ETV Bharat / bharat

24 ଘଣ୍ଟାରେ 161ଥର ଚଢିଲେ 20ମହଲା ଅଟ୍ଟାଳିକା, ରଚିଲେ ବିଶ୍ବ ରେକର୍ଡ - GUINNESS RECORD FOR STAIR CLIMBING

author img

By ETV Bharat Odisha Team

Published : May 12, 2024, 7:36 PM IST

GUINNESS RECORD FOR STAIR CLIMBING: 24 ଘଣ୍ଟାରେ 161ଥର ଚଢିଲେ 20 ମହଲା କୋଠା । ବିଶ୍ବ ରେକର୍ଡ ହାତେଇଲେ ପୂର୍ବତନ ଆର୍ମି କମାଣ୍ଡୋ । ଅଧିକ ପଢନ୍ତୁ

FORMER COMMANDO HIMMAT SINGH
FORMER COMMANDO HIMMAT SINGH (Photo- ETV Bharat)

ଜୟପୁର: ସାଧାରଣତଃ ପାହାଚ ଚଢିବା ସଭିଙ୍କ ପାଇଁ କାଠିକର ପାଠ ସଦୃଶ ହୋଇଥାଏ । ଶୀଘ୍ର ଯିବା ଲକ୍ଷ୍ୟରେ ଆମେ ଅଧିକାଂଶ ଲିଫ୍ଟର ଉପଯୋଗ କରିଥାଉ । କିନ୍ତୁ ପାହାଚ ଚଢିବା ଏକ ପ୍ରକାରର ବ୍ୟାୟାମ ହୋଇଥାଏ । ତେବେ ଏହି ପାହାଚ ଚଢି ଜଣେ ଯୁବକ ବିଶ୍ବ ରେକର୍ଡ ହାତେଇଥିବା କହିଛନ୍ତି । ସେ 24 ଘଣ୍ଟାରେ 70 ହଜାର 679ଟି ପାହାଚ ଚଢିଥିବା କହିଛନ୍ତି । ତାଙ୍କ ଲକ୍ଷ୍ୟ ରହିଛି ଆଗାମୀ ଦିନରେ ଗିନିଜ ବୁକ୍‌ ଅଫ ୱାର୍ଲ୍ଡ ରେକର୍ଡ ହାତେଇବା । ଏହି ଯୁବକ ଜଣକ ପୂର୍ବତନ ଆର୍ମି କମାଣ୍ଡୋ ବୋଲି ଜଣାପଡ଼ିଛି ।

ଏହି ଯୁବକ ଜଣକଙ୍କ ପରିଚୟ ପୂର୍ବତନ ଆର୍ମି କମାଣ୍ଡୋ ହିମ୍ମତ ସିଂ (40) ବୋଲି ଜଣାପଡ଼ିଛି । ସେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜସ୍ଥାନର କ୍ୟାପିଟାଲ ସିଟି ଜୟପୁରର ଏକ ବଡ଼ ଅଟ୍ଟାଳିକାରେ 24 ଘଣ୍ଟାରେ ସେ 70 ହଜାର 679ଟି ପାହାଚ ଚଢିଛନ୍ତି । ସେ ସୋମବାର ( ମେ 6) ସନ୍ଧ୍ୟା 5ଟା 30ରେ ପାହାଚ ଚଢା ଆରମ୍ଭ କରିଥିବା ବେଳେ ମଙ୍ଗଳବାର (ମେ 7) ସନ୍ଧ୍ୟା 5ଟା 22ରେ ଶେଷ କରିଥିଲେ । 20 ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ପାହାଚ ସେ 161 ଥର ଚଢିଛନ୍ତି । ପୂର୍ବରୁ ସ୍ପେନ ବାସିନ୍ଦା ଲୋପେଜ ରୋଡ୍ରିଗଜ 2023 ଜୁଲାଇ 1 ତାରିଖରେ 70,242 ପାହାଚ (18.713କିମି) ଚଢି ଗିନିଜ ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି । ଆଗାମୀ ଦିନରେ ହିମ୍ମତ ଏହି ରେକର୍ଡ ନିଜା ନାମରେ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ଏହା ବି ପଢନ୍ତୁ- ରାଉରକେଲା ଯୁବକଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ; ୧୨ ଘଣ୍ଟାରେ ଟ୍ରେଡମିଲରେ ଦୌଡ଼ିଲେ ୬୮ କିମି

ହିମ୍ମତଙ୍କ ଫିଜିକାଲ ଏଜୁକେସନ ଟିଚର ସନ୍ତୋଷ ରାଠୋର କହିଛନ୍ତି, " ହିମ୍ମତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏହି ରେକର୍ଡ ଭାଙ୍ଗିଛନ୍ତି । ସେ ପାହାଚ ଚଢିବାର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓକୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ମୁଖ୍ୟାଳୟକୁ ପଠାଯିବ । ଆମେ ନିଶ୍ଚିତ ଯେ 24 ଘଣ୍ଟାରେ ସର୍ବାଧିକ ପାହାଚ ଚଢିବା ଗିନିଜ ରେକର୍ଡ ଜୟପୁରର ହିମ୍ମତ ସିଂ ନାଁରେ ହେବାକୁ ଯାଉଛି । " ଚଳିତ ବର୍ଷ ମାର୍ଚ୍ଚରେ ହିମ୍ମତ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ନିଜ ନାଁ ପକ୍କା କରିସାରିଛନ୍ତି । ସେ ଜୟପୁର ଖତିପୁରା ପୁଲିଆଠାରେ ମାତ୍ର 19 ଘଣ୍ଟା 46 ମିନିଟ ଓ 16 ସେକେଣ୍ଡ ସମୟ ମଧ୍ୟରେ 43,200 ପାହାଚ ଚଢିଥିଲେ । ଏହି ସଫଳତା ପରେ ସେ ଗିନିଜ ରେକର୍ଡ କରିବା ଲାଗି ମନ ସ୍ଥିକ କରିଥିଲେ ।

ରେକର୍ଡ ମାଧ୍ୟମରେ ଯୁବପିଢିଙ୍କୁ ହିମ୍ମତଙ୍କ ବାର୍ତ୍ତା:- ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ହିମ୍ମତ ସିଂ କହିଛନ୍ତି, " ମୁଁ 1 ଲକ୍ଷ ପାହାଚ ଚଢିବାକୁ ମନସ୍ଥ କରିଥିଲି । ହେଲେ ପ୍ରବଳ ଗରମ ଯୋଗୁଁ ଏହା ସମ୍ଭବପର ହୋଇପାରିଲାନି । ଏହି ପାହାଚ ଚଢିବାର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କୁ ନିଶା ଦ୍ରବ୍ୟଠାରୁ ଦୂରେଇ ରଖିବା ଲାଗି ବାର୍ତ୍ତା ଦେବା । ବର୍ତ୍ତମାନର ଯୁବପିଢି ନିଶା ଦ୍ରବ୍ୟ ସେବନ କରୁଥିବା ବେଳେ ଜୀବନରେ କୌଣସି ଲକ୍ଷ୍ୟ ରଖୁନାହାନ୍ତି । ମୋର ଏହି ରେକର୍ଡକୁ ଯୁବପିଢି ଶିଖିବେ ଯେ ଯଦି ଜଣେ 40ବର୍ଷର ବ୍ୟକ୍ତି ଏହା କରିପାରୁଛି, ତେବେ 32 ବର୍ଷର ଯୁବକ କାହିଁକି ନୁହେଁ ? ଏହାପରେ ସେମାନେ କିଛି ବି କରିବାକୁ ପ୍ରେରିତ ହେବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.