ETV Bharat / bharat

ଶିବସେନା ନେତାଙ୍କୁ ଗୁଳି; ମୁଖ୍ୟମନ୍ତ୍ରୀ ସିନ୍ଦେ ମୋତେ କ୍ରିମିନାଲ ସଜେଇଛନ୍ତି କହିଲେ ବିଜେପି ବିଧାୟକ

author img

By ETV Bharat Odisha Team

Published : Feb 4, 2024, 8:03 AM IST

Thane shooting: ଶିବସେନା ନେତାଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ବିଜେପି ବିଧାୟକଙ୍କ ପ୍ରତିକ୍ରିୟା । କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପାଇଁ ମୁଁ ଆଜି କ୍ରିମିନାଲ ପାଲଟିଛି । ଅଧିକ ପଢନ୍ତୁ

Thane shooting
ଶିବସେନା ନେତାଙ୍କୁ ଗୁଳିମାଡ଼ ଘଟଣା

ମୁମ୍ବାଇ: ଥାନା ଭିତରେ ଶିବସେନା ନେତାଙ୍କୁ ଗୁଳିମାଡ଼ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦାୟୀ କଲେ ଅଭିଯୁକ୍ତ ବିଜେପି ବିଧାୟକ ଗଣପତ ଗାଏକୱାଡ । ମୋ ଭଳି ଭଲ ମଣିଷକୁ ସିନ୍ଦେ ଆଜି ଅପରାଧୀ ସଜାଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ରହିଲେ, ରାଜ୍ୟରେ ଅପରାଧୀ ବୃଦ୍ଧି ପାଇବେ । ମୋଠୁ ଜମି ଛଡାଇ ନିଆଗଲା । ମୋ ପୁଅକୁ ଥାନାରେ ମାଡ଼ ମରାଗଲା । ଏହିସବୁ ପାଇଁ ମୁଁ ନିରାଶ ଥିଲି, ସେଥିପାଇଁ ଗୁଳି ଚଳାଇଥିଲି । ଶୁକ୍ରବାର ଗିରଫଦାରୀ ପୂର୍ବରୁ ଟେଲିଫୋନରେ ଗୋଟିଏ ଗଣାମଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ।

ଅଭିଯୁକ୍ତ ବିଧାୟକଙ୍କ ଫୋନ୍ ବାର୍ତ୍ତାଳାପ ଏବେ ଭାଇରାଲ ହେଉଛି । ଏଥିରେ ଗଣପତ ଗାଏକୱାଡ କହୁଥିବା ଶୁଣିବାକୁ ମିଳୁଛି, ''ଥାନା ଭିତରେ ମୋ ପୁଅକୁ ମାରପିଟ୍ କରାଗଲା । ମୋ ଠାରୁ ମୋ ଜମି ଜୋରଜବରଦସ୍ତ ଛଡାଇ ନିଆଗଲା । ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ, ତାହେଲେ ଆମେ କେବଳ ଅପରାଧୀମାନଙ୍କୁ ଆଗକୁ ବଢୁଥିବାର ଦେଖିବା । ସିନ୍ଦେ ମୋତେ ଅପରାଧୀ ସଜେଇଛନ୍ତି । ମୁଁ ନିରାଶ ଥିଲି, ସେଥିପାଇଁ ଗୁଳି ଚଳାଇଥିଲି । ଏହି କାର୍ଯ୍ୟ ପାଇଁ ମୋର କିଛି ଅବଶୋଷ ନାହିଁ । ଯଦି କେହି ମୋ ପୁଅକୁ ପୋଲିସ ଷ୍ଟେସନରେ ମାରପିଟ୍ କରେ, ତାହେଲେ ଆପଣ ମୋ ଠାରୁ ଆଉ କଣ ଚାହିଁବେ ! ତାଙ୍କୁ (ଶିବସେନା ନେତା) ମାରିବା ଉଦ୍ଦେଶ୍ୟ ମୋର ନଥିଲା ।''

PTI ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର କଲ୍ୟାଣ ଇଷ୍ଟ ବିଧାୟକ ଗାଏକୱାଡ ଦାବି କରିଛନ୍ତି ଯେ, ସେ ଶିବସେନା ନେତା ମହେଶ ଗାଏକୱାଡଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । କିନ୍ତୁ ପ୍ରାଥମିକ ତଦନ୍ତରୁ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଥିବା ପୋଲିସ ସୂଚନା ଦେଇଛି । ଜମିଜମା ବିବାଦକୁ ନେଇ ଏହି ଅଭାବନୀୟ ଘଟଣା ଘଟିଛି । ଗଣପତ ଗାଏକୱାଡଙ୍କ କହିବା ଅନୁସାରେ, ଖଣ୍ଡେ ଜମିକୁ ନେଇ ଆଇନଗତ ବିବାଦ ଚାଲିଥିଲା । ପରେ କୋର୍ଟରେ ସେ ମାମଲା ଜିତିଥିଲେ । ହେଲେ ତଥାପି ମହେଶ ଗାଏକୱାଡ ବଳପୂର୍ବକ ତାଙ୍କର ଉକ୍ତ ଜମିରେ କବ୍‌ଜା କରିଥିଲେ । ଏନେଇ ତାଙ୍କ ପୁଅ ଉଲ୍ଲାସନଗର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: 14 ଯାଏଁ କଷ୍ଟଡିକୁ ଗଲେ ଗୁଳି ଚଳାଇଥିବା ମହାରାଷ୍ଟ୍ର ବିଜେପି ବିଧାୟକ

ଥାନାରେ ଅତିରିକ୍ତ ପୋଲିସ କମିଶନର ଦତ୍ତା ସିନ୍ଦେ କହିଛନ୍ତି ଯେ, ଗଣପତ ଗାଏକୱାଡ, ତାଙ୍କ ପୁଅ ଏବଂ କିଛି ସମର୍ଥକଙ୍କ ସହ ମହେଶ ଗାଏକୱାଡ ଥାନାକୁ ଆସିଥିଲେ । ତେବେ ଗୁଳିକାଣ୍ଡ ସମୟର ସିସିଟିଭି ଫୁଟେଜ ଦେଖିଲେ ଆତ୍ମରକ୍ଷା ପାଇଁ ବିଜେପି ବିଧାୟକ ଗୁଳିମାଡ କରିଥିବାର ପ୍ରଶ୍ନ ଉଠୁନି । ବିଧାୟକଙ୍କୁ ଉସକାଇବା ଭଳି ମଧ୍ୟ କିଛି କଥା ନଥିଲା । ସେ ଟାର୍ଗେଟ କରି ମହେଶ ଗାଏକୱାଡଙ୍କ ଗୁଳି କରିଥିଲେ ବୋଲି ଅତିରିକ୍ତ ପୋଲିସ କମିଶନର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.