ETV Bharat / bharat

କୃଷକଙ୍କ ଦିଲ୍ଲୀ ମାର୍ଚ୍ଚ: ବ୍ୟାରିକେଡ୍ ଭାଙ୍ଗିବାକୁ ଶମ୍ଭୁ ସୀମାରେ JCBର ସହାୟତା, ପୋଲିସକୁ ଘାରିଲା ସୁରକ୍ଷା ଚିନ୍ତା - ଶମ୍ଭୁ ସୀମାରେ ଡ୍ରୋଜର

Farmers Delhi March: ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଡ୍ରୋଜର ନେଇ ଶମ୍ଭୁ ସୀମାରେ ପହଞ୍ଚିଲେ କୃଷକ । ଆଜିଠୁ କୃଷକ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଛି । ଦିଲ୍ଲୀ ମାର୍ଚ୍ଚ ଡାକରା ଦେଇଛନ୍ତି କୃଷକ ସଂଗଠନ । ଅଧିକ ପଢନ୍ତୁ,

Farmers Arrived With Machines
Farmers Arrived With Machines
author img

By ETV Bharat Odisha Team

Published : Feb 21, 2024, 9:29 AM IST

ଚଣ୍ଡିଗଡ଼: ଆଜିଠୁ ଆହୁରି ବ୍ୟାପକ ହୋଇଛି କୃଷକ ଆନ୍ଦୋଳନ। ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଡ୍ରୋଜର ନେଇ ଶମ୍ଭୁ ସୀମାରେ ପହଞ୍ଚିଲେ କୃଷକ । ସରକାର ଓ କୃଷକ ସଂଗଠନ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ବୈଠକ ବସିଥିଲା। କେନ୍ଦ୍ରର 5ଟି ଫସଲରେ ଏମଏସପି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ପୁଣି କୃଷକ ଆନ୍ଦୋଳନ ବ୍ୟାପକ ହୋଇଛି । ପ୍ରଶାସନ ପକ୍ଷରୁ ସିମେଣ୍ଟ ନିର୍ମିତ ବଡ଼ ବଡ଼ ବ୍ୟାରିକେଡ୍ ହଟାଇବାକୁ ଆନ୍ଦୋଳନକାରୀମାନେ ଜେସିବି, ପୋକଲିନ ଓ ଅନ୍ୟାନ୍ୟ ମେସିନ ଆଣି ପହଞ୍ଚିଛନ୍ତି। ଏହାଦ୍ବାରା ସ୍ଥିତି ଉତ୍ତେଜନାମୂଳକ ହେବା ନେଇ ଆଶଙ୍କା ରହିଛି।

ଶମ୍ଭୁ ସୀମାରେ ପୁଣି ଥରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିପାରେ। କାରଣ ଆଜିଠାରୁ ଆରମ୍ଭ ହେଉଛି କୃଷକଙ୍କ 'ଦିଲ୍ଲୀ ମାର୍ଚ୍ଚ' । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଭଳି ଯନ୍ତ୍ରର ବ୍ୟବହାର ଦ୍ବାରା ପୋଲିସଙ୍କ ଜୀବନ ପ୍ରତି ବିପଦ ରହିଛି। ଏନେଇ ହରିୟାଣା ଡିଜିପିଙ୍କ ପକ୍ଷରୁ ପଞ୍ଜାବ ପୋଲିସ ଡିଜିଙ୍କୁ ଚିଠି ଲେଖାଯାଇଛି । ଆନ୍ଦୋଳନରେ ପୋକଲିନ ଓ ଜେସିବି ଭଳି ବଡ଼ ବଡ଼ ମେସିନର ବ୍ୟବହାର ଯୋଗୁ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏଣୁ ଏହାକୁ ରୋକାଯିବାର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ଆନ୍ଦୋଳନ ବେଳେ ଗଲା ଆଉ ଜଣେ କୃଷକଙ୍କ ଜୀବନ, ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ...ଚାଷୀ-ସରକାରଙ୍କ ମଧ୍ୟରେ 4ର୍ଥ ପର୍ଯ୍ୟାୟ ବୈଠକ ଶେଷ, MSP ଉପରେ ସରକାର ରଖିଲେ ପ୍ରସ୍ତାବ

ଏହା ମଧ୍ୟ ପଢନ୍ତୁ...ଚାଷୀଙ୍କୁ ମୁଗ ବିହନ ମିଳୁନଥିବା ଅଭିଯୋଗ, କୃଷି କାର୍ଯ୍ୟାଳୟ ଆଗରେ କୃଷକ ସଂଗଠନର ଧାରଣା

ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ବୈଠକ ବିଫଳ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଆଗାମୀ 5 ବର୍ଷ ପାଇଁ ମକା, ଟୁର, ଅରହର, ଉଡୁଦ ଓ କପା ଫସଲ କିଣାଯିବା ନେଇ ସରକାର ପ୍ରସ୍ତାବ କରିଥିଲେ । ଏନେଇ NCCF ଓ NAFED ପରି ସମବାୟ ସମିତି କୃଷକମାନଙ୍କ ସହିତ ଚୁକ୍ତି କରିବେ । ଏହାସହ କ୍ରୟ ଉପର କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ । ଏହି ପ୍ରକ୍ରିୟା ପାଇଁ ଏକ ପୋର୍ଟାଲ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବ । ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ହେଲେ ଏହାକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସେମାନେ ଅସ୍ଥାୟୀ ଭାବେ ନୁହେଁ ବରଂ ଫସଲ ଉପରେ ଏମ୍‌ଏସଏପି ଆକ୍ଟ ପାଇଁ ଜିଦ ଧରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.