ETV Bharat / bharat

ଦେଶରେ ବିଭିନ୍ନ ଗ୍ରାମରେ ପ୍ରତିଷ୍ଠା ହେବ ଶ୍ରୀରାମ ପରିବାର ମନ୍ଦିର; ମହିଳା, କିନ୍ନର ଓ ଦଳିତ ହେବେ ପୂଜାରୀ - Shri Ram Parivar Temple

author img

By ETV Bharat Odisha Team

Published : Mar 31, 2024, 4:33 PM IST

Shri Ram Parivar Temples In All Over India : ଦେଶରେ ରାମପନ୍ଥ ସମ୍ପ୍ରଦାୟ ଦ୍ବାରା ନିର୍ମାଣ ହେବାକୁ ଯାଉଛି ଶ୍ରୀରାମ ପରିବାର ମନ୍ଦିର । ଯେଉଁଠି ଆଦିବାସୀ, ଦଳିତ , ମହିଳା ତଥା କିନ୍ନର ମଧ୍ୟ ପୂଜାରୀ ଭାବେ ନିଯୁକ୍ତ ହେବେ । ବନାରସରେ ରାମ ପନ୍ଥ ସମ୍ପ୍ରଦାୟକୁ ଆରମ୍ଭ କରିଛନ୍ତି ବିଏଚୟୁ ପ୍ରଫେସର । ଅଧିକ ପଢନ୍ତୁ

ଦେଶରେ ବିଭିନ୍ନ ଗ୍ରାମରେ ପ୍ରତିଷ୍ଠା ହେବ ଶ୍ରୀରାମ ପରିବାର ମନ୍ଦିର; ମହିଳା, କିନ୍ନର ଓ ଦଳିତ ହେବେ ପୂଜାରୀ

ଲକ୍ଷ୍ନୌ: ଏଣିକି ଦେଶର କୋଣ ଅନୁକୋଣରେ ପ୍ରଚାରିତ ହେବ ପ୍ରଭୁ ଶ୍ରୀରାମଙ୍କ ମାହାତ୍ମ୍ୟ । ଏଥିପାଇଁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଇତିହାସ ବିଭାଗର ପ୍ରଫେସର ଡ. ରାଜୀବ ଶ୍ରୀବାସ୍ତବ ରାମପନ୍ଥ ନାମକ ଏକ ସମ୍ପ୍ରଦାୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ଦେଶର ବିଭିନ୍ନ ଗ୍ରାମରେ ପ୍ରତିଷ୍ଠା ହେବ ଶ୍ରୀରାମ ପରିବାର ମନ୍ଦିର । ସେ କହିଛନ୍ତି ଯେ, "ଆଜିର ସମୟରେ ଭାଙ୍ଗି ଯାଉଥିବା ସଂଯୁକ୍ତ ପରିବାରକୁ ବଞ୍ଚାଇବା ପାଇଁ ଶ୍ରୀରାମ ପରିବାର ମନ୍ଦିରର ଯୋଜନା ପ୍ରସ୍ତୁତ କରାଯାଇଛି । ଦେଶ ତଥା ଦୁନିଆରେ ଭଗବାନ ଶ୍ରାରାମଙ୍କ ପରିବାରଠାରୁ ବଡ ଆଦର୍ଶ ଆଉ କିଛି ନାହିଁ । ଜାତି ଧର୍ମ ଓ ପନ୍ଥଠାରୁ ଊର୍ଦ୍ଧ୍ବରେ ଉଠି ମନ୍ଦିର ନିର୍ମାଣର ପ୍ରୟାସ କରାଯାଇଛି । ଆମେରିକା ଓ ୟୁରୋପରେ ମଧ୍ୟ ଏହି ମନ୍ଦିର ସ୍ଥାପନାର ଯୋଜନା ମଧ୍ୟ ରହିଛି । ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ କୌଣସି ପ୍ରକାର ଜାତି କି ଧର୍ମର କଟକଣା ରହିବ ନାହିଁ ।

