଥିଲା। ଏହାପରେ ଆସିଲା ଅପେକ୍ଷା କରାଯାଇଥିବା ମୁହୁର୍ତ୍ତ। 1974ମସିହାର ଅଗଷ୍ଟ 9 ତାରିଖ ସନ୍ଧ୍ୟାରେ, ରାମୋଜୀ ରାଓ ଜଣେ କର୍ମଚାରୀଙ୍କୁ ଇନାଡୁର ପ୍ରଥମ ସଂସ୍କରଣ ଛାପିବା ପାଇଁ ସୁଇଚ୍ ଅନ୍ କରିବାକୁ କହିଥିଲେ । ଛପାଯିବା ପରେ ଅଗଷ୍ଟ 10 ତାରିଖ ଭୋରରୁ ବିଶାଖାପାଟନମରେ ଲୋକଙ୍କ ନିକଟରେ ପହଞ୍ଚିଥିଲା ଇନାଡୁ।

ଏମିତି କହିଥିଲେ ରାମୋଜୀ ରାଓ:

"ଇନାଡୁ ହେଉଛି ଆପଣମାନଙ୍କର ଖବରକାଗଜ, ଏମିତି କିଛି ବାର୍ତ୍ତା ଦେଇଥିଲେ ଚେୟାରମ୍ୟାନ ରାମୋଜୀ ରାଓ ଗାରୁ। ତେଣୁ ଆଜି ପାଠକମାନେ ଏହାକୁ ନିଜର ଭାବି ହୃଦୟରେ ରଖିଛନ୍ତି । ସମସ୍ତଙ୍କ ହୃଦୟସ୍ପର୍ଶୀ ହୋଇପାରିଛି ଇନାଡୁ । ଏହାହିଁ ଇନାଡୁର ଖ୍ୟାତି ଓ ପ୍ରଗତି । ତେଣୁ ଇନାଡୁ ତେଲୁଗୁ ପରିବାରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇପାରିଛି । ଇନାଡୁର ଲକ୍ଷ ଲକ୍ଷ ପାଠକ ଅଛନ୍ତି । ଯେଉଁମାନଙ୍କ ବିଶ୍ବାସ ଜିତିପାରିଛି ଇନାଡୁ" ବୋଲି କହିଛନ୍ତି ଇନାଡୁ, ଆନ୍ଧ୍ରପ୍ରଦେଶର ଏଡିଟର ଏମ ନାଗେଶ୍ବର ରାଓ ।

ସହଜ ଶବ୍ଦ:

"ଇନାଡୁର ଆର୍ବିଭାବ ପୂର୍ବରୁ ସଂସ୍କୃତ ଭାଷାର ବହୁଳ ବ୍ୟବହାର କରାଯାଉଥିଲା । ଯାହା ଫଳରେ ପାଠକମାନଙ୍କ ପାଇଁ ଏହା ବୁଝିବା କଷ୍ଟକର ହୋଇପଡୁଥିଲା। ଇନାଡୁରେ ସାଧାରଣ ଶବ୍ଦର ବ୍ୟବହାର ଗଣମାଧ୍ୟମ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିଲା । ଯାହା ଦ୍ବାରା ଖବର ଅଧିକ ପ୍ରଭାବଶାଳୀ ହେବାକୁ ଲାଗିଲା" ବୋଲି କହିଛନ୍ତି ଇନାଡୁ, ତେଲେଙ୍ଗାନା ଏଡିଟର ଡିଏନ ପ୍ରସାଦ ।

ହାଇଦ୍ରାବାଦରେ ଇନାଡୁ:

