ETV Bharat / bharat

ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ: ଇଡି - ED SEEKS KEJRIWAL CUSTODY

author img

By ETV Bharat Odisha Team

Published : Mar 22, 2024, 5:03 PM IST

ED on Kejriwal Custody: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାର କିଙ୍ଗପିନ କହିଲା ଇଡି । ସେପଟେ କେଜ୍ରିୱାଲ କହିଲେ, ବାହାରେ ରହେ କି ଭିତରେ ମୋ ଜୀବନ ସର୍ବଦା ଦେଶ ପାଇଁ ସମର୍ପିତ। ଅଧିକ ପଢନ୍ତୁ

ED SEEKS 10 DAY CUSTODY
ED SEEKS 10 DAY CUSTODY

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ଗିରଫ ହେବା ପରେ ପିଏମଏଲଏ କୋର୍ଟରେ ଆଜି (ଶୁକ୍ରବାର) ତାଙ୍କୁ ହାଜର କରାଯାଇଛି । କୋର୍ଟରେ ଶୁଣାଣି ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହାସହିତ ମାମଲାରେ ଅଧିକ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ 10 ଦିନିଆ ନ୍ୟାୟିକ ହେପାଜତରେ ନେବା ଲାଗି ଦାବି କରିଥିବା ବେଳେ ଏ ନେଇ ଅନୁମତି ପ୍ରଦାନ ଲାଗି କୋର୍ଟଙ୍କୁ ଅନୁରୋଧ କରିଛି ଇଡି । ସେପଟେ କୋର୍ଟରେ ହାଜର ହେବା ସମୟରେ ଅରବିନ୍ଦ କହିଛନ୍ତି ଯେ ଭିତରେ ରହେ କି ବାହାରେ, ମୋ ଜୀବନ ସର୍ବଦା ଦେଶ ପାଇଁ ସମର୍ପିତ ।

ଇଡି ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ କହିଛନ୍ତି ଯେ ମାମଲାର ଅନ୍ୟତମ ଅଭିଯୁକ୍ତ ବିଜୟ ନାୟର, ସିଏମ କେଜ୍ରିୱାଲଙ୍କ ବାସଭବନ ନିକଟରେ ରହୁଥିଲେ । ସେ ଦିଲ୍ଲୀ ସରକାରର ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ଦିଆଯାଇଥିବା ଘରେ ରହୁଥିଲେ । ସେ ହିଁ ସାଉଥ୍‌ ଗ୍ରୁପ ଓ ଆମ ଆଦମି ପାର୍ଟି ମଧ୍ୟରେ ମଧ୍ୟସ୍ଥତାର ଭୂମିକା ନେଇଥିଲେ । ଅରବିନ୍ଦ କେଜ୍ରିୱାଲ ସାଉଥ ଗ୍ରୁପକୁ ଲାଞ୍ଚ ମାଗିଥିଲେ । ଯାହାର ପ୍ରମାଣ ଇଡି ନିକଟରେ ରହିଥିବା କୋର୍ଟଙ୍କୁ ଅବଗତ କରାଯାଇଛି । ଏହି ମାମଲାରେ ଇଡି ଏଯାବତ 15 ଜଣଙ୍କ ନାଁ ନେଇଛି । ଏମାନଙ୍କ ମଧ୍ୟରୁ ବିଜୟ ନାୟର, ରାଘବ ମଙ୍ଗୁଟା, ଅମିତ ଅରୋଡାଙ୍କ ନାଁ ବାରମ୍ବାର କୋର୍ଟଙ୍କ ସମ୍ମୁଖରେ ନିଆଯାଇଛି ।

ଏହା ବି ପଢନ୍ତୁ- ଅରବିନ୍ଦ କେଜ୍ରିୱାଲ ନିଜ କର୍ମଫଳ ଭୋଗୁଛନ୍ତି: ଆନ୍ନା ହଜାରେ

ଇଡି ଅଭିଯୋଗ କରିଛି 'ଏହି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ କିଙ୍ଗପିନ ଥିଲେ । ସେ ପରଦା ପଛରେ ରହିବା ଭଳି ସମସ୍ତ କାରବାରର ନିୟନ୍ତ୍ରଣ କରୁଥିଲେ' । ଏ ନେଇ କୋର୍ଟରେ ଇଡି 28 ପୃଷ୍ଠା ବିଶିଷ୍ଟ ଦଲିଲ ଦାଖଲ କରିଛି । ତେବେ ପଚରାଉଚରା ସମୟରେ କେଜ୍ରିୱାଲ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିନଥିଲେ ବୋଲି ମଧ୍ୟ ଇଡି ଅଭିଯୋଗ କରିଛି । ଏହାସହିତ କେଜ୍ରିୱାଲଙ୍କୁ 10 ଦିନିଆ କଷ୍ଟଡିରେ ନେବାକୁ ଇଡି ଦାବି କରିଛି ।

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟରୁ ଗିରଫଦାରୀ ପିଟିସନ ପ୍ରତ୍ୟାହାର କଲେ କେଜ୍ରିଓ୍ବାଲ, ED ରିମାଣ୍ଡକୁ ବିରୋଧ

ଅନ୍ୟପଟେ କୋର୍ଟରେ ହାଜର ହେବା ସମୟରେ ଅରବିନ୍ଦ କେଜ୍ରିୱାଲ କହିଥିଲେ, " ଜେଲ ଭିତରେ ରହେ କି ବାହାରେ, ମୋ ଜୀବନ ସର୍ବଦା ଦେଶ ପାଇଁ ସମର୍ପିତ ।" କେଜ୍ରିୱାଲ ଇଡି କୋର୍ଟରୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ରାଉଜ ଆଭେନ୍ୟୁ କୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସୂତ୍ର ଅନୁସାରେ ଇଡି ପକ୍ଷରୁ କୋର୍ଟଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ସେପଟେ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.