ETV Bharat / bharat

କେଜ୍ରିୱାଲଙ୍କ ପିଛା ଛାଡୁନି ଇଡି: ଜାରି କଲା ଷଷ୍ଠ ସମନ, 19ରେ ହେବେ ହାଜର

author img

By ETV Bharat Odisha Team

Published : Feb 14, 2024, 7:23 PM IST

Updated : Feb 14, 2024, 8:52 PM IST

Delhi Liquor Scam: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଷଷ୍ଠ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା: 6ଷ୍ଠ ଥର ପାଇଁ କେଜ୍ରିଓ୍ବାଲଙ୍କୁ ଡାକିଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥାକୁ ଧରା ଦେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ହେଲେ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଛାଡିବାକୁ ନାରାଜ । କ୍ରମାଗତ 5ମ ଥର ପାଇଁ ସମନ ଏଡାଇବା ପରେ କୋର୍ଟ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପୁଣି ଷଷ୍ଠ ସମନ ଜାରି କରିଛି । ଚଳିତ ସମନରେ 19 ତାରିଖରେ କେଜ୍ରିଓ୍ବାଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଏହା ପୂର୍ବରୁ କେଜ୍ରିଓ୍ବାଲ 5ଥର ସମନ ପାଇସାରିଛନ୍ତି । ହେଲେ ସେ ଆଦୌ ହାଜର ହୋଇନାହାନ୍ତି । ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ମାମଲା ଚାଲିଥିବା ଓ ସେ ବ୍ୟସ୍ତ ଥିବା ଦର୍ଶାଇ କ୍ରମାଗତ 5ସମନ ଏଡାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛନ୍ତି । ଶନିବାର କେଜ୍ରିଓ୍ବାଲ କୋର୍ଟରେ ହାଜର ହୋଇ ସମନ ଏଡାଇବା ସମ୍ପର୍କରେ ପକ୍ଷ ରଖିବେ । ଏହା ପୂର୍ବରୁ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଷଷ୍ଠ ସମନ ଜାରି କରିଛି । ସଦ୍ୟତମ ସମନ ସମ୍ପର୍କରେ କେଜ୍ରିଓ୍ବାଲ ଓ ତାଙ୍କ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହି ମାମଲାରେ ପୂର୍ବରୁ ଏକାଧିକ ଆମ ଆଦମୀ ପାର୍ଟି ନେତା ଗିରଫ ହୋଇ ଜେଲରେ ଅଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ । ଏହା ପରେ ଦଳୀୟ ସାଂସଦ ସଞ୍ଜୟ ସିଂଙ୍କ ପାଳି ମଧ୍ୟ ପଡିଥିଲା । ଗତବର୍ଷ ନଭେମ୍ବର 2 ତାରିଖରେ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ପ୍ରଥମ ସମନ ଜାରି କରିଥିଲା । ପ୍ରଥମ ସମନରେ ହାଜର ନହେବା ପରେ ଡିସେମ୍ବର 21, ଜାନୁଆରୀ 19, ଜାନୁଆରୀ 31 ଓ ଚଳିତମାସ 2 ତାରିଖରେ କ୍ରମାଗତ 5 ଥର ସମନ ଜାରି କରିଥିଲା ଇଡି । ଏହା ପରେ କୋର୍ଟକୁ ଯିବା ସହ ଏବେ ସଂସ୍ଥା ପୁଣି ଷଷ୍ଠ ସମନ ଜାରି କରିଛି । ଏଥର କେଜ୍ରିଓ୍ବାଲଙ୍କ ହାଜର ହେବାର ସମ୍ଭାବନା ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ନିର୍ବାଚନ: 3 ରାଜ୍ୟ ପାଇଁ 6 ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଘୋଟାଲା ମାମଲାରେ ପ୍ରାୟ 10 ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଇ ସହ ତାଙ୍କୁ ଗିରଫ କରାଯାଇଥିଲା । ସେ ଏବେ ମନି ଲଣ୍ଡ୍ରିଂ ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ମଧ୍ୟ ଗିରଫଦାରୀ ଆଶଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2024, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.