ETV Bharat / bharat

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ, ଜାଣନ୍ତୁ କଣ ରହିଛି ଖାସ - Gangotri National Park

Gangotri National Park: ଉତ୍ତରାଖଣ୍ଡର ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ । ଏଠାରେ ରହିଛି ଟ୍ରେକିଂଠାରୁ ଆରମ୍ଭ କରି ତୁଷାରପାତ ଏବଂ ବନ୍ୟଜନ୍ତୁ ଯେପରିକି ବରଫ ଚିତାବାଘ, ପାହାଡ଼ି ମେଣ୍ଢା ଭଳି ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ । ଆସନ୍ତା 6 ମାସ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Gangotri National Park Opens
Gangotri National Park Opens
author img

By ETV Bharat Odisha Team

Published : Apr 1, 2024, 10:56 PM IST

ଡେରାଡୁନ: ଦେଶ ଓ ବିଦେଶର ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ । ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନଟି ଉତ୍ତରାଖଣ୍ଡର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ । 2390 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଉଦ୍ୟାନର ଗୌମୁଖ-ତପୋବନ ଟ୍ରାକ ପାର୍ଶ୍ବରେ ଥିବା ଗେଟ୍‌କୁ ଏକ ସ୍ବତନ୍ତ୍ର ପୂଜା ପାଇଁ ପୂର୍ବରୁ ଖୋଲାଯାଇଥିଲା । ମାତ୍ର ଆଜି (ସୋମବାର) ଉଦ୍ୟାନ କର୍ତ୍ତୃପକ୍ଷ ଆସନ୍ତା 6 ମାସ ପାଇଁ 4ଟି ଯାକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ବରଫ ଚିତା ବାଘ, ବରାଳ, ପାହାଡି ମେଣ୍ଢା ଭଳି ବନ୍ୟଜନ୍ତୁଙ୍କ ଏହା ବାସସ୍ଥାନ । ଗଙ୍ଗା ନଦୀର ଉତ୍ପତ୍ତି ସ୍ଥଳୀ ଗୌମୁଖ ବ୍ୟତୀତ ଗଙ୍ଗୋତ୍ରୀ ଗ୍ଲାସିଅର ଶିଖରରୁ 4,000 ମିଟର ଓ ସମୁଦ୍ର ପତ୍ତନ ଠାରୁ 7,000 ମିଟର ଉଚ୍ଚରେ ରହିଛି । ଏହାସହ ଗଙ୍ଗୋତ୍ରୀ ଧାମ ଏବଂ ନେଲାଙ୍ଗ ଉପତ୍ୟକା ମଧ୍ୟ ଏହାର ଅନ୍ତର୍ଭୁକ୍ତ । ନେଲାଙ୍ଗ ଉପତ୍ୟକା ଭାରତ-ଚୀନ ଅନ୍ତର୍ଜାତୀୟ ସୀମାକୁ ସଂଯୋଗ କରେ । ଗତ 2015 ମସିହାରେ ଏଠାକୁ ପର୍ଯ୍ୟଟକମାନେ ଭ୍ରମଣ ଲାଗି ଯାଇପାରିବେ ବୋଲି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ ।

