ETV Bharat / bharat

ହେମନ୍ତ ସୋରେନକୁ ED ସମନ, ଜେରା ପାଇଁ ସ୍ଥାନ ଓ ସମୟ ସ୍ଥିର କରିବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 27, 2024, 12:59 PM IST

ED Sent Letter to Jharkhand CM: 10ମ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଚିଠି ଲେଖିଲା ଇଡି। ସ୍ଥାନ ଏବଂ ସମୟ ସ୍ଥିର କରିବାକୁ ଚିଠିରେ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ED Sent Letter to Jharkhand CM
ED Sent Letter to Jharkhand CM

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଚିଠି ଲେଖିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 10ମ ଥର ସମନ ଜାରି କରିଛି ଇଡି। ତେବେ ଆସନ୍ତା 27 ନାଁ 31 କେବେ ହାଜର ହେବେ ସେ ନେଇ ପ୍ରଶ୍ନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରକାଶ ଥାଉକି ଗତ 23 ତାରିଖରେ ସମନ ପଠାଇଥିଲା ଇଡି । ଜାନୁଆରୀ 27ରୁ 31 ତାରିଖ ମଧ୍ୟରେ ଜେରା ପାଇଁ ଏକ ସମୟ ନିର୍ଦ୍ଧାରଣ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିବା ବେଳେ ଆଜି ଦୁଇଟି ତାରିଖ ଦେଇ ପ୍ରଶ୍ନ କରିଛି ଇଡି ।

ଏହାପୂର୍ବରୁ ରାଞ୍ଚି ଜମି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଦିନ ଇଡିକୁ ଏକ ଚିଠି ଲେଖିଥିଲେ । ସେ ଇଡିର ସମନ ପାଇଛନ୍ତି ଏହଂ ପରେ ତାରିଖ ବିଷୟରେ ଜଣାଇବେ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ । ଜାନୁଆରୀ 27 ରୁ 31 ମଧ୍ୟରେ ଏଜେନ୍ସି ତାଙ୍କୁ ପଚରାଉଚରା କରିପାରିବ କି ନାହିଁ ସେ ନେଇ କୌଣସି ଖୁଲାସା କରିନଥିଲେ । ଗତ ଜାନୁଆରୀ 22 ତାରିଖରେ ହେମନ୍ତ ସୋରେନକୁ ସମନ ପାଇଁ ଡାକିଥିଲା ଇଡି । ଏହାସହ ଜାନୁୟାରୀ 27-31 ମଧ୍ୟରେ ପଚରାଉଚରା ପାଇଁ ସମୟ ସ୍ଥିର କରି ଜାନୁଆରୀ 25 ସୁଦ୍ଧା ଜଣାଇବା ପାଇଁ ଚିଠିରେ ଦର୍ଶାଯାଇଥିଲା । ଏଭଳି ପରିସ୍ଥିତିରେ ଆଜି ପୁଣି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଚିଠି ଲେଖି ସ୍ଥାନ ଏବଂ ତାରିଖ ସ୍ଥିର କରିବା ପାଇଁ କହିଛି । ଏହାପୂର୍ବରୁ ଅଷ୍ଟମ ସମନ ପରେ ଗତ 20 ତାରିଖରେ ପ୍ରାୟ ସାତ ଘଣ୍ଟା ଧରି ବାସଭବନରେ ପଚରାଉଚରା କରିଥିଲା ଇଡି ।

ଏହା ମଧ୍ୟ ପଢନ୍ତୁ : 7 ଘଣ୍ଟା ଘାଣ୍ଟିବା ପରେ ବାହାରିଲା ଇଡି, ସମର୍ଥକଙ୍କୁ ସମ୍ବୋଧିତ କରି ବର୍ଷିଲେ ହେମନ୍ତ

ସୂଚନାଯୋଗ୍ୟ ଯେ, 2022 ମସିହା ନଭେମ୍ବର 18 ତାରିଖରେ ବେଆଇନ ଖଣି ମାମଲାରେ ଇଡି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ 10 ଘଣ୍ଟା କାଳ ପଚରାଉଚରା କରିଥିଲା । ଏହାପରେ ଜମି ଦୁର୍ନୀତି ମାମଲାରେ ସମନ କରିଥିଲା ଇଡି । ଅଭିଯୋଗ ଅନୁସାରେ ଏକାଧିକ ଲୋକଙ୍କ ନାମ, ଠିକଣା ଓ ଅନ୍ୟ ନକଲି କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଏହି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନାଁ ମଧ୍ୟ ଆସିଥିଲା । ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ସଂସ୍ଥା ପୁଣି ​​ଏପ୍ରିଲ 13 ତାରିଖରେ ଏହି ଘୋଟାଲା ସମ୍ପର୍କିତ ପ୍ରାୟ 21ଟି ସ୍ଥାନରେ ଚଢାଉ କରିଥିଲା । ତେବେ ଏହାରି ମଧ୍ୟରେ ପ୍ରାୟ ବର୍ଷେ ବିତିଯାଇଥିଲେ ସୁଦ୍ଧା ସରୁନି ଇଡି ସମନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.