ETV Bharat / bharat

ଅମୃତ କାଳରେ ଚାଷକାର୍ଯ୍ୟ ପାଲଟିଛି କ୍ଷତି ସହୁଥିବା ବୃତ୍ତି: ସଂଯୁକ୍ତ କିଷାନ ମୋର୍ଚ୍ଚା

Samyukt Kishan Morcha targets PM Modi: ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଟାର୍ଗେଟ । କହିଲେ ଅମୃତ କାଳରେ ଚାଷକାର୍ଯ୍ୟ ପାଲଟିଛି କ୍ଷତି ସହୁଥିବା ବୃତ୍ତି । ଅଧିକ ପଢନ୍ତୁ

Farmers Protest
Farmers Protest
author img

By ETV Bharat Odisha Team

Published : Feb 23, 2024, 10:36 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ସୀମାନ୍ତରେ ୧୨ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ଘଟିବା ପରେ ଅସନ୍ତୋଷ ବ୍ୟକ୍ତ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଭାରତର ଅମୃତ କାଳରେ ଚାଷକାର୍ଯ୍ୟ ସବୁଠୁ ଅଧିକ କ୍ଷତି ସହୁଥିବା ବୃତ୍ତି ପାଲଟିଛି । ପ୍ରଧାନମନ୍ତ୍ରୀ ମୋଦି ଚାଷୀ ଓ ଗରିବମାନଙ୍କୁ ବୋକା ବନେଇପାରିବେ ନାହିଁ ବୋଲି ଚାଷୀମାନେ କହିଛନ୍ତି ।

ବୁଧବାର ହରିୟାଣା ଖନୌରି ସୀମାରେ ଜଣେ ୨୧ ବର୍ଷ ବୟସର ଯୁବ ଚାଷୀଙ୍କ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ଘଟିଥିଲା । ଆନ୍ଦୋଳନ ସମୟରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଏହି ଅଘଟଣ ଘଟିଛି । ଏହି ମୃତ ଚାଷୀ ଜଣକ ଭଟିଣ୍ଡା ବାଲ୍ଲୋ ଗ୍ରାମର ଶୁଭକରଣ । ଏହାପରେ ଚାଷୀମାନଙ୍କ ଦାବି ପରେ ପଞ୍ଜାବ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧ କୋଟି ସହାୟତା ରାଶି ପ୍ରଦାନ କରାଯାଇଛି । ଏହାସହିତ ଚାଷୀଙ୍କ ସାନ ଭଉଣୀକୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ପଞ୍ଜାବ ସରକାର ପ୍ରତିଶୃତି ଦେଇଛନ୍ତି । ଏହାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସ୍ବାଗତ ଜଣାଇଛି ।

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ; ଚାଷୀଙ୍କ ଦାବିକୁ କେନ୍ଦ୍ର ବିଚାରକୁ ନେବାକୁ ଆବେଦନ

ଏହାସହିତ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣାରେ ଧାରା ୩୦୨ ଅଧୀନରେ ମାମଲା ରୁଜୁ କରିବା ସହିତ ଏକ ନ୍ୟାୟିକ ତଦନ୍ତ ଲାଗି ମୋର୍ଚ୍ଚା ପଞ୍ଜାବ ସରକାରଙ୍କ ନିକଟରେ ଦାବି କରିଛି । ମୋଦି ଗ୍ୟାରେଣ୍ଟିକୁ ମୋର୍ଚ୍ଚା ପୁଣି ଥରେ ଟାର୍ଗେଟ କରି କହିଛି, " ପ୍ରଧାନମନ୍ତ୍ରୀ ନିଜକୁ ୩ଥର ମୁଖ୍ୟମନ୍ତ୍ରୀ ଓ ୨ଥର ପ୍ରଧାନମନ୍ତ୍ରୀ କହିବା ସହ ବିକାଶର କଥା କହୁଛନ୍ତି । ତେବେ କାହିଁକି ତାଙ୍କ ଗୃହ ରାଜ୍ୟ ଗୁଜୁରାଟରେ ଚାଷୀଙ୍କୁ ସର୍ବନିମ୍ନ ବେତନ ପ୍ରଦାନ କରାଯାଉ ନାହିଁ ? "

ଏହା ବି ପଢନ୍ତୁ- ମୃତ ଚାଷୀ ପରିବାରକୁ କୋଟିଏ ଟଙ୍କା ଘୋଷଣା, ଆଜି କଳା ଦିବସ ପାଳୁଛନ୍ତି ଆନ୍ଦୋଳନକାରୀ

ସୂଚନା ଥାଉ ଫେବୃଆରୀ ୧୩ ତାରିଖରୁ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ପ୍ରଦାନ କରାଯିବା ସହିତ ପ୍ରାୟ ୧୨ ଦଫା ଦାବି ନେଇ ଆନ୍ଦୋଳକୁ ଓହ୍ଲାଇଥିଲେ । ଚାଷୀମାନେ ଟ୍ରାକ୍ଟର, ମିନି ଭ୍ୟାନ ଓ ପିଅକପ ଟ୍ରକ ସହିତ ବାହାରି 'ଦିଲ୍ଲୀ ଚଲୋ' ଡାକରା ଦେଇଥିଲେ । ଏହାରି ମଧ୍ୟରେ ଚାଷୀ ଓ କେନ୍ଦ୍ର ମଧ୍ୟରେ ୪ର୍ଥ ଥର ବୈଠକ ଶେଷ ହୋଇଛି । ହେଲେ କେନ୍ଦ୍ର ୫ଟି ଚାଷ ଉପରେ ଏମଏସପି ଦେବାକୁ ମନା କରିବା ପରେ ପୁଣି ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ସେପଟେ ଆନ୍ଦୋଳନ ସମୟରେ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.