ETV Bharat / bharat

କିଏ ଏହି IRS ଅଧିକାରୀ ? ମିସ୍‌ରୁ ପାଲଟିଲେ ମିଷ୍ଟର - From Anusuya to Anukathir

From Anusuya to Anukathir: ଥିଲେ ଝିଅ ହେଲେ ପୁଅ । ଭାରତୀୟ ପ୍ରଶାସନିକ ସେବା ଇତିହାସରେ ଘଟିଛି ଏମିତି ଏକ ଘଟଣା । ସରକାରୀ ରେକର୍ଡ ପତ୍ରରେ ପରିବର୍ତ୍ତନ ହୋଇଛି ନାଁ ଓ ଲିଙ୍ଗ । ଜାଣନ୍ତୁ କିଏ ସେ ଅଧିକାରୀ । ଯିଏ ସୃଷ୍ଟି କଲେ ଇତିହାସ ।

author img

By ETV Bharat Odisha Team

Published : Jul 10, 2024, 10:06 PM IST

Anusuya to Anukathir
Anusuya to Anukathir (ETV Bharat Odisha)

ନୂଆଦିଲ୍ଲୀ: ମିସ୍‌ରୁ ହେଲେ ମିଷ୍ଟର । ଭାରତୀୟ ରାଜସ୍ବ ସେବାର ଜଣେ ବରିଷ୍ଠ ଅଧିକାରୀ ଏମ. ଅନୁସୂୟାରୁ ହୋଇଛନ୍ତି ଏମ ଅନୁକାଥିର ସୂର୍ଯ୍ୟ । ଭାରତୀୟ ପ୍ରଶାସନିକ ଇତିହାସରେ ପ୍ରଥମ ଥର ଏପରି ଏକ ବିରଳ ଘଟଣା ଘଟିଛି । ଜଣେ ଅଧିକାରୀଙ୍କ ନାମ ଓ ଲିଙ୍ଗ ବଦଳାଇବାକୁ ଅନୁମତି ମିଳିଛି । ଯାହା ଭାରତୀୟ ପ୍ରଶାସନିକ ଇତିହାସର ପ୍ରଥମ ଘଟଣା ।

କିଏ ଏହି ଏମ. ଅନୁସୂୟା: ଏମ ଅନୁସୂୟା ଏବେ ହାଇଦ୍ରାବାଦର କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ (CESTAT)ର କାର୍ଯ୍ୟାଳୟରେ ଯୁଗ୍ମ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବୟସ 35 ବର୍ଷ ହେବ ।

ଅର୍ଥ ମନ୍ତ୍ରଣାଳୟରେ କରିଥିଲେ ଆବେଦନ: ସରକାରୀ ଫାଇଲରେ ନିଜ ନାଁ ଏବଂ ଲିଙ୍ଗ ପରିବର୍ତ୍ତନ ପାଇଁ 2013 ବ୍ୟାଚର ଆଇଆରଏସ ଅଧିକାରୀ ଏମ. ଅନୁସୂୟା ଅର୍ଥ ମନ୍ତ୍ରଣାଳୟରେ ଆବେଦନ କରିଥିଲେ । ଯେଉଁଥିଲେ ସେ ନିଜ ନାମକୁ ଏମ. ଅନୁସୂୟାରୁ ଏମ ଅନୁକାଥିର ସୂର୍ଯ୍ୟ କରିବାକୁ ଦର୍ଶାଇଥିଲେ । ମିସ୍‌ରୁ ମିଷ୍ଟର ହେବାର ଇଚ୍ଛାକୁ ମଞ୍ଜୁର ଦେଇଛନ୍ତି ସରକାର ।

2013ରୁ ଆରମ୍ଭ ଅନୁସୂୟାଙ୍କ କ୍ୟାରିୟର: 2013ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅନୁସୂୟା । ସେ 2013 ମସିହାରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ 2018ରେ ତାଙ୍କର ପଦନ୍ନୋତି ହୋଇଥିଲା ଆସିଷ୍ଟାଣ୍ଟ କମିଶନରରୁ ଡେପୁଟି କମିଶନର ଭାବେ ନିଯୁକ୍ତି ପାଇଥିଲେ । ଗତବର୍ଷ ଅର୍ଥାତ୍‌ 2023ରେ ସେ ହାଇଦ୍ରାବାଦରେ ପୋଷ୍ଟିଂ ପାଇଥିଲେ । ତାମିଲନାଡୁର ଚେନ୍ନାଇରେ ହିଁ ନିଜ ପାଠପଢା ସମ୍ପର୍ଣ୍ଣ କରିଥିଲେ ଅନୁସୂୟା ।

କେନ୍ଦ୍ରର ମଞ୍ଜୁରିକୁ ସବୁଠି ପ୍ରଶଂସା: ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଏପରି ଘଟଣା ପ୍ରଥମ । ଯାହାକୁ ନେଇ ପ୍ରତିକ୍ରିୟା ଆସିବାରେ ଲାଗିଛି । କେନ୍ଦ୍ର ସରକାର ନାମ ଓ ଲିଙ୍ଗ ପରିବର୍ତ୍ତନକୁ ମଞ୍ଜୁର କରିବା ପରେ ଅନ୍ୟ ପ୍ରଶାସନିକ ଅଧିକାରୀ ଏହାକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ସେହିପରି ଆଉ କିଛି ଅଧିକାରୀ କହିଛନ୍ତି କି, ଆଗକୁ ଅନେକ ନାମ ଓ ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ ଆସିପାରେ ।

ଏହା ମଧ୍ୟ ପଢନ୍ତୁ: ଲିଙ୍ଗ ପରିବର୍ତ୍ତନ କଲେ କୋଚ୍, ଛାତ୍ରୀଙ୍କୁ କଲେ ବିବାହ

ଏହା ମଧ୍ୟ ପଢନ୍ତୁ: Gender Change Surgery: ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.