ETV Bharat / bharat

700 ଫୁଟ ତଳକୁ ଖସିଲା ସେନା ଗାଡି, 4 ଯବାନ ଶହୀଦ - Sikkim road accident

author img

By ETV Bharat Odisha Team

Published : Sep 6, 2024, 7:01 AM IST

Updated : Sep 6, 2024, 8:16 AM IST

Four Army Personnel Killed: ସିକ୍କିମରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । ରାସ୍ତାରୁ 700 ଫୁଟ ତଳକୁ ଖସିଲା ସେନା ଗାଡି । 4 ଜଣ ଯବାନ ଶହୀଦ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat (ANI)

ଗ୍ୟାଙ୍ଗଟକ: ସିକ୍କିମରେ ବଡ ଦୁର୍ଘଟଣା । 700 ଫୁଟ ତଳକୁ ଖସିଲା ସେନା ଗାଡି । ସେନା ଗାଡି ଦୁର୍ଘଟଣା ହେବାରୁ 4 ଜଣ ଯବାନ ଶହୀଦ ହୋଇଛନ୍ତି । ଏଭଳି ଘଟଣା ଘଟିଛି ସିକ୍କିମର ପାକଙ୍ଗ ଜିଲ୍ଲାରେ । ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେନା ଗାଡିରେ ଯବାନ ମାନେ ପଶ୍ଚିମବଙ୍ଗରୁ ସିକ୍କିମର ଜୁଲୁକ ଅଭିମୁଖେ ଯାଉଥିଲା । ଏହି ସମୟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; 2 ଯବାନ ଶହୀଦ

କେମିତି ଘଟିଲା ଦୁର୍ଘଟଣା?

ପଶ୍ଚିମବଙ୍ଗର ବିନ୍ନାଗୁରିରେ ମୁତୟନ ହୋଇଥିବା ସେନାର EMC କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡି ରେନକ୍-ରୋଙ୍ଗଲି ରାଜପଥ କଡ଼ରେ ଥିବା ଭର୍ଟିକାଲ୍ ଭୀରରେ ରାସ୍ତାରୁ ଏକ ଜଙ୍ଗଲ ମଧ୍ୟକୁ ପଡିଯାଇଥିବା କହିଛି ସ୍ଥାନୀୟ ପୋଲିସ । ଗାଡିରେ 4 ଜଣ ଯବାନ ଥିଲେ । ସେମାନେ ହେଉଛନ୍ତି ମଧ୍ୟପ୍ରଦେଶର ସେପୋଇର ପ୍ରଦିପ ପଟେଲ, ଇମ୍ଫାଲର ସିଏଫଏନ ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ବାସିନ୍ଦା ସୁବେଦାର କେ ଥାଙ୍ଗାପାଣ୍ଡି। ପୋଲିସ କହିଛି ଯେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏବଂ ତଦନ୍ତ ଚାଲିଛି। ଶହୀଦଙ୍କ ମୃତଦେହ ସେନାକୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। ଅଧିକାରୀମାନେ କହିଛନ୍ତି ଯେ, ଭାରସାମ୍ୟ ହରାଇ ଗାଡିଟି ରାସ୍ତା ତଳକୁ ଖସି ଆସି ପ୍ରାୟ 700 ରୁ 800 ଫୁଟ ତଳକୁ ଖସି ପଡିଥିଲା। ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-14 ଫେବୃଆରୀ ଭାରତ ପାଇଁ କଳା ଦିବସ; ଦେଶ ହରାଇଥିଲା 44 ବୀରପୁତ୍ର

ଶୋକପ୍ରକାଶ କଲେ ରାହୁଲ:

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ୍ସରେ ଟ୍ବିଟ କରି ରାହୁଲ କହିଛନ୍ତି, "ସିକ୍କିମରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରିଜଣ ସେନା କର୍ମଚାରୀଙ୍କ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଶହୀଦ ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ଦେଶ ପାଇଁ ଆପଣଙ୍କ ସେବା ତଥା ବଳିଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ''

ଏହା ମଧ୍ୟ ପଢନ୍ତୁ-4 ଶହୀଦଙ୍କୁ ଶେଷ ସମ୍ମାନ ଦେଲା ସେନା, ଦେଖନ୍ତୁ ଭିଡିଓ

Last Updated : Sep 6, 2024, 8:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.