ETV Bharat / bharat

କେଜ୍ରିୱାଲଙ୍କ ପିଛା ଛାଡୁନି ED, 26ରେ ହାଜର ହେବାକୁ ଜାରି କଲା ସପ୍ତମ ସମନ - ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ସମନ

ED Summons Delhi CM: ଆପର ଅଭିଯୋଗ ସତ୍ତ୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଲା ଇଡି । 26ରେ ହାଜର ହେବା ପାଇଁ ଜାରି କଲା ନୋଟିସ । ଅଧିକ ପଢନ୍ତୁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
author img

By ETV Bharat Odisha Team

Published : Feb 22, 2024, 12:13 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଧରା ଦେଉ ନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଇଡିର 6ଟି ସମନକୁ ଏଡାଇ ଦେଇଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ସପ୍ତମ ସମନ । ସମନ ବେଆଇନ କହି ଟାଳୁଥିଲେ କେଜ୍ରିଓ୍ବାଲ ।

କେଜ୍ରିୱାଲଙ୍କ ପିଛା ଛାଡୁନି ଇଡି । ଏପଟେ କେଜ୍ରିଓ୍ବାଲ ମଧ୍ୟ ଧରା ଦେଉନାହାନ୍ତି । ଷଷ୍ଠ ଥର ପାଇଁ ଗତ 19 ତାରିଖରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଏହାରି ଭିତରେ ଆଜି ସପ୍ତମ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଇଡି ବାରମ୍ବାର ସମନ ଜାରି କରୁଥିବା ବେଳେ ଏହାକୁ ବେଆଇନ କହୁଥିଲା ଆପ୍ । ଇଡିର ସମନ ବୈଧତା ମାମଲା ବର୍ତ୍ତମାନ କୋର୍ଟରେ ରହିଛି । ଇଡି ନିଜେ କୋର୍ଟରେ ହାଜର ହୋଇଥିଲେ । ତେବେ ଇଡି ବାରମ୍ବାର ସମନ ପଠାଇବା ପରିବର୍ତ୍ତେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାର ଆବଶ୍ୟକତା ରହିଥିବା ନେଇ କହିଥିଲା ଆପ୍ ।

ଏହା ମଧ୍ୟ ପଢନ୍ତୁ: କେଜ୍ରିୱାଲଙ୍କ ପିଛା ଛାଡୁନି ଇଡି: ଜାରି କଲା ଷଷ୍ଠ ସମନ, 19ରେ ହେବେ ହାଜର

ପ୍ରକାଶ ଥାଉକି, ପ୍ରଥମଥର ପାଇଁ ଗତ ନଭେମ୍ବର 2 ତାରିଖରେ କେଜ୍ରିଓ୍ବାଲଙ୍କୁ ସମନ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ସେ ହାଜର ହୋଇନଥିଲେ । ଏହାପରେ ଡିସେମ୍ବର 21 ତାରିଖରେ ଇଡି ଦ୍ବିତୀୟ ସମନ ପଠାଇଥିଲା । ଜାନୁଆରୀ 3 ତାରିଖରେ ତୃତୀୟ ସମନ ଇଡି ଦ୍ବାରା ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିଲା । ସେହିପରି ଜାନୁଆରୀ 17 ତାରିଖରେ ଚତୁର୍ଥ ସମନ ଏବଂ ଫେବୃଆରୀ 2 ତାରିଖରେ ପଞ୍ଚମ ସମନ ପଠାଇଥିଲା । ତେବେ ଫେବୃଆରୀ 19 ତାରିଖରେ ଷଷ୍ଠ ସମନ ଜାରି କରିଥିଲେ ହେଁ ହାଜର ହୋଇନଥିଲେ କେଜ୍ରିଓ୍ବାଲ । ଏହି କ୍ରମରେ ଆଜି(ଫେବୃଆରୀ 22) ପୁଣି ସପ୍ତମ ଥର ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହାପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଫେବୃଆରୀ 17 ତାରିଖରେ ଭିଡିଓ କନଫରେନ୍ସି ଜରିଆରେ କୋର୍ଟର ଶୁଣାଣିରେ ଯୋଗ ଦେଇଥିଲେ । ଦିଲ୍ଲୀ ସରକାରଙ୍କ ବଜେଟ୍ ଏବଂ ବିଶ୍ବାସ ପ୍ରସ୍ତାବ କାରଣରୁ ସେ ହାଜର ହୋଇପାରିନଥିବା ଓକିଲ କୋର୍ଟଙ୍କୁ କହିଥିଲେ । କେଜ୍ରିୱାଲ କୋର୍ଟଙ୍କୁ କହିଥିଲେ ଯେ, ମୁଁ ଆସିବାକୁ ଚାହୁଁଛି କିନ୍ତୁ ବଜେଟ୍ ଏବଂ ବିଶ୍ବାସ ପ୍ରସ୍ତାବ କାରଣରୁ ମୁଁ ଆସିପାରିଲି ନାହିଁ । ମନିଲଣ୍ଡ୍ରିଂ ଆକ୍ଟ (PMLA)ର ଧାରା-63 (4)ରେ କେନ୍ଦ୍ରୀୟ ସଂସ୍ଥା ରାଉଜ ଆଭିନ୍ୟୁ କୋର୍ଟରେ ଏହି ମାମଲା ରୁଜୁ କରିଥିଲା । ବାରମ୍ବାର ସମନ କରିବା ପରେ କେଜ୍ରିଓ୍ବାଲ ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ସହଯୋଗ କରୁନଥିବା ସଂସ୍ଥା ଆବେଦନରେ ଦର୍ଶାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.