ETV Bharat / bharat

ଫୁଟବଲ ମ୍ୟାଚ ବେଳେ ଟଳିପଡ଼ିଲେ ଗୋଲକିପର, ଡେରାଡୁନରେ ଓଡ଼ିଶା ଖଳାଳି ମୃତ - Odisha Player Died In Dehradun

Odisha Team Player Death In Dehradun: ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଓଡ଼ିଶା ଦଳର ଗୋଲକିପରଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 24, 2024, 10:59 PM IST

Football Player From Odisha Died
Football Player From Odisha Died (ETV Bharat Odisha)

ଡେରାଡୁନ: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଓଡ଼ିଶା ଖଳାଳି ମୃତ । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଟଳିପଡ଼ିଲେ ଗୋଲକିପର । ଖଳାଳିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଡେରାଡୁନର କ୍ଲେମେଣ୍ଟ ଟାଉନରେ ଥିବା ତିବ୍ଦତୀୟ ବିଦ୍ୟାଳୟ ପରିସରରେ ତିବ୍ଦତୀୟ କମ୍ୟୁନିଟି ପକ୍ଷରୁ 40 ବର୍ଷରୁ ଊର୍ଦ୍ଧ ବୟସ ନ୍ୟାସନାଲ ଏପିଏଫ୍ ଗୋଲ୍ଡ ଫୁଟବଲ୍ କପ୍ ଚାମ୍ପିଅନସିପ୍ ଆୟୋଜନ କରାଯାଇଥିଲା । ଏହି ଚାମ୍ପିୟନଶିପ୍‌ରେ ପୋଟଲା ଇଲେଭେନ ଓଡିଶା ଓ ଗ୍ୟାଙ୍ଗଚୁପା ଏଫ୍‌ସି ଦିଲ୍ଲୀ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଉଥିଲା । ଉଭୟ ଟିମ ମଧ୍ୟରେ ଚାଲିଥିବା ଫୁଟବଲ ମ୍ୟାଚ୍ ସମୟରେ ଓଡିଶା ଦଳର ଗୋଲକିପର 44 ବର୍ଷିୟ ତେନଜିଙ୍ଗ ଟୋକନ୍ଦେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ଗୋଲକିପରଙ୍କୁ ତୁରନ୍ତ ପଡ଼ିଆରୁ ବାହାରକୁ ନିଯାଇଥିଲା । ପରେ ହୃଦଘାତର ଶିକାର ହୋଇ ଓଡ଼ିଶା ଦଳର ଗୋଲକିପରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି (ସୋମବାର) ସକାଳେ ପୋଟଲା ଇଲେଭେନ ଓଡିଶା ଏବଂ ଗ୍ୟାଙ୍ଗଚୁପା ଏଫସି ଦିଲ୍ଲୀ ମଧ୍ୟରେ ସନାଲ ଏପିଏଫ୍ ଗୋଲ୍ଡ ଫୁଟବଲ୍ କପ୍ ଚାମ୍ପିଅନସିପ୍ ଫୁଟବଲ ଟୁର୍ନାମେଣ୍ଟର କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଥିଲା । ଏହି ସମୟରେ ଓଡ଼ିଶା ଦଳର ଗୋଲକିପର ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ପ୍ରଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଅକ୍ସିଜେନ ମଧ୍ୟ ଦିଆଯାଇଥିଲେ । ପରେ ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଶୋଧ ମୁଖା ଭାରତ; ଅଷ୍ଟ୍ରେଲିଆ ଆଗରେ ୨୦୬ ଟାର୍ଗେଟ୍‌ ରଖିଲା ରୋହିତ ବାହିନୀ - T20 World Cup 2024

ସେପଟେ ଏହି ଟୁର୍ନାମେଣ୍ଟର ଆୟୋଜକ ୟାସି ଲ ରଙ୍ଗଙ୍କ ସହ ଯୋଗାଯୋଗ କରିବ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ 44 ବର୍ଷିୟ ତେନଜିଙ୍ଗ ଟୋକନ୍ଦେଙ୍କ ଜବରଦସ୍ତ ଗୋଲକିପିଂ ଫଳରେ ଓଡିଶା କ୍ରମାଗତ 4ଟି ମ୍ୟାଚରେ ଜିତି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.