ETV Bharat / bharat

କେମିତି ଉଡନ୍ତି 'ତକ୍ଷକ ନାଗ' ? କ'ଣ ରହିଛି ଏହି ସାପଙ୍କ ରହସ୍ୟ ଜାଣନ୍ତୁ.. - FLYING TAKSHAK SNAKE

author img

By ETV Bharat Odisha Team

Published : Jul 2, 2024, 5:32 PM IST

Updated : Jul 2, 2024, 6:19 PM IST

Truth Of Takshak Snake: ଉଡ଼ୁଥିବା ତକ୍ଷକ ନାଗ ସାପ ବିଷୟରେ ଜାଣିଛନ୍ତି କି ? ସତରେ କ'ଣ ଏହି ସାପ ଉଡ଼ିପାରେ ? ଏହି ସାପ ପଛରେ କ'ଣ ରହିଛି ପୌରାଣିକ ରହସ୍ୟ ଆସନ୍ତୁ ଜାଣିବା

Takshak Snake
Takshak Snake (ETV Bharat Odisha)

ପାଟନା: 'ସାପ' ନାଁ ଶୁଣୁ ଶୁଣୁ ମନ ଭିତରକୁ ଭୟ ଚାଲିଆସେ । ଆପଣମାନେ ଅନେକ ପ୍ରଜାତିର ସାପ ଦେଖଥିବେ ଓ ସେମାନଙ୍କ ବିଷୟରେ ଜାଣିଥିବେ । ହେଲେ ଆପଣମାନେ କେବେ ଉଡନ୍ତା ସାପ ବିଷୟରେ ଶୁଣିଛନ୍ତ କିମ୍ବା ଦେଖିଛନ୍ତି କି ? ସାପ ପୁଣି ଉଡ଼ିବ କେମିତି । ଶୁଣିବା ବେଳକୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କାହିଁକି ନାଁ ଉଡ଼ନ୍ତା ସାପ ଅଛନ୍ତି । ଏହି ଉଡ଼ନ୍ତା ସାପକୁ ତକ୍ଷକ ନାଗ ବୋଲି କୁହାଯାଏ । ଏହି ସାପଙ୍କ ରହସ୍ୟ ପୌରାଣିକ ମହାଭାରତ ସହ ଜଡ଼ିତ ରହିଛି । ଏବେ ଏହି ସାପ ବିହାରର ବଗହା ଠାରେ ଦେଖିବାକୁ ମିଳିଛି । ଆଉ ଏହି ସାପ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଉଡ଼ିପାରେ ବୋଲି ଦାବି ହେଉଛି । ତେବେ କ'ଣ ଏହି ଉଡନ୍ତା ସାପ ? କ'ଣ ସତରେ ସାପ ଉଡ଼ିପାରନ୍ତି ? ଏହା ପଛରେ କ'ଣ ରହିଛି ରହସ୍ୟ ? ଏନେଇ ବିଶେଷଜ୍ଞମାନେ କ'ଣ କହୁଛନ୍ତି ଆସନ୍ତୁ ଜାଣିବା....

ଉଡ଼ନ୍ତା ସାପର ରହସ୍ୟ:

ଅନେକ ସମୟରେ ଆମେ ଉଡନ୍ତା ସାପ ବିଷୟରେ ଶୁଣିଛେ । ବିନା ଡେଣାରେ ସାପ ଉଡ଼ୁଥିବା ବିଷୟରେ ଆମେ ଅନେକ ବାର ଶୁଣିବାକୁ ପାଇଛେ । ଆଉ ତକ୍ଷକ ନାଗ ବିଷୟରେ ଅଳ୍ପେ ବହୁତେ ଶୁଣିଛେ । ମାତ୍ର ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ତକ୍ଷକ ନାଗ ଉଡ଼ିପାରେ ନାହିଁ । ତକ୍ଷକ ନାଗ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଲମ୍ଫ ମାରିଥାଏ । ଅର୍ଥାତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଡେଇଁପଡେ । ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ଏହି ସାପ ଗୁଡ଼ିକ ଉପରୁ ତଳକୁ ଲମ୍ଫ ମାରି ପାରନ୍ତି କିନ୍ତୁ ତଳୁ ଉପରକୁ ଡେଉଁ ପାରନ୍ତିନାହିଁ ।

