ETV Bharat / bharat

ମହିଳାଙ୍କୁ ପ୍ରସବ ସମୟରେ ମନ୍ତ୍ର ପାଠ କରିବେ ଡାକ୍ତର, ପରିଧାନ କରିବେ କମଳା ରଙ୍ଗର ପୋଷାକ

author img

By ETV Bharat Odisha Team

Published : Jan 22, 2024, 8:04 AM IST

Pran Pratishtha ceremony: ଆଜି ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ସମୟରେ କମଳା ରଙ୍ଗର ପୋଷାକ ପରିଧାନ କରିବେ ଡାକ୍ତର । ମନ୍ତ୍ର ପାଠ ମଧ୍ୟ କରିବେ । ଅଧିକ ପଢନ୍ତୁ

ପ୍ରସବ ସମୟରେ ମନ୍ତ୍ର ପାଠ କରିବେ ଡାକ୍ତର
Pran Pratishtha ceremony

ଲକ୍ଷ୍ନୌ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦିପନା । ଆଜି ପରି ଏକ ପବିତ୍ର ଦିନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜିର ଦିନକୁ ସ୍ବତନ୍ତ୍ର କରିବାକୁ ସମ୍ଭଲ ଜିଲ୍ଲାର ଏକ ନର୍ସିଂହୋମରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗର୍ଭବତୀ ମହିଳାଙ୍କୁ ଡେଲିଭରି କରିବା ସମୟରେ ଡାକ୍ତର ମାନେ କମଳା ରଙ୍ଗର ଡ୍ରେସ ପରିଧାନ କରିବେ ଓ ମନ୍ତ୍ର ଜପ କରିବେ । ପ୍ରସବ ପରେ ସର୍ବ ପ୍ରଥମେ ନବଜାତ ଶିଶୁକୁ ଭଗବାନ ଶ୍ରୀରାମଙ୍କ ନିକଟରେ କିଛି ସମୟ ପାଇଁ ରଖାଯିବ ।

ଡେଲିଭରି ଓ୍ବାର୍ଡକୁ ଫୁଲରେ ସଜାଯାଇଛି: ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସମ୍ଭଲର ଡାକ୍ତରମାନେ ଏକ ନିଆରା ପଦକ୍ଷେପ ନେଇଛନ୍ତି । ଚାନ୍ଦାଉସି ସୁଭାଷ ନର୍ସିଂହୋମରେ ଡେଲିଭରି ରୁମକୁ ସଜାଯାଇଛି । ଏଥିସହ ଆଜିର ଦିନରେ ଯେଉଁ ମହିଳା ମାନେ ପ୍ରସବ ପାଇଁ ଏଠାକୁ ଆସିବେ ସେମାନଙ୍କ ପାଇଁ ଡିସକାଉଣ୍ଟ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସାବ ଦିନ ପ୍ରସବ ପାଇଁ ଉତ୍ସାହୀ ପ୍ରସୂତୀ, କଣ କହୁଛନ୍ତି ଡାକ୍ତର

ନର୍ସିଂହୋମରେ ଛୋଟ ରାମ ମନ୍ଦିର: ଉକ୍ତ ନର୍ସିଂହୋମରେ ନବଜାତ ଶିଶୁଙ୍କ ପାଇଁ ଏକ ଛୋଟ ରାମ ମନ୍ଦିର ନିର୍ମାଣ କରାଯାଇଛି । ଡେଲିଭରି ଓ୍ବାର୍ଡକୁ ଫୁଲରେ ସଜାଯିବା ସହ ସେଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ଏକ ଫଟୋ ରଖାଯାଇଛି । ଏହା ପାଖରେ ଏକ ଝୁଲଣା ରଖାଯାଇଛି । ପ୍ରସବ ପରେ ନବଜାତଙ୍କୁ ଏଠାରେ କିଛି ସମୟ ପାଇଁ ଶୁଆଇ ଦିଆଯିବ । ଜଣେ ମହିଳା ଡାକ୍ତର କହିଛନ୍ତି, ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଆଜି ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀମାନେ କମଳା ରଙ୍ଗର ଡ୍ରେସ ପରିଧାନ କରିବେ । କେବଳ ଏତିକି ନୁହେଁ, ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ କମଳା ରଙ୍ଗର ପୋଷାକ ପିନ୍ଧାଯାଇ ପ୍ରସବ କରାଯିବ । ଡେଲିଭରି ରୁମରେ ଭଗବାନ ଶ୍ରୀରାମଙ୍କ ଏକ ଏକ ଫଟୋ ଲଗାଯାଇଛି । ଯେଉଁଠାରେ ପ୍ରଥମେ ନବଜାତ ଶିଶୁକୁ ଭଗବାନ ଶ୍ରୀରାମଙ୍କ ସମ୍ମୁଖରେ ରଖାଯିବ । ଫୁଲମାଳାରେ ସଜାଯାଇଥିବା ଏକ ଝୁଲଣାରେ ଶୁଆଇ ଦିଆଯିବ ।

ଦୀର୍ଘ ବର୍ଷର ଅପେକ୍ଷା ପରେ ଆଜି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ହେବ । ସମୟ ନିକଟତର ହେଉଥିବା ବେଳେ ଏହାକୁ ନେଇ ସାରା ଦେଶରେ ଉତ୍ସାହ । ଆଜିର ଦିନରେ ଗର୍ଭବତୀ ମହିଳାମାନେ ସେହି ଦିନ ହିଁ ସନ୍ତାନ ପ୍ରସବ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଖବର ପୂର୍ବରୁ ଆସିଥିଲା । ଏପରିକି କିଛି ସ୍ଥାନରେ ଏଥିପାଇଁ ଆଗୁଆ ହସ୍ପିଟାଲ ମଧ୍ୟ ବୁକିଂ ହୋଇସାରିଥିଲା । ପ୍ରାକୃତିକ ପ୍ରକ୍ରିୟା ଏତେ ସହଜ ହୋଇନଥିବା ବେଳେ ଏଥିପାଇଁ ବହୁ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.