ଏହା ମଧ୍ୟ ପଢନ୍ତୁ.... ଶ୍ରୀରାମଙ୍କ ସହିତ ଜଡିତ ପୁଷ୍ପକ ଲଞ୍ଚ ଭେହିକଲର ନାମ ! - Space Shuttle Pushpak

ସେ ଏହା ମଧ୍ୟ କହିଛନ୍ତି, "ଏହି ମନ୍ଦିରର ମୁଖ୍ୟାଳୟ ତଥା ମୁଖ୍ୟ ମନ୍ଦିର ବନାରସର ଲମହିରେ ତିଆରି ହେଉଛି । ମନ୍ଦିରରେ ଆଦିବାସୀ, ଦଳିତ, ମହିଳା ତଥା କିନ୍ନର ମଧ୍ୟ ପୂଜାରୀ ଭାବେ ନିଯୁକ୍ତ ହେବେ । ଏଥିପାଇଁ କୌଣସି ପ୍ରକାରର ଖାସ୍ ଡିଗ୍ରୀର ଆବଶ୍ୟକତା ରହିବ ନାହିଁ । କେବଳ ଭଗବାନ ରାମଙ୍କ ନାମଦୀକ୍ଷା ଦିଆଯିବ । ଶ୍ରୀରାମ ପରିବାର ମନ୍ଦିର ସଂଯୁକ୍ତ ପରିବାରର ଶ୍ରେଷ୍ଠ ଉଦାହରଣ ଭାବେ ସମ୍ପୂର୍ଣ୍ଣ ବିଶ୍ବକୁ ମାର୍ଗଦର୍ଶନ କରିବା ସହ ଦେଶରେ ଭାରତୀୟ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବାରେ ସହାୟକ ହେବ । ଏହି ମନ୍ଦିରଗୁଡିକରେ ରାମଚରିତ ମାନସକୁ କେନ୍ଦ୍ରରେ ରଖି ରାମନାମ ଜପ ସହିତ ପୂଜା ପାଠ ମଧ୍ୟ କରାଯିବ ।"

ପ୍ରଫେସର ଡକ୍ଟର ରାଜୀବ ଶ୍ରୀବାସ୍ତବ କହିଛନ୍ତି ଯେ 17 ଏପ୍ରିଲରେ ଅର୍ଥାତ ରାମନବମୀରେ ପୁରୋହିତମାନଙ୍କୁ ରାମନାମ ଦୀକ୍ଷା ପ୍ରଦାନ କରାଯିବ । ଶ୍ରୀରାମ ପରିବାର ମନ୍ଦିରରେ ଭଗବାନ ଶ୍ରୀରାମ- ମାତା ସୀତା, ଲକ୍ଷ୍ମଣ-ଉର୍ମିଲା, ଭାରତ-ମାଣ୍ଡଭି ଏବଂ ଶତ୍ରୁଘନ-ଶ୍ରୁତୀକୀର୍ତ୍ତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ପ୍ରଭୁ ହନୁମାନଙ୍କ ମୂର୍ତି ମଧ୍ୟ ରହିବ । ଏଗୁଡିକ ସହିତ ରାମାୟଣରେ ପ୍ରଭୁ ଶ୍ରୀରାମଙ୍କୁ ସାହାଯ୍ୟ କରିଥିବା ସମସ୍ତ ଚରିତ୍ରର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପୂର୍ବ ୟୁପି ଏବଂ ମଧ୍ୟପ୍ରଦେଶର 1100 ଦଳୀୟ, ଆଦିବାସୀ, କିନ୍ନର ଏବଂ ମହିଳାଙ୍କୁ ପୁରୋହିତ ଭାବରେ ନିଯୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ସୋନଭଦ୍ର, ବନାରସ, ଜୌନପୁର ଓ ଆମେରିକାର କନସାସ୍ ରେ ଶ୍ରାରାମ ପରିବାର ମନ୍ଦିର ସ୍ଥାପନା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.