ETV Bharat / bharat

ଆଜି ବସିବ କିଷାନ ମହାପଞ୍ଚାୟତ, ଦିଲ୍ଲୀରେ ସୁରକ୍ଷା କଡାକଡି

Kisan Mahapanchayat: ଆଜି ଦିଲ୍ଲୀର ରାମଲୀଲା ମଇଦାନରେ କୃଷକ ସଂଗଠନର କିଷାନ ମହାପଞ୍ଚାୟତ । ସାମିଲ ହେବେ ହଜାର ହଜାର କୃଷକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 14, 2024, 8:17 AM IST

Kisan Mahapanchayat
Kisan Mahapanchayat

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । ଆଜି ଦିଲ୍ଲୀର ରାମଲୀଲା ମଇଦାନରେ ବସିବ କିଷାନ ମହାପଞ୍ଚାୟତ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ମହାପଞ୍ଚାୟତ ବସୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ଏଥିରେ ଅଂଶଗ୍ରହଣ କରିବେ । ଏଥିପାଇଁ ବୁଧବାର ଦିଲ୍ଲୀ ପୋଲିସ ଠାରୁ କୃଷକ ସଂଗଠନକୁ ଅନୁମତି ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜି ଚାଷୀଙ୍କ ଦେଶବ୍ୟାପୀ ରେଳରୋକ, ଦିଲ୍ଲୀ ଷ୍ଟେସନରେ ସୁରକ୍ଷା କଡାକଡି

ସୋମବାର ସଂଯୁକ୍ତ କିଷାମ ମୋର୍ଚ୍ଚାର ଏକ ବୈଠକ ବସିଥିଲା । ବୈଠକ ପରେ ଏସକେଏମ ମୁଖ୍ୟ ଦର୍ଶନ ପାଲ କହିଥିଲେ, ''ପଞ୍ଜାବର କୃଷକମାନେ ମହାପଞ୍ଚାୟତରେ ବହୁ ସଂଖ୍ୟାରେ ଭାଗ ନେବାକୁ ଆଗ୍ରହୀ ଅଟନ୍ତି । ରାମଲୀଲା ମଇଦାନରେ ମହାପଞ୍ଚାୟତର ଆୟୋଜନ କରିବାକୁ ଅନୁମତି ପାଇବା ପାଇଁ କୃଷକ ସଂଗଠନର ଏକ ଦଳ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଏବି ସମାବେଶର ଆୟୋଜନ କରାଯିବ । ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀ ଆସିବେ ହଜାର ହଜାର କୃଷକ । ଟ୍ରାକ୍ଟର ବଦଳରେ ସମସ୍ତେ ବସ୍ ଏବଂ ଟ୍ରେନରେ ଦିଲ୍ଲୀରେ ପହଞ୍ଚିବେ । ନିର୍ବାଚନ ହେଉ ନହେଉ ଆମର ଏଥିରେ କୌଣସି ସମ୍ପର୍କ ନାହିଁ । ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ।''

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ: ଆଲର୍ଟରେ ରାଜଧାନୀ, ଲାଗିଲା 144 ଧାରା

ବୁଧବାର କୃଷକ ସଂଗଠନର ସମନ୍ୱୟ କମିଟି ଏବଂ ସବ କମିଟି ବୈଠକ ବସିଥିଲା । କିଷାନ ମହାପଞ୍ଚାୟତ ନେଇ ପ୍ରସ୍ତୁତି ଏବଂ ବ୍ୟବସ୍ଥା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ମହାପଞ୍ଚାୟତରେ 50,000ରୁ ଅଧିକ କୃଷକ ଯୋଗଦେବାର ସମ୍ଭାବନା ରହିଛି । ଏହି ମହାପଞ୍ଚାୟତରେ ସାମିଲ ହେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶର ସମସ୍ତ କୃଷକ, ସେଣ୍ଟ୍ରାଲ୍ ଟ୍ରେଡ ୟୁନିଅନ, ମହିଳା ସଂଗଠନ, ଛାତ୍ର ସଂଗଠନ, ଯୁବ ସଂଗଠନ ଏବଂ ଗଣତାନ୍ତ୍ରିକ ସଂଗଠନଗୁଡିକୁ ଆହ୍ବାନ କରିଛି । ମାର୍ଚ୍ଚ 10 ତାରିଖର ଦିନ ଦେଶବ୍ୟାପୀ ରୋଳରୋକ ଡାକରା ଦେଇଥିଲେ କୃଷକ ସଂଗଠନ । ଏମଏସପି(ସର୍ବନିମ୍ନ ସହାୟତା ମୂଲ୍ୟ) ଉପରେ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.