ETV Bharat / bharat

ଅଗ୍ରଣୀ ବିଶ୍ବ ଶକ୍ତି ଭାବରେ ଉଦୀୟମାନ ଭାରତକୁ ଆମେରିକା ସମର୍ଥନ କରେ: ଏରିକ୍‌ ଗାର୍ସେଟି - Garcetti Exclusive - GARCETTI EXCLUSIVE

India US relation: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଭାବେ ଏରିକ୍‌ ଗାର୍ସେଟିଙ୍କ 1ବର୍ଷ ପୂର୍ତ୍ତି । ଇଟିଭି ଭାରତ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ଦୁଇ ରାଷ୍ଟ୍ରର ସମ୍ପର୍କ ନେଇ କହିଲେ ଏମିତି । ଅଧିକ ପଢନ୍ତୁ

Eric Garcetti
Eric Garcetti (ANI)
author img

By ETV Bharat Odisha Team

Published : May 18, 2024, 7:49 PM IST

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଭାରତ ଓ ଆମେରିକା ମଧ୍ୟରେ ସହଭାଗିତା ଅଧିକ ଗଭୀର ହୋଇଛି । ଏକ ଅଗ୍ରଣୀ ବିଶ୍ବ ଶକ୍ତି ଭାବେ ଉଦୀୟମାନ ଭାରତ ଏବଂ ଭାରତ ଓ ପ୍ରଶାନ୍ତ ମହାସାଗରରେ ମୁକ୍ତ ଓ ଅବାଧ ଯାତାୟାତ ଉପରେ ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶୀଦାରକୁ ଆମେରିକା ସମର୍ଥନ କରେ । ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଭାବେ 1 ବର୍ଷ ପୂରଣ କରିବା ପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି ଏରିକ୍‌ ଗାର୍ସେଟି ।

ଇଟିଭି ଭାରତର ଚନ୍ଦ୍ରକଳା ଚୌଧୁରୀଙ୍କୁ ଗାର୍ସେଟି ସାକ୍ଷାତକାର ଦେଇ କହିଛନ୍ତି, "ଆମେରିକା ଓ ଭାରତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଚଳିତ ବର୍ଷ ଇତିହାସ ସୃଷ୍ଟି ହୋଇଛି ଏବଂ ଭାରତ ଜୀବନସାରା ପାଇଁ ମୋ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନରେ ରହିବ । ଆମେରିକା ଓ ଭାରତ ମଧ୍ୟରେ ସହଭାଗିତା ପୂର୍ବାପେକ୍ଷା ବର୍ତ୍ତମାନ ଗଭୀର ହୋଇଛି । ଆମେ ବିଶ୍ବର ଅନେକ ପ୍ରସଙ୍ଗ ଉପରେ ମିଳିତ ଭାବରେ କାର୍ଯ୍ୟ କରୁଛୁ ।"

ଗାର୍ସେଟି ଆହୁରି କହିଛନ୍ତି, "ଭାରତ ଓ ଆମେରିକା ମଧ୍ୟରେ ନିବିଡ଼ ସମ୍ପର୍କ ଅନେକ ଦିଗ ଦ୍ବାରା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ବାଇଟ ହାଉସ୍‌ ଗସ୍ତଠୁ ଆରମ୍ଭ କରି ଜି-20 ସମ୍ମିଳନୀ, ବାଣିଜ୍ୟ ବ୍ୟାପାର ସାମିଲ । ଆଜି ଭାରତର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ପୂର୍ବାପେକ୍ଷା ଏବେ ଅଧିକ ଆମେରିକା ଗସ୍ତ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ଲାଗି ଯାହା ସବୁ କରାଯାଇଛି ସେଥିପାଇଁ ମୁଁ ଉତ୍ସାହିତ । ହେଲେ ଆଗକୁ ଆଉ ଯାହା ସବୁ କରିବାକୁ ଯାଉଛୁ ସେଥିଲାଗି ଜଣେ ରାଷ୍ଟ୍ରଦୂତ ଭାବେ ମୁଁ ଅଧିକ ଉତ୍ସାହିତ ।"

ଏହା ବି ପଢନ୍ତୁ- ଶାହାରୁଖଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ, କହିଲେ...

ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଗାର୍ସେଟି କହିଛନ୍ତି, "ଆମେରିକା ଓ ଭାରତ ସମ୍ପର୍କ ସମଗ୍ର ବିଶ୍ବରେ ଅନ୍ୟତମ । ଏକ ଅଗ୍ରଣୀ ବିଶ୍ବ ଶକ୍ତି ଭାବେ ଉଦୀୟମାନ ଭାରତକୁ ଆମେ ସମର୍ଥନ କରୁ । ଏହାସହିତ ଇଣ୍ଡୋ-ପାସିଫିକରେ ମୁକ୍ତ ଯାତାୟାତ ସୁନିଶ୍ଚିତ କରିବାରେ ଭାରତର ଆଭିମୁଖ୍ୟକୁ ମଧ୍ୟ ଆମେ ସମର୍ଥନ କରୁ ଯାହା ସଂଯୁକ୍ତ, ସମୃଦ୍ଧ, ନିରାପଦ ଏବଂ ସ୍ଥାୟୀ । ବିଶ୍ବର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଆମେ ଦୁଇ ଦେଶ ଏକତ୍ରିତ ହୋଇ କାମ କରୁଛୁ । ଆମେ ଦୁଇ ଦେଶ ଯେତେବେଳେ ଏକାଠି କାମ କରୁ, ସେତେବେଳେ ଆମେ କେବଳ ନିଜ ଦେଶ ଲାଗି ନୁହେଁ, ବରଂ ବିଶ୍ବ ପାଇଁ ମଧ୍ୟ କାମ କରୁ ।"

ସେ କହିଛନ୍ତି ଯେ ଉଭୟ ଆମେରିକା ଏବଂ ଭାରତ ଆତଙ୍କବାଦର ଶିକାର ହୋଇଛନ୍ତି ଏବଂ ସମଗ୍ର ବିଶ୍ବରେ ଆତଙ୍କବାଦକୁ ରୋକିବା ପାଇଁ ଉଭୟ ଦେଶର ଆଗ୍ରହ ରହିଛି । ନାଗରିକ ଆଇନ ପ୍ରଣୟନ, ଆତଙ୍କବାଦ ନିରୋଧ, ସାମୁଦ୍ରିକ ତଥା ସୀମା ସୁରକ୍ଷା, ଆଇନର ନିୟମ ଏବଂ ନିଶା କାରବାର ଉଦ୍ୟମକୁ ସମର୍ଥନ କରିବାକୁ ଆମେରିକା ଭାରତ ସହ ସହଭାଗୀ ହୋଇଛି । ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ଲିଙ୍କ ଅଭିଯୋଗ ଦ୍ବାରା ଭାରତ-ଆମେରିକା ସମ୍ପର୍କ ଆଦୌ ପ୍ରଭାବିତ ହୋଇନାହିଁ । ଗତ ନଭେମ୍ବର ନ୍ୟୁୟର୍କରେ ଶିଖ ବିଚ୍ଛିନ୍ନତାବାଦୀ ଗୁରୁପତୱନ୍ତ ସିଂ ପନ୍ନୁନଙ୍କୁ ହତ୍ୟା ଷଡଯନ୍ତ୍ରରେ ଆମେରିକା ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.