ETV Bharat / bharat

ମୋଦିଙ୍କ ବିରୋଧରେ ଲଢି ପାରିବେନି ଶ୍ୟାମ ରଙ୍ଗିଲା, ଜାଣନ୍ତୁ କାହିଁକି - SHYAM RANGEELA - SHYAM RANGEELA

Comedian Shyam Rangeela's Poll Nomination Reject: ହାସ୍ୟ କଳାକାର ଶ୍ୟାମ ରଙ୍ଗିଲାଙ୍କ ବାରଣାସୀରୁ ସ୍ବାଧୀନ ପ୍ରାର୍ଥୀତ୍ବ ହୋଇଛି ଖାରଜ । ନାମାଙ୍କନ ଶପଥ ନ ନେବା କାରଣରୁ ନାମାଙ୍କନ କଟିବା ନେଇ ଶ୍ୟାମ ଦେଲେ ସୂଚନା । ଅଧିକ ପଢନ୍ତୁ

Comedian Shyam Rangeela's Poll Nomination Reject
Comedian Shyam Rangeela's Poll Nomination Reject (ETV Bharat)
author img

By ETV Bharat Odisha Team

Published : May 15, 2024, 10:54 PM IST

ଲକ୍ଷ୍ନୌ: ଚର୍ଚ୍ଚିତ ହାସ୍ୟ କଳାକାର ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ହୋଇଛି ଖାରଜ । ବାରଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢିବାକୁ ନେଇ ଘୋଷଣା କରିଥିଲେ ଶ୍ୟାମ ରଙ୍ଗିଲା । ନାମାଙ୍କନ ଖାରଜ ହେବା ପରେ ସେ କହିଛନ୍ତି, "ମୁଁ ନାମାଙ୍କନ ଶପଥ ନ ନେବା କାରଣରୁ ମୋର ନାମାଙ୍କନ ଖାରଜ ହୋଇଥଛି । କିନ୍ତୁ ଏ ସମ୍ପର୍କରେ ମୋତେ ନାମାଙ୍କନ ଦାଖଲ ସମୟରେ କେହି ଜଣାଇନଥିଲେ।" ଏହା ସହ ସେ କହିଛନ୍ତି, " ଆଜି ମୁଁ କିଛି କହିବା ସ୍ଥିତିରେ ନାହିଁ, ଏବେ ଭାବୁଛି କମେଡି ହିଁ ସବୁଠୁ ଭଲ କ୍ଷେତ୍ର ଅଟେ, ରାଜନୀତି ମୋ ଦେଇ ହେବ ନାହିଁ ।" ନିଜର ଶୁଭେଚ୍ଛୁ , ସମର୍ଥକ ଓ ମିଡିଆକୁ ଧନ୍ୟବାଦ ଦେଇଛନ୍ତି ଶ୍ୟାମ ରଙ୍ଗିଲା । ଏହା ସହ Xରେ ସେ କହିଛନ୍ତି , " କାଲି ୨୭ଟି ନାମାଙ୍କନ ଦାଖଲ ହୋଇଥିଲା ଏବଂ ଆଜି ୩୨ଟି ଖାରଜ ହୋଇଛି । ହସ ଆସୁଛି ନିର୍ବାଚନ କମିଶନ ଉପରେ, ହସିବି ନା କାନ୍ଦିବି ।"

ଏହା ମଧ୍ୟ ପଢନ୍ତୁ .... ‘ମା’ ଗଙ୍ଗା ମୋତେ କୋଳେଇ ନେଇଛି’: ବାରାଣସୀରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ - PM MODI FILES NOMINATION

ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ଶ୍ୟାମ ରଙ୍ଗିଲା ସୂଚନା ଦେଇଥିଲେ ଯେ ନାମାଙ୍କନ ପତ୍ର ପାଇବା ପାଇଁ ସେ ସମସ୍ୟା ଭୋଗୁଛନ୍ତି । ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କ ପାଇଁ ସେ ସମସ୍ୟାକୁ ସାମନା କରିବା କଥା ଜଣାଇବା ସହ ଭାରତୀୟ ନିର୍ବାଚନ କମିଶନଙ୍କୁ ଜଣାଇଥିଲେ । ସୋସିଆଲ ମିଡିଆ Xରେ ସେ ଲେଖିଥିଲେ, "ନାମାଙ୍କନ ପତ୍ର ହାସଲ କରିବା ପାଇଁ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ହେଉଛି । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ମଧ୍ୟ ନିର୍ବାଚନ ଅଫିସ ପକ୍ଷରୁ ତାଙ୍କୁ ପ୍ରଥମେ ୧୦ ଜଣ ପ୍ରସ୍ତାବକମାନଙ୍କ ଆଧାର କାର୍ଡର ଜେରକ୍ସ କପି ସେମାନଙ୍କ ହସ୍ତାକ୍ଷର ଓ ଫୋନ ନମ୍ବର ସହିତ ଦେବାକୁ କୁହାଯାଇଥିଲା । ତେବେ ଯାଇ ନାମାଙ୍କନ ଫର୍ମ ପାଇଁ ଟ୍ରେଜେରି ଚାଲାଣ ମିଳିବ ବୋଲି କୁହାଯାଇଥିଲା । ଏଥି ପାଇଁ ସେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଥିଲେ।"

ତେବେ ଗତ ଶନିବାର ଦିନ ପୁଣି ଥରେ ଏ ବିଷୟରେ ମୁହଁ ଖୋଲିବା ସହ ପୁଣି ଥରେ ମେ ୧୩ରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ । ମାତ୍ର ୧୪ ତାରିଖ ଦିନ ସେ ନିଜର ନାମାଙ୍କନ ଭରିଥିଲେ । ଶ୍ୟାମ ରଙ୍ଗିଲା ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାର ବାସିନ୍ଦା ଅଟନ୍ତି । ସେ କ୍ରମାଗତ ଭାବରେ ପିଏମ ମୋଦିଙ୍କୁ ମିମିକ୍ରି କରିଥାନ୍ତି । ସେ ଅନେକ ପ୍ଲାଟଫର୍ମରେ ପିଏମ ମୋଦୀଙ୍କ ମିମିକ୍ରି କରିଛନ୍ତି । 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିମିକ୍ରି କରିବା ପରେ ସେ ଅନେକ ଚର୍ଚ୍ଚା ସାଉଁଟିଥିଲେ । ଏଥର ବାରଣାସୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.