ETV Bharat / bharat

ମୋଦିଙ୍କ ବିଦେଶ ଗସ୍ତକୁ ସ୍ୱାମୀଙ୍କ ସମାଲୋଚନା, କହିଲେ-ପ୍ରାଥମିକତା ଜାଣିନାହାନ୍ତି ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 15, 2024, 9:54 AM IST

Subramanian Swamy questioned PM Modi's absence from India: ପୁଣି ନିଜ ଦଳ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସ୍ୱାମୀ । ଚାଷୀ ଆନ୍ଦୋଳନ ବେଳେ ମୋଦିଙ୍କ ଦେଶରେ ଅନୁପସ୍ଥିତି ଯଥାର୍ଥ କି ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ

ଚାଷୀ ଆନ୍ଦୋଳନ: ‘ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା କଣ ମୋଦି ଜାଣିବା ଉଚିତ ’

ହାଇଦ୍ରାବାଦ: ଏବେ ଦେଶରେ କୃଷକ ଆନ୍ଦୋଳନ ତେଜୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଅଛନ୍ତି । ଯାହାକୁ ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ସବୁବେଳେ ନିଜ ଦଳକୁ ସମାଲୋଚନା କରି ଚର୍ଚ୍ଚାରେ ରହୁଥିବା ସ୍ବାମୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା କ'ଣ, ତାହା ନରେନ୍ଦ୍ର ମୋଦି ଜାଣିବା ଉଚିତ ।

ଭାରତୀୟ ଜନତା ପାର୍ଟିର ଏହି ବରିଷ୍ଠ ନେତା ସ୍ବାମୀ ‘ବିରାଟ ହିନ୍ଦୁସ୍ଥାନ ସଙ୍ଗମ’ ସଂଗଠନର ସଭାପତି ମଧ୍ୟ ଅଛନ୍ତି । ସ୍ବାମୀ କହିଛନ୍ତି, ‘‘ଏବେ ଦେଶରେ କେବଳ ସାଧାରଣ ନିର୍ବାଚନ ନିକଟତର ହୋଇନି ବରଂ ଉତ୍ତର ଭାରତରେ ପଞ୍ଜାବ ଓ ହରିୟାଣାରେ ବ୍ୟାପକ କୃଷକ ଆନ୍ଦୋଳନ ମଧ୍ୟ ଜାରି ରହିଛି । ଏହି ଆନ୍ଦୋଳନ ଆହୁରି ବ୍ୟାପକ ରୂପ ନେଇପାରେ, ହିଂସା ମଧ୍ୟ ଘଟିବାର ଆଶଙ୍କା ରହିଛି । ଏପରି ସମୟରେ ପ୍ରଧାନମନ୍ତ୍ରୀ କ'ଣ ଦେଶରେ ଅନୁପସ୍ଥିତ ରହିବା ଉଚିତ କି ? ଜଣେ ପ୍ରଧାନମନ୍ତ୍ରୀଙ୍କର ପ୍ରାଥମିକତା କ'ଣ ରହିବା ଉଚିତ, ସେକଥା ନରେନ୍ଦ୍ର ମୋଦି ଜାଣିବା ଉଚିତ ।’’

ତେବେ ଏହି କୃଷକ ଆନ୍ଦୋଳନ ପ୍ରସଙ୍ଗରେ ପୂର୍ବାହ୍ନରେ ମଧ୍ୟ ସ୍ବାମୀଙ୍କର ଏକ ବୟାନ ସାମ୍ନାକୁ ଆସିଥିଲା । ସେ କହିଥିଲେ କୃଷକଙ୍କ ବିରୋଧରେ ମୋଦି ସରକାର ଡ୍ରୋନ ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି । ଯଦି କଥା ସତ୍ୟ ହୋଇଥାଏ, ତେବେ ଏହା ଜାତିସଂଘର ମାନବାଧିକାର ନିୟମାବଳୀର ବିରୁଦ୍ଧାଚରଣ କରୁଛି ।

ଭାରତୀୟ ଜନତା ପାର୍ଟିର ଏହି ବରିଷ୍ଠ ନେତା ନିଜ ଦଳ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ସମାଲୋଚନା କରି ବୟାନ ଦେବା ପ୍ରଥମ ଘଟଣା ନୁହେଁ । ସେ ପୂର୍ବରୁ ମଧ୍ୟ ଏକାଧିକ ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଓ ନିଜ ଦଳର ଶାସନ ନୀତିକୁ ଖୋଲା ସମାଲୋଚନା କରିବାର ଏକାଧିକ ଉଦାହରଣ ରହିଛି । ପୂର୍ବ-ଲଦାଖରେ ଚୀନର ଅନୁପ୍ରବେଶ ପ୍ରସଙ୍ଗ, ଅର୍ଥନୀତି ଓ ମୁଦ୍ରାସ୍ଫିତୀ ପରି ମାମଲାରେ ସେ ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି । ଅର୍ଥନୀତିରେ ମୋଦି ସରକାର ସମ୍ପୂର୍ଣ୍ଣ ଫେଲ୍ ବୋଲି ସ୍ବାମୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଥିଲା । ନିଜର ଲଗାମଛଡା ବୟାନବାଜି ପାଇଁ ଜଣାଶୁଣା ସ୍ବାମୀଙ୍କ ବିରୋଧରେ କୌଣସି ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନଜିର ମଧ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ:- ଆରବ ମାଟିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ‘ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ଭାରତରେ ଚାଷୀ ଆନ୍ଦୋଳନ ମଙ୍ଗଳବାରଠାରୁ ବ୍ୟାପକ ହେବାରେ ଲାଗିଛି । କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ହରିୟାଣା- ପଞ୍ଜାବ ସୀମାରେ ପୋଲିସ ଓ କୃଷକଙ୍କ ମଧ୍ୟରେ ଗତ 48 ଘଣ୍ଟା ଧରି ସଂଘର୍ଷ ଜାରି ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଏବେ ଦୁଇଦିନିଆ ୟୁଏଇ ଓ କତାର ଗସ୍ତରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.