1974 ମସିହାରେ ଆନ୍ଧ୍ରପ୍ରଦେଶର ଜନସଂଖ୍ୟା 1 କୋଟି ଥିଲା। ସେହି ସମୟରେ ତେଲୁଗୁ ଦୈନିକ ଖବରକାଗଜ ଗୁଡିକର ବିତରଣ ସଂଖ୍ୟା ମାତ୍ର 2 ଲକ୍ଷ ଥିଲା। ଅବଶିଷ୍ଟ 90 ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବା ସେମାନଙ୍କର ଲକ୍ଷ୍ୟ ହେବା ଉଚିତ୍ ବୋଲି କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ରାମୋଜୀ ରାଓ। 17 ଡିସେମ୍ବର 1975 ରେ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଇନାଡୁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଲଗାମ ଭେଙ୍ଗଲାରାଓ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅଭୁଲା ସମବାସିଭାରାଓଙ୍କ ସମେତ ତେଲୁଗୁ ଅଭିନେତା ଏନଟିଆର ଓ ଏଏନଆରଙ୍କ ଉପସ୍ଥିତିରେ ପ୍ରଥମ ସଂସ୍କରଣ ଆରମ୍ଭ ହେଲା।

ଇନାଡୁର ଶାଖା ବିସ୍ତାର:

ସେହିପରି ମେ 1 ତାରିଖ 1978ରେ ଇନାଡୁର ବିଜୟୱାଡା ସଂସ୍କରଣ ତତ୍କାଳୀନ ରାଜ୍ୟପାଳ ସାରଦା ମୁଖାର୍ଜୀଙ୍କ କରକମଳରେ ଉଦଘାଟନ ହୋଇଥିଲା । ଆରମ୍ଭରୁ ହିଁ ଏହା ବିତରଣରେ 1 ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଚର୍ଚ୍ଚାରେ ଥିବା ଆନ୍ଧ୍ର ପ୍ରଭାକୁ ପଚରେ ପକାଇ ଅଗ୍ରଣୀ ତେଲୁଗୁ ଖବରକାଗଜ ଭାବେ ସଫଳତା ହାସଲ କଲା । 46 ବର୍ଷ ଧରି 1 ନମ୍ବର ସ୍ଥାନରେ ରହିଛି ଇନାଡୁ । ପରେ ତିରୁପତିଠାରେ ଆରମ୍ଭ ହୋଇଥିଲା ଚତୁର୍ଥ ୟୁନିଟ୍ । 2002 ମସିହା ଜୁନ 30ରେ ଆଉ 7ଟି ୟୁନିଟ୍ ଲଞ୍ଚ ହେଲା । କର୍ଣ୍ଣାଟକ, ତାମିଲନାଡୁ ଏବଂ ମହାରାଷ୍ଟ୍ରର ରାଜଧାନୀରେ ମଧ୍ୟ ନୂତନ ସଂସ୍କରଣ ପ୍ରକାଶ ପାଇଲା। 2002 ସେପ୍ଟେମ୍ବର 11ରେ ରାମୋଜୀ ରାଓ ଦିଲ୍ଲୀ ସଂସ୍କରଣ ଆରମ୍ଭ କରିଥିଲେ। ସମୁଦାୟ 23ଟି ସଂସ୍କରଣ ସହିତ ଇନାଡୁ ବିସ୍ତାର ହେବାରେ ଲାଗିଲା। ଆଜି ଏହା 50 ବର୍ଷରେ ପଦାର୍ପଣ କରିଥିବା ବେଳେ 11ହଜାର ଏଜେନ୍ସି ସହ 13 ଲକ୍ଷ କପି ପ୍ରତିଦିନ ପ୍ରକାଶ ପାଉଛି। ଆଉ ତେଲୁଗୁ ଗଣମାଧ୍ୟମର ଶୀର୍ଷ ସ୍ଥାନ ଅକ୍ତିଆର କରିଛି ଇନାଡୁ।

ଏହା ବି ପଢନ୍ତୁ...ମନେପଡନ୍ତି ମିଡିଆ ବାଦଶାହା ରାମୋଜୀ ରାଓ; ବ୍ରହ୍ମପୁରରେ ଶୋକସଭା, ଶ୍ରଦ୍ଧାଞ୍ଜଳି ଦେଲେ ବରିଷ୍ଠ ସାମ୍ୱାଦିକ - TRIBUTE TO RAMOJI RAO

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.