ETV Bharat / bharat

ବେଙ୍ଗାଲୁରୁ ରାମେଶ୍ବରମ କାଫେରେ ବିସ୍ଫୋରଣ; 9 ଆହତ, ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ

Blast at a cafe in Bengaluru: କର୍ଣ୍ଣାଟକ କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟାବହ ବିସ୍ଫୋରଣ । ୫ ଗୁରୁତର ଆହତ ସୂଚନା । ଅଧିକ ପଢନ୍ତୁ

Bengaluru Blast
Bengaluru Blast
author img

By ETV Bharat Odisha Team

Published : Mar 1, 2024, 2:52 PM IST

Updated : Mar 1, 2024, 7:30 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟାବହ ବିସ୍ଫୋରଣ । ଏହି ଅଘଟଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ କରୁଛି । ଏସିପି ରୀନା ସୁବର୍ଣ୍ଣା ଓ ମରଠ ହଲ୍ଲି ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ବିସ୍ଫୋରଣର ଅଭିଯୁକ୍ତ ଏକ ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି । ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ମଧ୍ୟ ସ୍ପଷ୍ଟ କରିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ । ଏପଟେ ଏନଆଇଏ ଏହାର ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି ।

ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ହ୍ବାଇଟଫିଲ୍ଡର ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, " ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟିଥିବା ନେଇ ଆମେ ସୂଚନା ପାଇଥିଲୁ । ଏହାପରେ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛୁ ।" ଅନ୍ୟପଟେ ବିସ୍ଫୋରଣର କାରଣ ଖୋଜିବା ଲାଗି ପୋଲିସ ମଧ୍ୟ ଛାନଭିନ ଆରମ୍ଭ କରିଛି । ଏବେ ଉକ୍ତ ସ୍ଥାନକୁ ପୋଲିସ ଛାଉଣି ମଧ୍ୟରେ ରଖାଯାଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ- ଟିଭି ଚ୍ୟାନେଲକୁ ଫୋନ ଆସିଲା, ଆମେ ଚେନ୍ନାଇ ସଚିବାଳୟକୁ ବୋମାରେ ଉଡାଇଦେବୁ

ବିସ୍ଫୋରଣ ପରେ କାଫେର ଚେୟାର ଟେବୁଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାଚଗୁଡ଼ିକ ଏଣେତେଣେ ପଡ଼ିଛି । ସେପଟେ ଫରେନ୍ସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛି । ତେବେ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କାଫେର ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡ କହିଛନ୍ତି, " ମୁଁ କାଫେର ବାହାରେ ନିଜ ଡ୍ୟୁଟି କରୁଥିଲି । ଅନେକ ଗ୍ରାହକ କାଫେକୁ ଆସୁଥିଲେ । ହଠାତ୍‌ ଜୋରରେ ଶବ୍ଦ ହୋଇଥିଲା ଓ ନିଆଁ ବାହାରକୁ ବାହିରି ଆସିଥିଲା । ଏହି ଅଘଟଣରେ ହୋଟେଲ ଭିତରେ ଥିବା କିଛି ଗ୍ରାହକ ଆହତ ହୋଇଛନ୍ତି ।" ସୂଚନା ଥାଉ କି ରାମେଶ୍ବରମ କାଫେରେ ଅଧିକାଂଶ ଭିଡ଼ ଲାଗି ରହିଥାଏ । ବିଶେଷ କରି ମଧ୍ୟାହ୍ନ ଭୋଜନ ସମୟରେ ଏହା ଅଧିକ ଭିଡ଼ ରହିଥାଏ ।

ବିଜେପି ସାଂସଦଙ୍କ ପ୍ରତିକ୍ରିୟା:- ବିଜେପି ଲୋକସଭା ସାଂସଦ ପିସି ମୋହନ ଏହି ବିସ୍ଫୋରଣ ସମ୍ପର୍କରେ ପ୍ରତିକ୍ରିୟା ରଖି ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, " ବେଙ୍ଗାଲୁରୁ ସେଣ୍ଟ୍ରାଲ ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣା ନେଇ ଅବଗତ ହେଲି । ଏହି ଅଘଟଣରେ ଆହତ ହୋଇଥିବା ଲୋକେ ଓ ସେମାନଙ୍କ ପରିବାରଙ୍କ ସହିତ ମୁଁ ଅଛି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଜାରି ରଖି ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଛି । ଷ୍ଟେ ସେଫ୍‌ ବେଙ୍ଗାଲୁରୁ । "

Bengaluru Blast
Bengaluru Blast

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 1, 2024, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.