ETV Bharat / bharat

ଓ୍ବାରେଣ୍ଟ ସହ ବାସଭବନରେ ପହଞ୍ଚି ଜେରା କରୁଛି ED, ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ - ED Team at Kejriwal Residence - ED TEAM AT KEJRIWAL RESIDENCE

ED Team at Kejriwal's Residence: ଓ୍ବାରେଣ୍ଟ ସହ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା ED ଟିମ । ଜାରି ରହିଛି ଜେରା । ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ । କୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ । ଅଧିକ ପଢନ୍ତୁ

ଓ୍ବାରେଣ୍ଟ ସହ ବାସଭବନରେ ପହଞ୍ଚିଲା ED, ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ

author img

By ETV Bharat Odisha Team

Published : Mar 21, 2024, 8:54 PM IST

ନୂଆଦିଲ୍ଲୀ: ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ଆବେଦନ ଖାରଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଓ୍ବାରେଣ୍ଟ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ । କେଜ୍ରିଓ୍ବାଲଙ୍କୁ ଏବେ ଇଡି ତାଙ୍କ ବାସଭବନରେ ଜେରା କରୁଛି । ଗିରଫଦାରୀ ଆଶଙ୍କା ଥିବା କାରଣରୁ କେଜ୍ରିଓ୍ବାଲଙ୍କ ପକ୍ଷରୁ ତୁରନ୍ତ ଏକ ଆବେଦନ ଏବେ ସର୍ବୋଚ୍ଚ ଅଦାଲତରେ ମଧ୍ୟ ପହଞ୍ଚିଛି । ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ କେଜ୍ରିଓ୍ବାଲଙ୍କୁ ପ୍ରାୟ 12ଜଣ ଅଧିକାରୀଙ୍କ ଏକ ଟିମ୍‌ ଏବେ ବାସଭବନରେ ଜେରା ଜାରି ରଖିଛି ।

ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ବାଜ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିନି । ଭିତରେ ଥିବା ଅଧିକାରୀମାନେ ବାହାରର କୌଣସି ବ୍ୟକ୍ତିଙ୍କୁ ବାସଭବନକୁ ଛାଡୁନଥିବା ସୌରଭ କହିଛନ୍ତି । କେଜ୍ରିଓ୍ବାଲଙ୍କୁ ଆଜି ଗିରଫ କରାଯିବା ନେଇ ମଧ୍ୟ ସୌରଭ ଆଶଙ୍କା ପ୍ରକାଶ କରିଛନ୍ତି । ପୂର୍ବରୁ 9ଥର ସମନ ପାଇସାରିଥିବା କେଜ୍ରିଓ୍ବାଲ ଏପର୍ଯ୍ୟନ୍ତ ଥରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ନିକଟରେ ହାଜର ହୋଇନାହାନ୍ତି । ସେ ସମନକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ଏହାକୁ ଖାରଜ କରିବା କିମ୍ବା ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ମାତ୍ର ଆଜି ଅପରାହ୍ନରେ କୋର୍ଟ ଏହି ମାମଲାର ଶୁଣାଣି କରି କୌଣସି ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରିଥିଲେ । ଜଷ୍ଟିସ ସୁରେଶ କୁମାର କାଇତ ଏବଂ ମନୋଜ ଜେନ୍‌ଙ୍କ ଦ୍ବାରା ଗଠିକ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଥିଲେ । ଏପ୍ରିଲ 22 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ:- କେଜ୍ରିୱାଲଙ୍କୁ ଝଟକା; ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ - No Relief to Kejriwal

ଗତ 17 ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ଓ ଅବକାରୀ ଦୁର୍ନୀତି ମାମଲାରେ ସମନ ଜାରି କରିଥିଲା ଇଡି । ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ପ୍ରସଙ୍ଗରେ 18 ତାରିଖରେ ହାଜର ହେବା ପାଇଁ କୁହାଯାଇଥିବା ବେଳେ ସେ ଏହାକୁ ବେଆଇନ ବୋଲି ସମନକୁ ଏଡାଇଥିଲେ । ଏହି ମାମଲାରେ ପୂର୍ବରୁ ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ନିକଟରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ତଥା ଏମଏଲସି କେ.କବିତା ଗିରଫ ହୋଇଥିଲେ । ସେ ଏବେ ଇଡି ରିମାଣ୍ଡରେ ଅଛନ୍ତି । ଏବେ କେଜ୍ରିଓ୍ବାଲଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.