ETV Bharat / bharat

ବ୍ଲାକମେଲ କରୁଥିଲେ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ତାରକା, ଗଳାକାଟି ହତ୍ୟା କଲା ପ୍ରେମିକା - Prashant Kumar Sinha

author img

By ETV Bharat Odisha Team

Published : Mar 31, 2024, 2:14 PM IST

Ex Girlfriend Kills International Para Badminton Player: ବ୍ଲାକମେଲ କରିବାରୁ ପାରା ବ୍ୟାଡମିଣ୍ଟନ ତାରକାଙ୍କୁ ହତ୍ୟା କଲା ପୂର୍ବତନ ପ୍ରେମିକା । ପ୍ରେମିକା ସହ ତାର ଦ୍ବିତୀୟ ପ୍ରେମିକକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Prashant Kumar Sinha
Prashant Kumar Sinha

ରାଞ୍ଚି: ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ତାରକା ପ୍ରଶାନ୍ତ କୁମାର ସିହ୍ନାଙ୍କୁ ବୀଭତ୍ସ ହତ୍ୟା । ବ୍ଲକମେଲ କରିବାରୁ ପ୍ରଶାନ୍ତଙ୍କୁ ଗଳାକାଟି ହତ୍ୟା କଲା ପୂର୍ବତନ ପ୍ରେମିକା । ହତ୍ୟା କରିବା ପରେ ବ୍ୟାଗରେ ପୁରାଇ ମୃତଦେହକୁ ଫୋପାଡି ଦେଲେ । ଥାନାରେ ନିଖୋଜ ଅଭିଯୋଗ ପରେ ମୃତଦେହ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପ୍ରଶାନ୍ତ କୁମାର ସିହ୍ନାଙ୍କୁ ତାଙ୍କର ପୂର୍ବତନ ପ୍ରେମିକା ତାଙ୍କ ଦ୍ବିତୀୟ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଝାଡଖଣ୍ଡରେ । ପ୍ରଶାନ୍ତ କୁମାର ସିହ୍ନା ଜାମସେଦପୁରର ବିର୍ସା ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ବିର୍ସାନଗର ଜୋନର ବାସିନ୍ଦା ଥିଲେ । ଅଭିଯୁକ୍ତ ତାଙ୍କ ମୃତଦେହକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ବାନ୍ଧି ଛଡୱା ଡ୍ୟାମ ବ୍ରିଜ ତଳେ ଫିଙ୍ଗି ଦେଇଥିଲା ।

ପୋଲିସର ସୂଚନାନୁସାରେ, ପ୍ରଶାନ୍ତଙ୍କ ପୂର୍ବତନ ପ୍ରେମିକା କାଜଲ ତାଙ୍କ ଦ୍ବିତୀୟ ପ୍ରେମିକ ରୌନକ କୁମାରଙ୍କ ସହାୟତାରେ ପ୍ରଶାନ୍ତଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ କାଜଲ ହାଜରିବାଗର ନୂଆ ଅଞ୍ଚଳର ବାସିନ୍ଦା । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିର୍ସା ନଗର ପୋଲିସ ଷ୍ଟେସନ ଏବଂ ପେଲୱାଲ ପୋଲିସ ଷ୍ଟେସନ ମିଳିତ ଭାବେ ଖୋଜାଖୋଜି କରି ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ । ସେମାନେ ମୃତଦେହକୁ ହଜାରିବାଗ ସଦର ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦୁଇ ମହିଳା ଫୁଟବଲ ଖେଳାଳିଙ୍କୁ ଶାରୀରିକ ନିର୍ଯାତନା, ଗିରଫ ହେଲେ AIFF ସଦସ୍ୟ - AIFF Member Arrested

ମିଳିଥିବା ସୂଚନାନୁସାରେ, ମାର୍ଚ୍ଚ 11 ତାରିଖରୁ ନିଖୋଜ ଥିଲେ ପ୍ରଶାନ୍ତ କୁମାର ସିହ୍ନା । ଏହାପରେ 13 ତାରିଖରେ ପ୍ରଶାନ୍ତଙ୍କ ପରିବାର ସଦସ୍ୟ ବିର୍ସା ନଗର ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପରେ ତଦନ୍ତ କରିଥିଲା । ଏହି ଘଟଣାରେ ବିର୍ସା ନଗର ପୋଲିସ ହଜାରିବାଗ ପୋଲିସ ସହିତ ଯୋଗାଯୋଗ କରିଥିଲା । ହଜାରିବାଗ ଏସପି ଅରବିନ୍ଦ କୁମାର ସିଂ ଜାମସେଦପୁର ପୋଲିସକୁ ଏହି ଘଟଣାରେ ଯୋଗାଯୋଗ କରିଥିଲେ । ପୋଲିସ ମୁଖ୍ୟାଳୟ ଡିଏସପି ନୀରଜ କୁମାରଙ୍କ ନେତୃତ୍ୱରେ ପେଲାୱାଲ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଶାହିନା ପରଭେନଙ୍କୁ ତଦନ୍ତ ପାଇଁ ପଠାଯାଇଥିଲା । ଏହି ସମୟରେ ପୋଲିସ ଟିମ କାଜଲ ସିହ୍ନାଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସେ ଏହି ଅପରାଧ ସ୍ୱୀକାର କରିଥିଲେ ।

ଏହାପରେ ପୋଲିସ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି ହୋଇଥିବା ପ୍ରଶାସନ୍ତଙ୍କ ମୃତଦେହକୁ ଛଡୱା ବ୍ରିଜ ତଳୁ ଉଦ୍ଧାର କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ପ୍ରେମିକ ରୌନକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ପଚରାଉଚରା ବେଳେ କାଜଲ ପୋଲିସକୁ କହିଥିଲେ, ''2019 ଠାରୁ ପ୍ରଶାନ୍ତ ମୋର ବନ୍ଧୁ ଥିଲେ । ମୋ ସହ ସେ ବନ୍ଧୁତା ଭାଙ୍ଗିବାକୁ ଚାହୁଁ ନଥିଲେ । ସେ ଦୀର୍ଘ ଦିନ ଧରି ମୋତେ ବ୍ଲାକମେଲ କରୁଥିଲେ ଏବଂ ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ମାର୍ଚ୍ଚ 11ରେ ଜାମସେଦପୁରର ଏକ ପାର୍କକୁ ପ୍ରଶାନ୍ତଙ୍କୁ ଡାକି ରୌନକ ସହ ମିଶି ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଏକ ବ୍ୟାଗରେ ଭର୍ତ୍ତି କରି ଫୋପାଡି ଦେଇଥିଲି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.