ETV Bharat / bharat

ବଦ୍ରିନାଥରୁ ଦର୍ଶନ ସାରି ଫେରୁଥିଲେ ୧୫ ଓଡ଼ିଆ ତୀର୍ଥଯାତ୍ରୀ, ଅଧା ବାଟରେ... - Fire Caught Out In Tempo Traveller - FIRE CAUGHT OUT IN TEMPO TRAVELLER

Fire Caught Out In Tempo Traveller: ତ୍ରୀର୍ଥଯାତ୍ରୀଙ୍କ ଗାଡ଼ିରେ ଭୟଙ୍କର ଅଗ୍ନୀକାଣ୍ଡ । ୨ ଗାଡ଼ିମଧ୍ୟରେ ଧକ୍କା ଫଳରେ ଅଗ୍ନୀକାଣ୍ଡ ଘଟିଛି । ସମସ୍ତ ତ୍ରୀର୍ଥଯାତ୍ରୀ ଓଡ଼ିଆ । ଅଧିକ ପଢ଼ନ୍ତୁ

Fire Caught Out In Tempo Traveller
Fire Caught Out In Tempo Traveller (ETV Bharat Odisha)
author img

By ETV Bharat Odisha Team

Published : Aug 28, 2024, 11:00 PM IST

ଡେରାଡୁନ: ବଦ୍ରିନାଥ ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ । ଆଗପଛ ହୋଇ ଯାଉଥିବା ୨ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ପଛ ଗାଡ଼ିରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଗାଡ଼ି ଭିତରେ ୧୫ ଜଣ ତୀର୍ଥଯାତ୍ରୀ ଥିବା ବେଳେ ସମସ୍ତ ଯାତ୍ରୀ ଓଡ଼ିଶାର ବୋଲି ଜଣାପଡ଼ିଛି । ଓଡ଼ିଆ ତୀର୍ଥଯାତ୍ରୀମାନେ ବଦ୍ରିନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣାଟି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି ।

Fire Caught Out In Tempo Traveller (ETV Bharat Odisha)

ଆଗ ଗାଡ଼ିକୁ ଧକ୍କା ଦେଲା ପଛ ଗାଡ଼ି:

ସୂଚନା ଅନୁସାରେ, ୧୫ ଜଣ ଓଡ଼ିଆ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବା ପରେ ଏକ ଟ୍ରାଭେଲର ଗାଡ଼ି ଯୋଗେ ବଦ୍ରିନାଥରୁ ଋଷିକେଶ ଅଭିମୁଖେ ଯାଉଥିଲେ । ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଚମୋଲି ଜିଲ୍ଲାର ଜ୍ୟୋର୍ତିମଠ ଗରୱାଲ୍ ସ୍କାଉଟ୍ ନିକଟରେ ଟ୍ରାଭେଲର ଗାଡ଼ି ଆଗରେ ଯାଉଥିବା ଅନ୍ୟ ଏକ ଗାଢ଼ି ହଠାତ ବ୍ରେକ ମାରିଥିଲା । ଫଳରେ ପଛରେ ୧୫ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାଭେଲର ଗାଡ଼ିଟି ବ୍ରେକ୍ ଲଗାଇ ନପାରି ଆଗରେ ଯାଉଥିବା ଗାଡ଼ିକୁ ଶକ୍ତ ଧକ୍କା ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଅଧା ରହିଗଲା ବାଗେଶ୍ବର ବାବାଙ୍କ ଦର୍ଶନ: ଧକ୍କା ଦେଲା ଟ୍ରକ, ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ - Major road accident

ଅଳ୍ପକେ ବର୍ତ୍ତିଲେ ଓଡ଼ିଆ ଯାତ୍ରୀ:

ଏପଟେ ଗାଡ଼ି ୨ଟି ମଧ୍ୟରେ ଧକ୍କା ହେବା ଫଳରେ ପଛ ଗାଡ଼ିରେ ହଠାତ ନିଆଁ ଲାଗିଯାଇଥିଲେ । ଭୟଙ୍କର ଭାବରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭିତ ହୋଇଯାଇଥିଲେ । ତୁରନ୍ତ ଗାଡ଼ି ଡ୍ରାଇଭର ଓ ଆପାଖରେ ଥିବା ଲୋକ ପାଣି ଆଣି ନିଆଁ ଲିଭାଇବାକୁ ପ୍ରୟାସ ଆରମ୍ଭ କରିଥିଲେ । ବାଲ୍ଟିରେ ପାଣି ଆଣି ଗାଡ଼ିରେ ଢାଳିବାର କିଛି ସମୟ ପେର ଗାଡ଼ିରୁ ନିଆଁ ଲିଭିଥିଲା । ଫଳରେ ଅଳ୍ପକେ ୧୫ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ହିଞ୍ଜିଳି ଦୁର୍ଘଟଣା: ସଡ଼କ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବେ ସେଥି ପ୍ରତିଧ୍ୟାନ ଦିଆଯିବ କହିଲେ ପରିବହନ ମନ୍ତ୍ରୀ - ROAD ACCIDENT IN GANJAM

ଭୋପାଳରେ ଘଟିଥିଲା ଏଭଳି ଏକ ଦୁର୍ଘଟଣା:

ଗତ କିଛି ଦିନ ପୂର୍ବରୁ କିଛି ଶ୍ରଦ୍ଧାଳୁ ଅଟୋରେ ବସି ବାଗେଶ୍ବର ଧାମ ଦର୍ଶନ ପାଇଁ ଯାଉଥିଲେ । କିନ୍ତୁ ହଠାତ୍ ଅଧାବାଟରେ ଏକ ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହେଲା । ଅଟୋରେ ପ୍ରାୟ ୧୩ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ଆଉ ଦୁର୍ଘଟଣାରେ ଆଖି ପିଛୁଳାକେ ୭ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିଲା । ଏଥିରେ ୬ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ମଧ୍ୟ ପ୍ରଦେଶର ଛତ୍ରପୁରରେ ଏହି ଦୁର୍ଘଟଣା ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.