ETV Bharat / bharat

ମୋବାଇଲରେ କ୍ରିକେଟ ଦେଖୁଥିଲେ ଲୋକୋ ପାଇଲଟ; ଜଣାପଡିଲା ଆନ୍ଧ୍ର ଟ୍ରେନ ଦୁର୍ଘଟଣାର କାରଣ - ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Andhra Train Accident: ଆନ୍ଧ୍ର ଟ୍ରେନ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ । ଲୋକୋ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଅଧିକ ପଢନ୍ତୁ

ଆନ୍ଧ୍ର ଟ୍ରେନ ଦୁର୍ଘଟଣା
ଆନ୍ଧ୍ର ଟ୍ରେନ ଦୁର୍ଘଟଣା
author img

By ETV Bharat Odisha Team

Published : Mar 3, 2024, 11:59 AM IST

Updated : Mar 3, 2024, 3:45 PM IST

ନୂଆଦିଲ୍ଲୀ: ୨୯ ଅକ୍ଟୋବର ୨୦୨୩ରେ ଆନ୍ଧ୍ରପ୍ରଦେଶରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୪ ମାସ ପରେ ଏହି ଦୁର୍ଘଟଣାର କାରଣ ଜଣାପଡିଛି । ଯେଉଁ ଦୁଇଟି ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଲୋକ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ନିଜ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଦୁହିଁଙ୍କର ଏଭଳି ଚରମ ଅବହେଳା ପାଇଁ ସେଦିନ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଯାଇଥିଲା ବୋଲି ଶନିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ଗ୍ରହଣ କରିଥିବା ନୂଆ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ସୂଚନା ଦେଉଥିବା ବେଳେ ଆନ୍ଧ୍ର ଟ୍ରେନ ଦୁର୍ଘଟଣା କଥା କହିଥିଲେ । ରେଳମନ୍ତ୍ରୀ କହିଥିଲେ, ''ନିକଟରେ ଆନ୍ଧ୍ରପ୍ରଦେଶରେ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ଏହାର କାରଣ ହେଲା, ଦୁର୍ଘଟଣା ସମୟରେ ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ନିଜ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖିବାରେ ବ୍ୟସ୍ତ ଥିଲେ । ଏବେ ଆମେ ଏକ ନୂତନ ସିଷ୍ଟମ ଇନଷ୍ଟଲ କରୁଛୁ, ଯାହାକି ଟ୍ରେନ ଚାଲିବା ବେଳେ ଲୋକ ପାଇଲଟ କିମ୍ବା ସହକାରୀ ଲୋକ ପାଇଲଟ ଅନ୍ୟମନସ୍କ ହେଲେ ସଙ୍ଗେ ସଙ୍ଗେ ଜଣାଇଦେବ । ଫଳରେ ଉଭୟ ନିଜର ପୁରା ଧ୍ୟାନ ଟ୍ରେନ ଉପରେ କେନ୍ଦ୍ରିତ କରିପାରିବେ ।''

ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଆମେ ସର୍ବଦା ଗୁରୁତ୍ବ ଦେଇଛୁ । ପ୍ରତି ଘଟଣାର ମୂଳ କାରଣ ଖୋଜିବା ପାଇଁ ଚେଷ୍ଟା କରୁ ଏବଂ ସମାଧାନ ବାହାର କରୁ, ଯଦ୍ବାରା ଭବିଷ୍ୟତରେ ଯେମିତି ସେହି ଘଟଣାର ପୁନରାବୃତ୍ତି ନ ହୁଏ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ଏହା ମଧ୍ୟ ପଢନ୍ତୁ: Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ନିକଟରେ ବିଶାଖାପାଟନମ-ରାୟଗଡା ପାସେଞ୍ଜର ଟ୍ରେନ ଓ ପଲାସା ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଗୋଟିଏ ଟ୍ରେନ ଅନ୍ୟ ଏକ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା । ଏହି ଘଟଣାରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଯାତ୍ରୀ ଆହତ ହୋଇଥିଲେ । ବାଲେଶ୍ବର ବାହାନଗା ଟ୍ରାଜେଡି ପରେ ଦେଶରେ ଏହା ବଡ଼ ଟ୍ରେନ ଦୁର୍ଘଟଣା ଥିଲା ।

Last Updated : Mar 3, 2024, 3:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.