ETV Bharat / bharat

ବେବିକେୟାର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 7 ନବଜାତ ଜୀବନ୍ତ ଦଗ୍ଧ - Fire Tragedy In Delhi - FIRE TRAGEDY IN DELHI

Fire Tragedy In Delhi: ଦିଲ୍ଲୀର ବେବିକେୟାର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । 7 ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ 5 ଗୁରୁତର । ଅଧିକ ପଢନ୍ତୁ

Fire in Delhi Baby Care Hospital
Fire in Delhi Baby Care Hospital (ETV Bharat Odisha)
author img

By ETV Bharat Odisha Team

Published : May 26, 2024, 7:26 AM IST

Updated : May 26, 2024, 9:49 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଘଟଣ । ବେବିକେୟାର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ଚାଲିଗଲା 7 କଅଁଳ ଶିଶୁଙ୍କ ଜୀବନ । ଦୁନିଆକୁ ଜାଣିବା ଆଗରୁ ଆଖି ବୁଜିଛନ୍ତି କଅଁଳ ଶିଶୁ । 4ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଏହି ଅଘଟଣ ଘଟିଥିବାବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କେଉଁ କାରଣରୁ ହସ୍ପିଟାଲରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ; ଶିଶୁଙ୍କ ସମେତ ୨୫ ଜୀବନ୍ତ ଦଗ୍ଧ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ - Massive Fire At Rajkot Gaming Zone

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବେବିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି 11ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ 6ଜଣଙ୍କର ମୃତ୍ୟୁ ହୋଇଥିଲା । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ହେଁ ହସ୍ପିଟାଲ ସମ୍ପୂର୍ଣ୍ଣ ଜଳିଯାଇଛି । ହସ୍ପିଟାଲ ନିକଟରେ ଥିବା ବିଲ୍ଡିଂରେ ମଧ୍ୟ ନିଆଁ ଲାଗିଯାଇଥିଲା, ଯାହାକୁ ଅଗ୍ନିଶମ ବାହିନୀ ନିୟନ୍ତ୍ରଣକୁ ଆଣିଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡିବ ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା, ଏହାପରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ସିଲିଣ୍ଡର ବିସ୍ଫୋରଣ ହେତୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଟିଟିଲାଗଡରେ ଭୟାବହ ଅଗ୍ନିକାଣ୍ଡ,୧୭ରୁ ଉର୍ଦ୍ଧ୍ୱ ଦୋକାନ ଜଳିପୋଡ଼ି ପାଉଁଶ - Fire Incident in Titlagarh

ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି 11:32 ସମୟରେ ବିବେକ ବିହାରରେ ଅବସ୍ଥିତ ବେବିକେୟାର ହସ୍ପିଟାଲରେ ନିଆଁ ଲାଗିଥିହା ସମ୍ପର୍କରେ ସୂଚନା ମିଳିଥିଲା । ପ୍ରାୟ ଏକ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ବିଧାୟକ ତଥା ଦିଲ୍ଲୀ ବିଧାନସଭା ବାଚସ୍ପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Last Updated : May 26, 2024, 9:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.