ETV Bharat / bharat

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ - Buddhadeb Bhattacharjee Dies

author img

By ETV Bharat Odisha Team

Published : Aug 8, 2024, 12:15 PM IST

Updated : Aug 8, 2024, 12:56 PM IST

Former West Bengal CM Buddhadeb Bhattacharjee Dies: ଆଉ ନାହାନ୍ତି ବର୍ଷିୟାନ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । 80 ବର୍ଷ ବୟସରେ ଦେହାନ୍ତ । ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମମତା । ଅଧିକ ପଢନ୍ତୁ

ପରଲୋକରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧାଦିତ୍ୟ ଭଟ୍ଟାଚାର୍ଯ୍ୟ
ପରଲୋକରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧାଦିତ୍ୟ ଭଟ୍ଟାଚାର୍ଯ୍ୟ (ETV Bharat Odisha)

କୋଲକାତା: ଭେଟେରାନ ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ଆଜି ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସାଧୀନ ଥିଲେ । ଆଜି ଦକ୍ଷିଣ-କୋଲକାତାରେ ଥିବା ତାଙ୍କ ବାସଭବନରେ 80 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।

  • ଗତବର୍ଷ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ :-

ତାଙ୍କର ଶ୍ବାସକ୍ରିୟାଜନିକ ସମସ୍ୟା ରହିଥିଲା । ସେ ବାସଭବନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ର ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ । ଗତବର୍ଷ ଜୁଲାଇ ମାସରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ବାସଭବନରେ ଚିକିତ୍ସିତ ହେଉଥିଲେ ।

ଜ୍ଯୋତି ବାସୁଙ୍କ ସହ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ
ଜ୍ଯୋତି ବାସୁଙ୍କ ସହ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ (ETV Bharat Odisha)
  • ବଙ୍ଗ ରାଜନୀତିର ଜଣେ ତୁଙ୍ଗ ଚେହେରା:-

ଦୀର୍ଘ 5 ଦଶନ୍ଧି ଧରି ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ରହିଥିବା ଭଟ୍ଟାଚାର୍ଯ୍ୟ ଜଣେ ବର୍ଷିୟାନ ସାମ୍ୟବାଦୀ ନେତା । ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ପରେ ସିପିଆଇ (ମାର୍କ୍ସବାଦୀ) ପାର୍ଟରୁ ପ୍ରତିନିଧିତ୍ବ କରି 2000 ରୁ 2011 ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର 7ମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହା ପୂର୍ବରୁ ସେ 1999ରୁ 2000 ମସିହା ପର୍ଯ୍ୟନ୍ତ ଜ୍ୟୋତି ବାସୁ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ନେତୃତ୍ବ ପରେ, ଏକଦା ବଙ୍ଗ ରାଜନୀତିରେ ଅଖଣ୍ଡ ପ୍ରଭାବଶାଳୀ ଥିବା ବାମ ଦଳର କ୍ଷମତା ଯୁଗ ଶେଷ ହୋଇଥିଲା । ଶାସନକୁ ଆସିଥିଲା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ।

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ
ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ (ETV Bharat Odisha)

‘ପଦ୍ମଭୂଷଣ’ ସମ୍ମାନ ପ୍ରତ୍ୟାଖ୍ୟାନ କରି ଥିଲେ ଚର୍ଚ୍ଚାରେ:-

ଭାରତୀୟ ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଦ୍ଧଦେବଙ୍କୁ 2022ରେ ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମଭୂଷଣ’ ପାଇଁ ମନୋନୀତ କରିଥିଲେ କେନ୍ଦ୍ର ସରକାର । ମାତ୍ର ଏହାକୁ ସେ ଗ୍ରହଣ କରିନଥିଲେ । ତାଙ୍କୁ ପଦ୍ମ ପୁରସ୍କାର ସମ୍ପର୍କରେ କୌଣସି ସୂଚନା କେନ୍ଦ୍ର ସରକାର ଦେଇନି ଓ ସେ ଏହାକୁ ଗ୍ରହଣ କରିବେନି ବୋଲି ବୁଦ୍ଧଦେବ ସେତେବେଳେ ପ୍ରତିକ୍ରିୟାରେ କହିଥିଲେ । ପରେ ତାଙ୍କ ଦଳ ସିପିଆଇ-(ଏମ) ମଧ୍ୟ ସମାନ ଆଭିମୁଖ୍ୟ ସହ ଭଟ୍ଟାଚାର୍ଯ୍ୟଙ୍କ ନିଷ୍ପତ୍ତିରେ ସ୍ପଷ୍ଟୀକରଣ ରଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2024, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.