ETV Bharat / bharat

ଦୁଇ ବନ୍ଧୁ ଉପେନ୍ଦ୍ର-ଦୀନେଶ: ଦିନେ ଥିଲେ ସ୍କୁଲ ସାଙ୍ଗ, ଏବେ ଦୁଇ ସେନାର ମୁଖ୍ୟ - 2 friend Chief of two Armed Forces

author img

By ETV Bharat Odisha Team

Published : Jul 1, 2024, 9:12 AM IST

Updated : Jul 1, 2024, 10:22 AM IST

TWO FRIENDS, CHIEF OF TWO ARMED FORCES: ଭାରତୀୟ ସାମରିକ ଇତିହାସରେ ବିରଳ ସଂଯୋଗ । ସ୍ଥଳସେନା ଓ ନୌସେନାର ମୁଖ୍ୟ ହେଲେ ଦୁଇ ବନ୍ଧୁ । ଏକାଠି ସୈନିକ ସ୍କୁଲରେ ପଢୁଥିଲେ ପାଠ । ପଢନ୍ତୁ ଅଧିକ

ଦୁଇ ବନ୍ଧୁ ଉପେନ୍ଦ୍ର-ଦୀନେଶ: ଦିନେ ଥିଲେ ସ୍କୁଲ ସାଙ୍ଗ, ଏବେ ଦୁଇ ସେନାର ମୁଖ୍ୟ
ଦୁଇ ବନ୍ଧୁ ଉପେନ୍ଦ୍ର-ଦୀନେଶ: ଦିନେ ଥିଲେ ସ୍କୁଲ ସାଙ୍ଗ, ଏବେ ଦୁଇ ସେନାର ମୁଖ୍ୟ (ETV Bharat Odisha)

ହାଇଦ୍ରାବାଦ: ଭାରତୀୟ ସ୍ଥଳସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଗତକାଲି (ରବିବାର) ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ସରିବା ପରେ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ବରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ତାଙ୍କଠାରୁ ସେନା ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଚଳିତମାସ ପ୍ରାରମ୍ଭରେ ଭାରତ ସରକାର ଉପେନ୍ଦ୍ରଙ୍କୁ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ।

ଏହି ନୂତନ ଦାୟିତ୍ବ ସହ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବିରଳ ସଂଯୋଗ ମଧ୍ୟ ଦେଖିବାକୁ ମିଳିଛି । ଭାରତୀୟ ସ୍ଥଳସେନା ଓ ନୌସେନା ମଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି ଦୁଇ ସ୍କୁଲ ସାଙ୍ଗ । ନୌସେନା ଅଧ୍ୟକ୍ଷ ଆଡମିରାଲ ଦୀନେଶ ତ୍ରିପାଠୀ ଓ ସ୍ଥଳସେନା ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେଉଛନ୍ତି ଗୋଟିଏ ସୈନିକ ସ୍କୁଲରେ ଗୋଟିଏ ଶ୍ରେଣୀରେ ପାଠ ପଢିଥିବା ଦୁଇ ବାଲ୍ୟ ବନ୍ଧୁ । ଜଣଙ୍କ କାନ୍ଧରେ ଦେଶର ସ୍ଥଳସୀମାର ସୁରକ୍ଷା ଭାର ନ୍ୟସ୍ତ ଥିବା ବେଳେ ଅନ୍ୟ ଜଣେ ଦେଶର ଜଳସୀମାର ସୁରକ୍ଷାର ସର୍ବୋଚ୍ଚ କମାଣ୍ଡରର ଦାୟିତ୍ବ ନେଇଛନ୍ତି ।

ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ବ ନେଉଛନ୍ତି ଜେନେରାଲ ଦ୍ବିବେଦୀ
ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ବ ନେଉଛନ୍ତି ଜେନେରାଲ ଦ୍ବିବେଦୀ (ETV Bharat Odisha)

ଉଭୟ ଦୀନେଶ ଓ ଉପେନ୍ଦ୍ର 1970 ଦଶକରେ ମଧ୍ୟ ପ୍ରଦେଶର ରେଓ୍ବା ସ୍ଥିତ ସୈନିକ ସ୍କୁଲରେ ଏକାଠୀ ପାଠ ପଢୁଥିଲେ । ପରେ ଉଭୟ ସାମରିକ କଲେଜର ସ୍ପେସାଲାଇଜଡ ପ୍ରତିଷ୍ଠାନରେ ଶିକ୍ଷାଗ୍ରହଣ କରିଥିଲେ । ‘ଇଣ୍ଡିଆନ ମିଲିଟାରୀ ଏକାଡେମୀ’ରୁ ଶିକ୍ଷା ଶେଷ କରି ଉପେନ୍ଦ୍ର ଭାରତୀୟ ସ୍ଥଳସେନାରେ ଭର୍ତ୍ତି ହୋଇଥିଲେ । ସେହିପରି ଦୀନେଶ ମଧ୍ୟ ‘ଇଣ୍ଡିଆନ ନାଭାଲ ଏକାଡେମୀ’ରୁ ଶିକ୍ଷା ଶେଷ କରିବା ପରେ ଭାରତୀୟ ନୌସେନାରେ ନିଜର ସାମରିକ କ୍ୟାରିୟର ଆରମ୍ଭ କରିଥିଲେ । ଦୁଇ ବନ୍ଧୁ, ଦୁଇ ସେନାର ପ୍ରମୁଖ ହେବାରେ ଏହି ବିରଳ ସଂଯୋଗକୁ ଦେଶର ସାମରିକ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