Takshak Snake
Takshak Snake (ETV Bharat Odisha)

ସାପ ଉଡ଼ିପାରେ ନାହିଁ ବରଂ ଲମ୍ଫ ମାରିଥାଏ : ନ୍ୟୁଜ ଏନଭାରମେଣ୍ଟ ଆଣ୍ଡ ୱାଇଡ୍‌ ଲାଇଫ ସୋସାୟିଟି ( NEWS) ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଅଭିଷେକ ଏନେଇ ସୂଚନା ଦେଇ କହିଛନ୍ତି ଯେ, ତକ୍ଷକ ନାଗକୁ ଅନେକ ନାମରେ ଜଣାଯାଏ । ଯେପରିକୁ ଏହାକୁ ଆର୍ନେଟର ଫ୍ଲାଇଂ ସ୍ନେକ, ଟକ୍କା ନାଗ, କ୍ରାଅସୋପେଲିୟା ଆର୍ନେଟା କିମ୍ବା ଗ୍ଲାଇଡିଂ ସାପ କୁହାଯାଏ । ଏହି ତକ୍ଷକ ସାପ ନିଜ ଶରୀରରକୁ S ଆକାର ଧାରଣ କରି ସ୍ପ୍ରିଙ୍ଗ ପରି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଡେଇଁ ପଡ଼ିଥାଏ । ଏଥିରେ ମାଧ୍ୟାକର୍ଷଣର ଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ସାପଟି ତଳୁ ଉପରକୁ ଉଡିଥିବାର ଦେଖାଯାଏ ନାହିଁ । ଯେବେ ବି ଏହା ଉଡୁଥିବାର ଦେଖାଯାଏ, ଏହା ଏକ ବଡ଼ ଗଛରୁ ତଳକୁ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଡେଉଁଥାଏ । ଏଥିପାଇଁ ଏମାନେ ସାଧାରଣତଃ 12ରୁ 15 ଫୁଟ ଉଚ୍ଚ ବଡ଼ ବଡ଼ ଗଛରେ ବାସ କରିଥାନ୍ତି ।

ଏନେଇ ବନ୍ୟଜନ୍ତୁ ବିଶେଷଜ୍ଞ ବିଡି ସଞ୍ଜି କହିଛନ୍ତି, "ତକ୍ଷକ ସାପ ସାଧାରଣତଃ 3ରୁ 4 ଫୁଟ ଲମ୍ବର ହୋଇଥାନ୍ତି । ଏହି ସାପ ବଡ଼ବଡ଼ ଗଛରେ ରହିଥାନ୍ତି । ତକ୍ଷକ ସାପ ଗୋଟିଏ ଗଛର ଡାଳରୁ ଅନ୍ୟ ଏକ ଗଛକୁ ଲମ୍ଫ ମାରିଥନ୍ତି । ଏଥିପାଇଁ ସାପଗୁଡ଼ିକ ନିଜ ଶରରୀରୁ ଏକ ବିଶେଷ ଆକାର ଧାରଣ କରିଥାନ୍ତି । ଏଗୁଡ଼ିକ ଉପରୁ ତଳକୁ ଉଡ଼ିଥାନ୍ତି ।"

ଉଡ଼ୁଥିବା ସାପର ରହସ୍ୟ, କଣ କହୁଛି ଜର୍ଣ୍ଣାଲ : ଜର୍ଣ୍ଣାଲ ଅଫ ଏନଭାରମେଣ୍ଟାଲ ବାୟୋଲୋଜି ଅନୁସାରେ, ସାପ ଉଡ଼ୁଥିବା ଜୀବ ନୁହେଁ । ଯେତେବେଳେ ସାପ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗତି କରେ, ସେତେବେଳେ ସାପର ଶରୀରରେ ପରିବର୍ତ୍ତନ ଆସିଥାଏ । ଅର୍ଥାତ୍ ସାପ ଏରୋଡାଇନାମିକ୍ ଶକ୍ତି ସୃଷ୍ଟି କରିଥାଏ । ଯାହା ଏକ ବିମାନର ଡେଣା ପରି ହୋଇଥାଏ । ତେଣୁ ଶାରୀରିକ ପରିବର୍ତ୍ତନ ହେତୁ ଏହା ଉଡ଼ିବାରେ ସଫଳ ହୋଇଥାଏ ।