ଏଠାରେ ଥିବା ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ:-

  • ଗରତାଙ୍ଗ ଗଲି:- ଭାରତ ଏବଂ ତିବ୍ଦତ ମଧ୍ୟରେ ବାଣିଜ୍ୟ ସମ୍ପର୍କର ସାକ୍ଷୀ ହେଉଛି ଭୈରବ ଉପତ୍ୟକା ନିକଟରେ ଥିବା ଗରତାଙ୍ଗ ଗଲି । ଏକ ଖାଲ ପଥର କାଟିବା ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ମାର୍ଗଟି ସ୍କାଏୱାକ୍‌ର ଅନୁଭବ ପ୍ରଦାନ କରିଥାଏ । 2021ରେ ଏହାର ନବୀକରଣ କରାଯିବା ସହ ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଥିଲା । ଦୁଃସାହସିକ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରିୟ ସ୍ଥାନ । ଏହି ସ୍ଥାନଟି ଏକ ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦ୍ର ଅନୁମତି ପ୍ରଦାନ କରିବା ପରେ ଦୁଃସାହସିକ ପର୍ଯ୍ୟଟକମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ଏଠାକୁ ଆସନ୍ତି ।
  • ନେଲାଙ୍ଗ ଉପତ୍ୟକା:- ଏହି ଉପତ୍ୟକାର ଭୌଗୋଳିକ ଅବସ୍ଥିତି ଲଦାଖ ଏବଂ ସ୍ପିଟି ଉପତ୍ୟକା ସହିତ ମେଳ ଖାଏ । ଏହା ଗଙ୍ଗୋତ୍ରିଠାରୁ 18 କିଲୋମିଟର ଦୂରରେ ଅବସ୍ଥିତ । ଉପତ୍ୟକାଠାରୁ ଭାରତ-ଚୀନ ଅନ୍ତର୍ଜାତୀୟ ସୀମାକୁ ଏକ ରାସ୍ତା ଯାଇଛି । ଏଠାରେ ଅଧିକାଂଶ ତୁଷାରପାତ ହୋଇଥାଏ । ଯେଉଁ କାରଣରୁ ଶିଖରଗୁଡିକ ବରଫରେ ଆବୃତ ହୋଇ ରହିଥାଏ ଏବଂ ତାପମାତ୍ରା ଶୂନରୁ ବି କମ୍ ରହିଥାଏ ।
  • କାଲିନ୍ଦିଖାଲ ଟ୍ରେକ୍‌:- ଏହି ଟ୍ରେକ୍ ରୁଟ୍‌ ଗଙ୍ଗୋତ୍ରି ଏବଂ ବଦ୍ରିନାଥକୁ ସଂଯୋଗ କରେ । ପ୍ରାୟ 90 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଟ୍ରେକ୍ ଦୁନିଆର ସବୁଠାରୁ କଷ୍ଟକର ଟ୍ରେକ୍ ଭାବରେ ପରିଗଣିତ ହୁଏ । ଗଙ୍ଗୋତ୍ରିଠାରୁ ଆରମ୍ଭ ହେଉଥିବା ଏହି ଟ୍ରେକ୍ ଦେଇ କେଦାରତାଲରେ ପହଞ୍ଚିବା ଲାଗି ଦୁଃସାହସିକ ପର୍ଯ୍ୟଟକମାନେ ଭୋଜଖାରକ, କେଦାରଖାରକ ଦେଇ ଯାଇଥାନ୍ତି । ଏହି ଟ୍ରେକ୍‌ରୁ ଥାଲାୟା ସାଗର ମାଉଣ୍ଟେନ ଦେଖିବା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ।
  • ଗୌମୁଖ-ତପୋବନ ଟ୍ରେକ୍‌:- ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନର ସବୁଠୁ ଲୋକପ୍ରିୟ ଟ୍ରେକ୍‌ ମାର୍ଗ ହେଉଛି ଗୌମୁଖ ତପୋବନ ଟ୍ରେକ୍‌ । ଏହି ଟ୍ରେକ୍‌ର ଦୂରତା ଗଙ୍ଗୋତ୍ରୀଠାରୁ ଗୌମୁଖଠା ପର୍ଯ୍ୟନ୍ତ ପ୍ରାୟ 18ରୁ 22 କିଲୋମିଟର । ପ୍ରତିଦିନ ଏହି ଟ୍ରେକରେ 150 ପର୍ଯ୍ୟଟକଙ୍କୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥାଏ ।

ଏହା ବି ପଢନ୍ତୁ- Snow leopard: ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ତୁଷାର ଚିତା ଠାବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.