ETV Bharat / bharat

20 କେଜି ସୁନାର ମୁକୁଟ ପିନ୍ଧିଛନ୍ତି ଗଜାନନ; ଦାନ କଲେ ଅନନ୍ତ ଅମ୍ବାନୀ, ଦାମ୍‌ ଶୁଣିଲେ ହୋସ ଉଡିଯିବ - Gold Crown

author img

By ETV Bharat Odisha Team

Published : Sep 8, 2024, 11:33 AM IST

Anant Ambani donates 20 kg gold crown to Lalbaugcha Raja: ଲାଲବାଗଚି ରାଜାଙ୍କୁ 20 କୋଟିଜର ସୁନାର ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ । ଦାମ୍‌ ରହିଛି 15 କୋଟି ଟଙ୍କା । ଅଧିକ ପଢନ୍ତୁ

20 କେଜି ସୁନାର ମୁକୁଟ ପିନ୍ଧିଛନ୍ତି ଗଜାନନ; ଦାନ କଲେ ଅନନ୍ତ ଅମ୍ବାନୀ, ଦାମ୍‌ ଶୁଣିଲେ ହୋସ ଉଡିଯିବ
20 କେଜି ସୁନାର ମୁକୁଟ ପିନ୍ଧିଛନ୍ତି ଗଜାନନ; ଦାନ କଲେ ଅନନ୍ତ ଅମ୍ବାନୀ, ଦାମ୍‌ ଶୁଣିଲେ ହୋସ ଉଡିଯିବ (ETV Bharat Odisha)

ମୁମ୍ବାଇ: ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସାହର ମାହୋଲ । ଗଜାନନଙ୍କ ଆବାହନ ଧ୍ବନୀରେ ପ୍ରକମ୍ପିତ ହେଛି ସମଗ୍ର ଦେଶ । ବିଶେଷ କରି ମହାରାଷ୍ଟ୍ରରେ ମହାଡମ୍ବରରେ ଗଣେଶ ପୂଜା ହୋଇଥାଏ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମୁମ୍ବାଇର ଲାଲବାଗଚାରେ ଗଣେଶଙ୍କ ପ୍ରତିମୂର୍ତ୍ତି ସବୁଠାରୁ ଅଧିକ ଉଚ୍ଚତା ରହିଛି । ଖଇରିଆ ରଙ୍ଗର ବସ୍ତ୍ର ସାଙ୍ଗକୁ 20 କେ.ଜି ସୁନାର ମୁକୁଟ ପରିଧାନ କରିଛନ୍ତି ଲାଲବାଗଚା ରାଜା । ଯାହା ପୂଜାର ମୁଖ୍ୟ ଆକର୍ଷଣ ସାଜିଛି । ଏହାର ମୂଲ୍ୟ 15 କୋଟି ଟଙ୍କା ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ ପରିବାର ପକ୍ଷରୁ ଏହାକୁ ଦାନ କରାଯାଇଛି ।

  • ଗଜାନନଙ୍କ ପାଇଁ 15 କୋଟିର ସୁନା ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ:

ଶ୍ରୀ ଗଣେଶଙ୍କୁ ସେଠାରେ ଲାଲବାଗଚା ରାଜା ଭାବେ ପୂଜାର୍ଚ୍ଚନା କରାଯାଏ । ପ୍ରଭୁଙ୍କ ମୁଣ୍ଡରେ ଶୋଭା ପାଉଛି 20 କେଜିର ସୁନାର ମୁକୁଟ । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାର ଦାମ 15 କୋଟି ବୋଲି କୁହାଯାଉଛି । ଗତକାଲି ଅନନ୍ତ ଅମ୍ବାନୀ ଏହାକୁ ଅନୁଷ୍ଠାନ କମିଟିକୁ ଦାନ କରିଥିଲେ । ଯାହାକୁ ପରିଧାନ କରିବା ପରେ ସୁନାରେ ଚମକୁଛନ୍ତି ଲାଲବାଗଚା ରାଜା । ଗତ 15 ବର୍ଷ ହେବ ଅନନ୍ତ ଅମ୍ବାନୀ ଲାଲବାଗଚା ରାଜା କମିଟି ସହିତ ଯୋଡିହୋଇ ରହିଛନ୍ତି । ଗଣେଶ ପୂଜା ସମୟରେ ସେ ଲାଲବାଗଚା ରାଜାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ନଜର ଆସିଛନ୍ତି । ରିଲିଆନ୍ସ ଫାଉଣ୍ଡେସନ ମାଧ୍ୟମରେ ଅମ୍ବାନୀ ପରିବାର ମଧ୍ୟ ଲାଲବାଗଚା ରାଜା କମିଟିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପକୁ ସହାୟତା ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Ganesh Puja 2024: ଆସିଛନ୍ତି ବିଦ୍ୟାଦାତା ଅଗ୍ରପୂଜ୍ୟ: କାହିଁକି ହସ୍ତୀ ମସ୍ତକ ଧାରଣ କଲେ ଶ୍ରୀ ଗଣେଶ ? ଜାଣନ୍ତୁ ପୁରାଣ ବର୍ଣ୍ଣନା - Ganesh Chaturthi 2024

  • 2 ମାସରେ ପ୍ରସ୍ତୁତ ହୋଇଛି ମୁକୁଟ :

ଲାଲବାଗଚା ରାଜାଙ୍କୁ ସୁନାର ମୁକୁଟ ଦିଆଯିବା ନେଇ ପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ କୁହାଯାଇଥିଲା । ଏହାକୁ ତିଆରି କରିବା ପାଇଁ 2ମାସ ସମୟ ଲାଗିଥିଲା । ପ୍ରାୟ 20 କେଜି ସୁନା ମୁକୁଟରେ ଖଞ୍ଜା ଯାଇଛି । ଯାହାର ଦାମ 15 କୋଟି ଟଙ୍କା ହୋଇଥିବା ବେଳେ ସ୍ବତନ୍ତ୍ର ଡିଜାଇନ ମଧ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀର ପୂଜା ପାଇଲେ ଗଛ ଗଣେଶ,ଫୋକସରେ ପରିବେଶ ସୁରକ୍ଷା - Ganesh Chaturthi 2024

  • ସୁନାରେ ଝଲସୁଛନ୍ତି ଗଜାନନ:

ଗତକାଲି ଭୋର ସମୟରେ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହାପରେ ସକାଳ 6ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଲାଲବାଗଚା ରାଜାଙ୍କ ପ୍ରଥମ ଲୁକ ଦେଖି ସମସ୍ତେ ବାବ ବିହ୍ବଳ ହୋଇପଡିଥିଲେ । ମୁଣ୍ଡରେ ସୁନାର ମୁକୁଟ, ଖରିଆ ରଙ୍ଗ ଭେଲଭେଟ ବସ୍ତ୍ରରେ ଝଲୁଛନ୍ତି ଗଜାନନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.