ନାଗ ରାଜା ତକ୍ଷକ: ବିଡି ସଞ୍ଜୁ କହିଛନ୍ତି ଯେ, ତକ୍ଷକ ସାପ ଦେଖିବାକୁ ସୁନ୍ଦର ହୋଇଥାନ୍ତି । ଏହି ସାପ ଶରୀରରେ ଚନ୍ଦନ ଭଳି ଦାଗ ରହିଥାଏ । ତକ୍ଷକ ନାଗ ସହିତ ଅନେକ ପୌରାଣିକ ତଥ୍ୟ ଜଡ଼ିତ ରହିଛି । ଏହି ସାପଙ୍କ ଇତିହାସ ପୌରାଣିକ ମହାଭାରତ ସହ ସଂଯୋଗ ରହିଛି । ତକ୍ଷକ ସାପ ରାଜା ପରିକ୍ଷୀତଙ୍କୁ କାମୁଡ଼ି ଥିଲା । ଯାହାଦ୍ବାରା ପରିକ୍ଷୀତଙ୍କର ମୃତ୍ୟୁ ହୋଇଥିଲା । ଏହା ମଧ୍ୟ ବିଶ୍ବାସ କରାଯାଏ ଯେ, ତକ୍ଷକ ନାଗ ସାପମାନଙ୍କର ରାଜା ।

Takshak Nag Snake
Takshak Nag Snake (ETV Bharat Odisha)

ତକ୍ଷକ ନାଗ କିଏ ? : ପୌରାଣିକ କଥା ଅନୁସାରେ, ପାତାଳ ଲୋକରେ 8ଟି ନାଗ ଥିଲେ । ସେମାନଙ୍କ ମଧ୍ୟରେ ତକ୍ଷକ ନାମକ ଏକ ନାଗ ମଧ୍ୟ ଥିଲା । ତକ୍ଷକ ଋଷି କଶ୍ୟପଙ୍କ ପୁତ୍ର ଥିଲେ । ତେବେ ତକ୍ଷକ ନାଗ ରାଜା ପରିକ୍ଷୀତଙ୍କୁ ଦଂଶନ କରିବା ଦ୍ବାରା ରାଜାଙ୍କର ମୃତ୍ୟୁ ହୋଇଥିଲା । ଏହି କାରଣରୁ ରାଜାଙ୍କ ପୁତ୍ର ଜନ୍ମେଜୟ ତକ୍ଷକ ନାଗ ଉପରେ କ୍ରୋଧିତ ହୋଇଥିଲେ । ରାଜା ଜନ୍ମେଜୟ ସାରା ସଂସାରରୁ ସାପମାନଙ୍କୁ ଧ୍ବଂସ କରିବା ପାଇଁ ଏକ ଯଜ୍ଞ କରିଥିଲେ । ଏହାପରେ ତକ୍ଷକ ଭୟରେ ଦେବରାଜ ଇନ୍ଦ୍ରଙ୍କ ଶରଣ ନେଇଥିଲେ ।

