ETV Bharat / bharat

ଅଶ୍ଲୀଳ ଭିଡ଼ିଓ ଦେଖି ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ - ୟୁପି ନାବାଳିକା ଦୁଷ୍କର୍ମ

UP Rape Case: ଉତ୍ତରପ୍ରଦେଶରେ ଲଜ୍ଜାଜନକ ଘଟଣା । ସ୍କୁଲ ପରିସରରେ ଜଣେ ପାଞ୍ଚ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ପାଞ୍ଚ ବର୍ଷ ଶିଶୁର ଦୁଷ୍କର୍ମ
ପାଞ୍ଚ ବର୍ଷ ଶିଶୁର ଦୁଷ୍କର୍ମ
author img

By ETV Bharat Odisha Team

Published : Feb 11, 2024, 10:29 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 5 ବର୍ଷୀୟା ଶିଶୁକନ୍ୟାକୁ ସ୍କୁଲ ପରିସରରେ ଦୁଷ୍କର୍ମ କରାଯାଇଛି । ଆଶ୍ଚର୍ଯ୍ୟକର କଥା ହେଉଛି, ପୀଡିତା ଶିଶୁକନ୍ୟା ସହ ସେହି ସ୍କୁଲରେ ପଢୁଥିବା ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଦୁଇ ନାବାଳକଙ୍କ ବୟସ 8 ଓ 10 ବର୍ଷ ହେବ । ସେମାନେ ଅଶ୍ଳୀଳ ଭିଡିଓ ଦେଖି ଏଭଳି ପାଶବିକ କାଣ୍ଡ ଭିଆଇଥିବା ପୋଲିସ କହିଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ଏହି ଘଟଣାଟି ଗତ ଶୁକ୍ରବାରର । ଉତ୍ତରପ୍ରଦେଶର ଧନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି । ମଧ୍ୟାହ୍ନ ଭୋଜନ ବ୍ରେକ ସମୟରେ ସ୍କୁଲ ପରିସରରେ 5 ବର୍ଷୀୟା ଶିଶୁକନ୍ୟାକୁ ସ୍କୁଲର ଦୁଇ ଜଣ ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଶିଶୁ ଜଣକ ଧନପୁରର ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ଘଟଣା ଦିନ ଶିଶୁକନ୍ୟା ଜଣକ ଘରକୁ ଫେରିବା ପରେ ବାପାମାଆଙ୍କ ଆଗରେ ସବୁକଥା ଜଣାଇଥିଲେ । ପରେ ତାଙ୍କ ପରିବାରର ସଦସ୍ୟ ଥାନାରେ ପହଞ୍ଚି ଅଭିଯୋଗ କରିଥିବା ପୋଲିସ ଅଧୀକ୍ଷକ (SP) ଭିନିତ ଜୈସୱାଲ ସୂଚନା ଦେଇଛନ୍ତି । ଅଭିଯୋଗ ପରେ ଶନିବାର ଦିନ ପୀଡିତା ଶିଶୁକନ୍ୟାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ତେବେ ଅଭିଯୁକ୍ତ ଦୁଇ ନାବାଳକ ଅଶ୍ଳୀଳ ଭିଡିଓ ଦେଖିବା ପରେ ଏହିପରି ଅପରାଧ କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି ।

ଏହା ମଧ୍ୟ ପଡ଼ନ୍ତୁ... 2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, 90 ବର୍ଷ ବୃଦ୍ଧଙ୍କୁ 8 ବର୍ଷ ଜେଲଦଣ୍ଡ

ତେବେ ଉତ୍ତରପ୍ରଦେଶରେ ଏହିଭଳି ଲଜ୍ଜାଜନକ ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି । କିଛିଦିନ ତଳେ ରକ୍ତ ସମ୍ପର୍କରେ ଦାଗ ଲଗାଇ ନିଜର ଜନ୍ମକଲା ଝିଅକୁ ସୈତାନ ବାପା ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଥିଲା । ହିତାହିତ ଜ୍ଞାନ ଭୁଲି ମଦ୍ୟପାନ କରି ୧୫ ଦିନ ହେଲା ଝିଅକୁ ଦୁଷ୍କର୍ମ କରିଥିଲା ସୈତାନ ବାପା । ଝିଅ ପ୍ରତି ବାପାର ଏଭଳି ଅତ୍ୟାଚାର ଦେଖି ଥାନାରେ ଅଭିଯୋଗ କରିଥିଲେ ଝିଅର ମାଆ । ଅଭିଯୋଗ ଗ୍ରହଣ କରି ପୋଲିସ ଏକ ମାମଲା ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.