ETV Bharat / bharat

ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ: ୫ ମୃତ, ୫ ଗୁରୁତର ଆହତ - Cracker Factory Explosion - CRACKER FACTORY EXPLOSION

Blast at Explosives Factory: ମହାରାଷ୍ଟ୍ରର ଧମାନା ଠାରେ ଏକ ବାଣ କାରଖାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୫ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Blast at Explosives Factory
Blast at Explosives Factory (ETV Bharat)
author img

By ETV Bharat Odisha Team

Published : Jun 13, 2024, 9:30 PM IST

ନାଗପୁର: ନାଗପୁରରେ ହୋଇଛି ବାଣ ବିସ୍ଫୋରଣ । ମହାରାଷ୍ଟ୍ରର ନାଗପୁର-ଅମରାବତୀ ରାସ୍ତାରେ ଧମାନା ଠାରେ ଏକ ବାଣ କାରଖାନାରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣରେ ୫ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ଗୁରୁତର ମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ନାଗପୁରର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ହିଙ୍ଗଣା ତହସିଲ ଅନ୍ତର୍ଗତ ଧମାନାରେ ଚାମୁଣ୍ଡା ଏକ୍ସପ୍ଲୋସିଭ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ରହିଛି । ଏହି କମ୍ପାନୀ ବାରୁଦ ସମ୍ପର୍କିତ କାର୍ଯ୍ୟ କରାଯାଉଥିଲା । ଆଜି ସକାଳେ ସମସ୍ତ କର୍ମିଚାରୀ ମାନେ ନିର୍ଦ୍ଧାରିତ ସମୟରେ କାମକୁ ଆସିଥିଲେ । ଦ୍ବିପ୍ରହର ପ୍ରାୟ ୧ ଟା ବେଳେ ପ୍ୟାକେଜିଙ୍ଗ ବିଭାଗରେ ନିଆଁ ଲାଗିଥିଲା । ଏହାର କିଛି ସମୟ ପରେ ଚାମୁଣ୍ଡା ଏକ୍ସପ୍ଲୋସିଭ ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ... କୁଏତରେ ଭୟାବହ ଅଗ୍ନିକାଣ୍ଡରେ 49 ମୃତ, 50ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ: ମୃତାହତଙ୍କ ମଧ୍ୟରେ ଅନେକ ଭାରତୀୟ, ମୋଦିଙ୍କ ଶୋକ ପ୍ରକାଶ - Kuwait Building Fire

ବିସ୍ଫୋରଣ ସମୟରେ କମ୍ପାନୀ ମଧ୍ୟରେ ୧୦ ଜଣ କର୍ମଚାରୀ ମାନେ କାର୍ଯରତ ଥିଲେ । ଏହି ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ସେଠାରେ କାମ କରୁଥିବା ଲୋକଙ୍କ ମଧ୍ୟରେ ୫ ଜଣଙ୍କର ତତ୍‌କ୍ଷଣାତ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଅନ୍ୟ ମାନେ ଗୁଗୁତର ଭାବେ ଜଳିଯାଇଥିଲେ । ଦୁର୍ଘଟଣାର ସୂଚନା ମିଳିବା ପରେ ହିଙ୍ଗଣା ପୋଲିସର ଥାନା ଅଧିକାରୀ ଓ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ଭର୍ତ୍ତି ପାଇଁ ପଠାଯାଇଥିଲା । ଏଯାବତ୍ କାରଖାନାରେ ନିଆଁ ଲାଗିବାର କୌମସି ସ୍ପଷ୍ଟ କାରଣ ଜଣାପଡିନାହିଁ ।

ଗତ ମେ ୨୫ ତାରିଖରେ ରାଜକୋଟର ମାବା ରୋଡ ସ୍ଥିତ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୩୦ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ 1 କିଲୋମିଟର ଯାଏଁ ଧୂଆଁ ବଳୟ ସୃଷ୍ଟି ହୋଇଥିଲା । ଟିଆରପି ଗେମିଂ ଜୋନର ଏକ ଅସ୍ଥାୟୀ ନିର୍ମାଣରେ ପ୍ରଥମେ ନିଆଁ ଲାଗିଥିଲା । ଖରାଦିନ ଛୁଟି କାଟିବା ପାଇଁ ସେଠାକୁ ବହୁ ସଂଖ୍ୟକ ପିଲାମାନେ ଆସିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏହା ସହ SIT ତଦନ୍ତର ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.