କିପରି ହେଲେ ତକ୍ଷକଙ୍କ ଜୀବନ ରକ୍ଷା: ତେବେ ରାଜା ଜନ୍ମେଜୟଙ୍କ ଦ୍ବାରା ଯଜ୍ଞ ଆରମ୍ଭ ହେବା ପରେ ଅନେକ ସାପ ଆସି ଯଜ୍ଞରେ ଝାସ ଦେଇଥିଲେ । ସେପଟେ ସାଧୁମାନଙ୍କ ମନ୍ତ୍ର ଉଚ୍ଚାରଣରେ ଇନ୍ଦ୍ର ଓ ତକ୍ଷକ ଦୁହେଁ ଯଜ୍ଞକୁଣ୍ଡ ଅଗ୍ନି ଆଡକୁ ଟାଣି ହେବାକୁ ଲାଗିଲେ । ଏତିକି ବେଳେ ଇନ୍ଦ୍ର ନିଜ ଜୀବନ ବଞ୍ଚାଇବା ପାଇଁ ତକ୍ଷକକୁ ଛାଡ଼ି ଦେଇଥିଲେ । ସେପଟେ ତକ୍ଷକ ଯଜ୍ଞ ଅଗ୍ନିକୁଣ୍ଡ ପାଖରେ ଟାଣିହୋଇ ପହଞ୍ଚିବା ପରେ ରାଜା ଜନ୍ମେଜୟଙ୍କ ଶରଣ ପଶିଥିଲେ ଓ ଜୀବନ ଭିକ୍ଷା କରିଥିଲେ । ଏହାପରେ ରାଜା ଜନ୍ମେଜୟ ତକ୍ଷକକୁ ଛାଡି ଦେଇଥିଲେ । ସେବେଠାରୁ ହିଁ ଏହି ପ୍ରଜାତିର ସାପଙ୍କ ନାଁ ତକ୍ଷକ ରହିଛି ।

ତକ୍ଷକଙ୍କ ଦୁଇ ବଡ଼ ଭାଇ ଅଛନ୍ତି: ପୌରାଣିକ କଥା ଅନୁଯାୟୀ, କଶ୍ୟପ ଏବଂ କଦ୍ରୁଙ୍କ ପୁତ୍ରମାନଙ୍କ ମଧ୍ୟରେ ଶେଷନାଗ ଜ୍ୟେଷ୍ଠ, ଦ୍ବିତୀୟରେ ବାସୁକି ଏବଂ ତୃତୀୟରେ ତକ୍ଷକ କନିଷ୍ଠ ପୁତ୍ର । ଶେଷନାଗ ଭଗବାନ ବିଷ୍ଣୁଙ୍କ ଶରଣ ନେଇଥିବା ବେଳେ ବାସୁକି ନାଗଙ୍କୁ ନାଗଲୋକର ରାଜା କରାଯାଇଥିଲା । ବହୁ ବର୍ଷ ପରେ ବାସୁକି ଭଗବାନ ଶିବଙ୍କ ସେବା କରିବାକୁ ଯାଇଥିଲେ । ଏହାପରେ ତକ୍ଷକଙ୍କୁ ନାଗଲୋକର ରାଜା କରାଯାଇଥିଲା । ଏଭଳି ବିଶ୍ବାସ ରହିଛି ଯେ, ନାଗ ଲୋକର ରାଜା ତକ୍ଷକ ନାଗ ।

ତକ୍ଷକ ନାମକ ଏକ ଜାତି ମଧ୍ୟ ଥିଲା: ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ, ତକ୍ଷକ ନାମକ ଜାତିର ଲୋକମାନେ ମଧ୍ୟ ଭାରତରେ ରହୁଥିଲେ । ଏହି ଲୋକମାନେ ନିଜକୁ ତକ୍ଷକ ନାଗଙ୍କର ସନ୍ତାନ ବୋଲି ବିବେଚନା କରୁଥିଲେ । ବିଶ୍ବାସ କରାଯାଏ ଯେ, ଏହି ଲୋକମାନେ ଶାକା, ତିବ୍ଦତ, ମୋଙ୍ଗୋଲିଆ ଏବଂ ଚୀନ୍‌ର ବାସିନ୍ଦା । ପୌରାଣିକ ବିଶ୍ବାସ ଅନୁଯାୟୀ, ମହାଭାରତ ଯୁଦ୍ଧ ପରେ ତକ୍ଷକଙ୍କ ଶକ୍ତି ବୃଦ୍ଧି ପାଇବାରେ ଲାଗିଲା । ଏହା ପରେ ସେମାନେ ଉତ୍ତର-ପଶ୍ଚିମ ଭାରତକୁ ଦୀର୍ଘ ସମୟ ଧରି ଶାସନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 2, 2024, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.