ଉପେନ୍ଦ୍ରଙ୍କ କ୍ୟାରିୟର:-

ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ
ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ (ETV Bharat Odisha)

୧୯୬୪ରେ ଜନ୍ମିତ ଉପେନ୍ଦ୍ର ସୈନିକ ଏକାଡେମୀ ମାଧ୍ୟମରେ ସେନାରେ ଭର୍ତ୍ତି ହୋଇଥିଲେ । ୧୯୮୪ ଡିସେମ୍ବର ୧୫ ତାରିଖରେ ସେ ସ୍ଥଳସେନାର ଇନଫେଣ୍ଟାରୀ ରେଜିମେଣ୍ଟର ‘ଜେ.କେ ରାଇଫଲ୍ସ’ରେ ଯୋଗଦାନ କରିଥିଲେ । ଏହାପରେ ସେ ବିଭିନ୍ନ ରେଜିମେଣ୍ଟର କମାଣ୍ଡ ନେଇଥିଲେ । ଉତ୍ତର-ପୂର୍ବ ଭାରତରେ ସେ ‘ଆସାମ ରାଇଫଲ୍ସ’ର କମାଣ୍ଡର ଭାବେ କାର୍ଯ୍ୟ କରିବା ପରେ ଇଷ୍ଟ-ଜୋନର ମହାନିର୍ଦ୍ଦେଶକ ମଧ୍ୟ ହୋଇଥିଲେ । ପରେ ସେ ‘ଜେନେରାଲ ଇନଫେଣ୍ଟାରୀ’ର ମହାନିର୍ଦ୍ଦେଶକ ଓ ଉତ୍ତର-କମାଣର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏବେ ସେ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ବରେ ରହିଛନ୍ତି । ଉତ୍ତର-ପୂର୍ବରେ ଅନୁପ୍ରବେଶ ଓ ଉଗ୍ରବାଦ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କ ନେତୃତ୍ବରେ ସ୍ଥଳସେନା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ସେହିପରି ଚୀନ ସୀମାନ୍ତ ଅରୁଣାଚଳ ପ୍ରଦେଶରେ ମଧ୍ୟ ସେ ବିଭିନ୍ନ ସାମରିକ ଅପରେସନର ନେତୃତ୍ବ ନେଇଛନ୍ତି । ଦୀର୍ଘ ୪୦ ବର୍ଷରୁ ଅଧିକ ସାମରିକ କ୍ୟାରିୟରରେ ସେ ଏକାଧିକ ସାହାସିକତା ଓ ସେନା ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ତାଙ୍କୁ ଭାରତ ସରକାର ‘ଅତିବିଶିଷ୍ଟ ସେବା ମେଡାଲ’ ଓ ‘ପରମ ବିଶିଷ୍ଟ ସେବା ମେଡାଲ’ ମଧ୍ୟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ, ୩୦ରେ ଗ୍ରହଣ କରିବେ କାର୍ଯ୍ୟଭାର - Upendra Dwivedi New Army Chief

ଦୀନେଶଙ୍କ କ୍ୟାରିୟର:-

୧୯୬୪ ମସିହା ମେ’ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ୍ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ । ସେ ପ୍ରାରମ୍ଭିକ ସମୟରେ ଜଣେ ନୌସନିକ ଭାବେ କାର୍ଯ୍ୟନିର୍ବାହୀ ଶାଖାରେ ଯୋଗ ଦେଇଥିଲେ । ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସେ ପ୍ରାୟ ୩୯ ବର୍ଷ ଧରି ନୋସେନାରେ ଏକାଧିକ ବରିଷ୍ଠ କମାଣ୍ଡିଂ ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ ମୁମ୍ବାଇ ନୌସେନା ବେସରେ କାର୍ଯ୍ୟରତ ଥିଲେ ।

ଏହା ମଧ୍ୟ ପଢନ୍ତୁ :-ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ - new Chief of Naval Staff

ଆଡମିରାଲ ତ୍ରିପାଠୀ ଭାରତୀୟ ନୌସେନା ଜାହାଜ ଆଏନଏସ ବିନାଶ, କିର୍ଚ ଏବଂ ତ୍ରିଶୁଳର ନେତୃତ୍ୱ ନେଇସାରିଛନ୍ତି । ପଶ୍ଚିମ ଫ୍ଲିଟର ଫ୍ଲିଟ୍ ଅପରେସନ୍ ଅଫିସରଙ୍କ ସମେତ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରିଚାଳନା ଏବଂ କର୍ମଚାରୀ ନିଯୁକ୍ତି ମଧ୍ୟ କରିଛନ୍ତି । ଏବେ ସାମୁଦ୍ରିକ ଆହ୍ବାନ ବଢିବା ସହ ଭାରତୀୟ ନୌସେନାର ନବୀକରଣ ମଧ୍ୟ ଜାରି ରହିଛି । ତେଣୁ ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆଡମିରାଲ ତ୍ରିପାଠୀ ଭାରତୀୟ ନୌବାହିନୀର ପ୍ରମୁଖ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 1, 2024, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.