ETV Bharat / bharat

ନୂଆ ଭାରତ ବିକାଶକୁ ନେଇ ଭୟଭୀତ ଶତ୍ରୁ: ପ୍ରଧାନମନ୍ତ୍ରୀ - PM Modi In Rajasthan

author img

By ETV Bharat Odisha Team

Published : Apr 5, 2024, 4:45 PM IST

Updated : Apr 5, 2024, 4:55 PM IST

PM Modi In Rajasthan Churu: ରାଜସ୍ଥାନରେ ବିଜେପି ପାଇଁ ମୋଦିଙ୍କ ନିର୍ବାଚନୀ ପ୍ରଚାର । ଚୁରୁ ଲୋକସଭା କ୍ଷେତ୍ରରେ ବିରୋଧୀ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । ବିରୋଧୀ ପକ୍ଷ ନୂଆ ଭାରତର ବିକାଶକୁ ନେଇ ଭୟଭୀତ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi In Rajasthan
PM Modi In Rajasthan

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ରାଜସ୍ଥାନର ଚୁରୁଠାରେ ଏକ ଜନସଭାକୁ ଉଦବୋଧନ ଦେଇଛନ୍ତି । ଏହି ରାଲିରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ମୋଦି ସେମାନଙ୍କ ଦେଶତ୍ମାବୋଧକ ଭାବଧାରାକୁ ନିଶାନା କରିଛନ୍ତି । ରାଜସ୍ଥାନରୁ ଲୋକସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ କରି ମୋଦି କହିଛନ୍ତି ଯେ ଆଜି ନୂଆ ଭାରତର ବିକାଶ ଓ ମୋଦିର ନିର୍ଭୀକତାକୁ ଶତ୍ରୁମାନେ ଭୟ କରୁଛନ୍ତି । ଏହାସହିତ କଂଗ୍ରେସକୁ ମଧ୍ୟ ମୋଦି ଟାର୍ଗେଟ କରିଛନ୍ତି ।

ଏହା ବି ପଢନ୍ତୁ- ଦେବଭୂମିରେ କଂଗ୍ରେସକୁ ଧୋଇଲେ ମୋଦି, 'ନିଆଁ ଲଗାଇଲା ଭଳି କହୁଥିବା ବ୍ୟକ୍ତିଙ୍କୁ ସଫା କର'

ଜନସଭାକୁ ସମ୍ବୋଧିତ କରିବା ସମୟରେ ମୋଦି କହିଛନ୍ତି, " ଆଜି ଶତ୍ରୁଙ୍କୁ ବି ଜଣାନାହିଁ ମୋଦି ଅଛି ଓ ଏହା ନୂଆ ଭାରତ । ଏହି ନୂଆ ଭାରତ ଆଜି ଶତ୍ରୁର ଘରେ ପଶି କଡ଼ା ଜବାବ ଦେଇଛୁ । ଭାରତର ଶତ୍ରୁମାନେ ମୋଦିର ନିର୍ଭୀକତା ଓ ନୂଆ ଭାରତର ବିକାଶକୁ ନେଇ ଭୟ କରୁଛନ୍ତି ।" ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ମୋଦି ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ସଦାସର୍ବଦା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ବାଧା ସାଜିଥିଲା । ଏପରିକି କଂଗ୍ରେସ ତାର ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ଦିର ଉପରେ କୌଣସି ପ୍ରତିକ୍ରିୟା ନ ଦେବା ଲାଗି ଆଡଭାଇଜରି ଜାରି କରିଥିଲା ।

ଏହା ବି ପଢନ୍ତୁ- ‘ମୋଦିଜୀ କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ କାମ କରିଛନ୍ତି’

ଏହାସହିତ କଂଗ୍ରେସକୁ ନେଇ ମୋଦି ଆହୁରି କହିଛନ୍ତି ଯେ 'ଏହା ହେଉଛି ଏପରି ଏକ ଦଳ ଯାହାକି ଭାରତୀୟ ସେନାଙ୍କୁ ଅପମାନିତ କରିବା ଓ ଦେଶର ବିଭାଜନ ଲାଗି ଜଣାଯାଏ ।' ସେହିପରି 'ତିନ୍‌ ତଲାକ୍‌' ସମ୍ପର୍କରେ ମୋଦି କହିଛନ୍ତି ଯେ ଏହା ଉଚ୍ଛେଦ ପରେ ଏନେକ ମୁସଲିମ ଭଉଣୀଙ୍କ ସଂସାର ବଞ୍ଚୁଛି ତାହା ନୁହେଁ, ବରଂ ଅନେକ ମୁସଲିମ ପରିବାର ମଧ୍ୟ ହସଖୁସିରେ ରହିପାରୁଛନ୍ତି । ଅନ୍ୟପଟେ ଗତ 10 ବର୍ଷ ମଧ୍ୟରେ ଦେଶରେ ବିଜେପି କରିଥିବା କାମକୁ ମଧ୍ୟ ମୋଦି ଆଲୋଚନା କରିଥିଲେ । ଏହା କେବଳ ଟ୍ରେଲର, ଆଗକୁ ଅନେକ କିଛି କରିବାର ଅଛି ବୋଲି ମୋଦି କହିଥିଲେ । ମୋଦି ବିରୋଧୀ ମହାମେଣ୍ଟ ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ ଏହି ମେଣ୍ଟର ନିଜସ୍ବ ଉଦ୍ଦେଶ୍ୟ ରହିଛି । ଦେଶର ଦଳିତ, ଗରିବ ଓ ବଞ୍ଚିତ ବର୍ଗଙ୍କ ଲାଗି ଚିନ୍ତା କରେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2024, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.