ETV Bharat / bharat

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: କୋଲକାତାର ବିଭିନ୍ନ ସ୍ଥାନରେ ED ରେଡ୍ - କୋଲକାତା ଇଡି ରେଡ

ED Raid on West Bengal Teachers Recruitment Scam: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କୋଲକାତାର ବିଭିନ୍ନ ସ୍ଥାନରେ ଇଡିର ଚଢାଉ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି
Teachers Recruitment Scam
author img

By ETV Bharat Odisha Team

Published : Feb 16, 2024, 10:03 AM IST

କୋଲକାତା: ପୁଣିଥରେ ଓଲଟିଲା ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଫାଇଲ । ସକାଳୁ ସକାଳୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗରେ ଇଡିର ଆକ୍ସନ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଜେଲରେ ରହିଥିବା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରେ ରେଡ କରିଛି ଇଡି । ଏହି ରେଡ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲା ସହିତ ଜଡିତ ବୋଲି କୁହାଯାଇଛି । ଚଢ଼ାଉରେ ଇଡି ଟିମ୍ ସହିତ ସୁରକ୍ଷା ବାହିନୀ ଉପସ୍ଥିତ ରହିଛନ୍ତି ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୨୨ ମସିହା ଜୁଲାଇ ୨୩ ତାରିଖରେ ପଶ୍ଚିମବଙ୍ଗର ବରଖାସ୍ତ ତଥା ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହୋଇଥିଲେ । ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ ତାଙ୍କ ଘନିଷ୍ଟ ସହଯୋଗୀ କୁହାଯାଉଥିବା କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ କୋଲକାତା ବାସଭବନରୁ ୨୧ କୋଟି ଟଙ୍କା ଏବଂ ୧ କୋଟି ଟଙ୍କାର ସୁନାଗହଣା ଜବତ କରିଥିଲା । ସୂଚନା ଅନୁସାରେ, କୋଲକାତାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଇଡି । ଏହି ରେଡ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଉପରେ କରାଯାଉଛି ବୋଲି କୁହାଯାଉଛି । ତେବେ ଏହି ଘଟଣାରେ ଗୁରୁବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରି କହିଥିଲେ, "ପଶ୍ଚିମବଙ୍ଗରେ ଚାକିରି ନିଯୁକ୍ତି ନେଇ ଦୁର୍ନୀତି ଦେଖାଯାଉଛି । " ଏହା ସହିତ ଶୁଭେନ୍ଦୁ ଅଧିକାରୀ ଏହି ମାମଲା ସହିତ ଜଜିତ ଏକ ଅଡିଓ କ୍ଲିପ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: WB SSC Scam: ସେପ୍ଟେମ୍ବର 14କୁ ବଢିଲା ପାର୍ଥ ଓ ଅର୍ପିତାଙ୍କ ବିଚାର ବିଭାଗୀୟ ହାଜତ ଅବଧି

ବିଜେପି ନେତାଙ୍କ ଦ୍ବାରା ସେୟାର କରାଯାଇଥିବା ଅଡିଓ କ୍ଲିପରେ ଟିଏମସି ନେତା ମାଣିକ ଭଟ୍ଟଚାର୍ଯ୍ୟ ଏବଂ ପାର୍ଥ ଚାଟାର୍ଜୀଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ସରକାରୀ ସ୍କୁଲରେ ଚାକିରି ପାଇଁ ଜଣେ ୧୪ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ତାଙ୍କର ଚାକିରି ହୋଇନଥିବା ବୋଲି ଦୁହେଁ କଥା ହୋଇଥିଲେ । ତେବେ ଏନେଇ ଶୁଭେନ୍ଦୁ ଅଧିକାରୀ ଦାବି କରି କହିଛନ୍ତି, ଶିକ୍ଷକ ନିଯୁକ୍ତି ସ୍କାମ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିାବା ପାଇଁ ସେ ଇଡି ଏବଂ ସିବିଆଇକୁ ନିବେଦନ କରିଥିଲେ ।

ପ୍ରକାଶଥାଉକି, ୨୦୨୨ ମସିହାରେ ପଶ୍ଚିମବଙ୍ଗ SSC ନିଯୁକ୍ତି ଦୁର୍ନୀତି ମାମଲାରେ ଛାନଭିନ କରି ଇଡି ଦକ୍ଷିଣ ପୂର୍ବ କୋଲକାତା, ବେଲଘରିଆରେ ଥିବା ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅର୍ପିତା ମୁଖାର୍ଜୀଙ୍କ ପାଖରୁ 21 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଥିଲା ଇଡି । ଖାଲି ସେତିକି ନୁହେଁ କୋଟିଏରୁ ଅଧିକ ମୂଲ୍ୟର ଗହଣା ମଧ୍ୟ ଜବତ କରାଯାଇଥିଲା । ସେହି ସମୟରେ ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ପଦରେ ଥିଲେ ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ SSC ନିଯୁକ୍ତି ଘୋଟାଲାରେ ତାଙ୍କର ସମ୍ପୃକ୍ତି ନେଇ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଥିଲା ଇଡି । ଏହାପରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ ବି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.